ବନ୍ଧୁମାନେ ଆମେ ସମସ୍ତେ ଜାଣିଚୁ ଠିକ କାମ ଠିକ ସମୟରେ ହେବା ଦରକାର ଆଉ କାମ ଠିକ ସମୟରେ ନହେଲେ ତାହାର ପରିଣତ ଖରାପ ହେଇଥାଏ ।ତେବେ ସେହିପରି ମହିଳା ମାନଙ୍କ ର ପିରିୟଡ଼ ମଧ୍ୟ ଠିକ ସମୟରେ ହେବା ଦରକାର ।
ତେବେ ପ୍ରତ୍ୟେକ ନାରୀଙ୍କୁ ପିରିୟଡ଼ ଆସିଥାଏ କିନ୍ତୁ ଯେତେବେଳେ ନାରୀର ପ୍ରଥମ ଥର ପିରିୟଡ଼ ଆସେ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ।ଏହି ସମୟ ଅନୁସାରେ ଜଣେ ନାରୀର ଭାଗ୍ୟ ନିର୍ଦ୍ଧାରିତ ହେଇଥାଏ ।ତେବେ ଏହା ଆମେ ନୁହେଁ ବରଂ ଶାସ୍ତ୍ର କହୁଛି
ତେବେ ଶାସ୍ତ୍ର ଅନୁସାରେ ନାରୀ ବୟସ ଅନୁସାରେ ନିର୍ଦ୍ଦିଷ୍ଟ ଅବସ୍ଥା ଦେଇ ଗତି କରିଥାଏ ।ସେହି ଅନୁସାରେ ଯେତେବେଳେ ଝିଅ ଟିଏ 8 ବର୍ଷର ହେଇଥାଏ ସେତେବେଳେ ସେ ଗୌରୀ ଅବସ୍ଥା ଦେଇ ଗତି କରିଥାଏ । ସେହିପରି 9 ବର୍ଷ ଯାଏ ରୋହିଣୀ ଅବସ୍ଥା ଦେଇ ଆଉ 10 ବର୍ଷ ଯାଏ ବାଳା ଅବସ୍ଥା ଦେଇ ଗତି କରିଥାନ୍ତି । ଏଥି ସହିତ 11 ବର୍ଷ ରୁ ଉର୍ଦ୍ଧ କନ୍ୟା ମାନେ ରାଜସ୍ୱଳା ଅବସ୍ଥା ଦେଇ ଗତି କରିଥାନ୍ତି ।ତେବେ ଯେତେବେଳେ ଝିଅ ର ପ୍ରଥମ ରଜସ୍ୱଳା ବା ପିରିୟଡ଼ କୋଉ ସମୟରେ ଆସିଲେ ଭଲ ତାହା ଆସନ୍ତୁ ଜାଣିବା ।
-ବନ୍ଧୁମାନେ ଶାସ୍ତ୍ର ଅନୁଯାୟୀ ମାଘ ମାସ,ମାର୍ଗଶୀର ମାସ,ଆଶ୍ୱିନ ମାସ,ବୈଶାଖ ମାସ, ଫାଲ୍ଗୁନ ମାସ , ଜ୍ୟେଷ୍ଠ ମାସ ଓ ଶ୍ରାବଣ ମାସ ଗୁଡିକର ଶୁକ୍ଲ ପକ୍ଷରେ ଗ୍ରହ ମାନଙ୍କର ଉପସ୍ଥିତି ଶୁଭ ରହିଥାଏ ।ଆଉ ଏହି ସମୟରେ କୋଉ ବି ଝିଅ ର ପ୍ରଥମ ପିରିୟଡ଼ ହେଲେ ତାହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ ।
-ଯେତେବେଳେ ଝିଅ ନୂଆ ଧଳା ରଙ୍ଗର ବସ୍ତ୍ର ପିନ୍ଧୁଥିବା ବେଳେ ଆଉ ବିଛଣାରେ ଶୋଇଥିବା ବା ବସିଥିବା ସମୟରେ ଋତୁସ୍ରାବ ହେଲେ ତାହା ମଧ୍ୟ ଶୁଭ ହେଇଥାଏ ।
-ବଡି ଭୋର ସମୟ ରୁ ବା ସନ୍ଧ୍ୟା ସମୟରେ ପିରିୟଡ଼ ହେଲେ ତାହା ବହୁତ ଶୁଭ ହେଇଥାଏ ।
-ଯଦି ଗୋଚରରେ ଶ୍ରାବଣା , ଧନୀଷ୍ଠା , ସତବିସା , ଚିତ୍ରା , ଅନୁରାଧା , ମୃଗ ଶିରା , ରେବତୀ , ଅଶ୍ୱନୀ , ପୁଷ୍ୟା , ହସ୍ତା , ରୋହିଣୀ ଆଦି ନକ୍ଷତ୍ର ଚଳନ କରୁଥାନ୍ତି , ତେବେ ସେହି ସମୟରେ ପିରିୟଡ଼ ହେଲେ ଶୁଭ ଫଳ ମିଳିଥାଏ ।
ତେବେ ଏହି ସମୟ ଗୁଡିକ ବ୍ୟତୀତ ଯଦି ଅନୁ କୋଉ ସମୟରେ ଝିଅ ର ପ୍ରଥମ ପିରିୟଡ଼ ହେଇଥାଏ ତେବେ ସେତେବେଳେ ସେହି ଝିଅର ଭବିଷ୍ୟତ ଓ ବିବାହରେ ରେ କିଛି ଅସୁବିଧାରେ ହେଇଥାଏ ।ଶାଶୁଘରେ ଦୁଃଖ ଭୋଗ କରିଥାନ୍ତି ଆଉ ଅଳ୍ପ ବୟସରୁ ବିଧବା ହେବାର ବି ଯୋଗ ରହିଥାଏ ।ଆଉ ବହୁତ ଜଣ ମହିଳା ଙ୍କର ବିନ୍ଧ୍ୟା ଦୋଷ ବି ଲାଗିଥାଏ ।ତେବେ ଏହି ଦୋଷ କୁ ଦୂର କରିବା ପାଇଁ କିଛି ସୁଧି କାର୍ଯ୍ୟ ଆଦି କରିବା ଦରକାର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।