Daily news update , Real odisha local news

ଜୀବନଚର୍ଯ୍ୟା ସ୍ଵାମୀଙ୍କୁ ଅପମାନ କଲେ କେଉଁ ପାପ ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II KESABA DWITIKRUSHNA

0 3,776

ବନ୍ଧୁମାନେ ବିବାହ ପରେ ସ୍ତ୍ରିପାଇ ସ୍ୱାମୀ ସବୁକିଛି ହେଇଥାନ୍ତି, କୁହାଯାଏ କି ଜଣେ ବିବାହିତ ନାରୀ ପାଇଁ ସ୍ୱାମୀ ଇହ କାଳ ପର କାଳର ଦେବତା ।ତେଣୁ ପ୍ରତ୍ୟେକ ଶଧବା ନାରୀ କୋଇ ଦେବଦେବୀ ଙ୍କ ପୂଜା କରିବା ପୂର୍ବରୁ ନିଜ ସ୍ୱାମୀଙ୍କ ପୂଜା କରିବା ଉଚିତ ।କିନ୍ତୁ ବର୍ତ୍ତମାନ ସମୟରେ ଏହି କଥା ଗୁଡିକର ଅର୍ଥ କୋଉ ନାରୀ କି ପୁରୁଷ ବୁଝୁ ନାହାନ୍ତି ।ବହୁତ ସମୟରେ ବିବାହିତ ନାରୀଙ୍କୁ ଚିନ୍ହିବା ବି ମୁସ୍କିଲ ହେଇ ପଡୁଛି, ଆଉ ଏମିତି ନାରୀ ନିଜ ସ୍ୱାମୀଙ୍କ ସମ୍ମାନ କେମିତି କରୁଥିବେ ତାହା ତ ନୀତିଦିନ ଘଟଣା ରୁ ଜାଣି ପାରୁଥିବେ ।

ତେବେ ପ୍ରତ୍ୟେକ ନାରୀ ମାନେ ସାବଧାନ ହେଇ ଯାଆନ୍ତୁ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଶୁଣିବା ପରେ ଆପଣଙ୍କ ହୋସ ଉଡିଯିବ ।ତେବେ ବର୍ତ୍ତମାନ ବହୁତ ସମୟରେ ନାରୀ ମାନେ ନିଜ ସ୍ୱାମୀଙ୍କୁ ନେଇ ଅନେକ ଖରାପ କଥା କହିବା ସହିତ ତାଙ୍କର ତିରସ୍କାର ଆଦି କରିଥାନ୍ତି ।ଆଉ ଏମିତି କାମ କରୁଥିବା ନାରୀଙ୍କୁ କେବେ ଶାନ୍ତି ମିଳି ନଥାଏ,ତେବେ ଭାଗବତ ରେ କୁହାଯାଇଛି କି ଯେଉଁ ନାରୀ ମନେ ସ୍ୱାମୀଙ୍କ କଟୁ କଥା କହିଥାନ୍ତି ସେହି ନାରୀ ମାନେ ଖୁବ ଅଭାଗା ଅଟନ୍ତି ।

ତେବେ ଭାଗବତ ରେ କୁହାଯାଇଛି କି ସ୍ୱାମୀ ଦେବତା ଅଟନ୍ତି, ବିବାହିତ ନାରୀଙ୍କ ପାଇଁ ଦେବାଦେବୀ ଠାରୁ ବଡ଼ ତାଙ୍କ ସ୍ୱାମୀ ଆଉ ଏହି ସ୍ୱାମୀ ର କେବେ ଅନାଦର ହତାଦର କରିବା ଉଚିତ ନୁହେଁ ।ଯେଉଁ ନାରୀ ମାନେ ଏହି କଥା ଗୁଡିକ ଜାଣିବା ପରେ ଏହି କଥା କୁ ମାନନ୍ତି ନାହିଁ ତାଙ୍କ ଜୀବନରେ ତାଙ୍କ ଜୀବନରେ ଦୁଃଖ ପରେ ଦୁଃଖ ଲାଗି ରହିଥାଏ ।ତେବେ ଜଣେ ଝିଅ ଉଭୟ ଶାଶୁଘର ଓ ବାପଘର ପାଇଁ ସୌଭାଗ୍ୟ ଆଣି ଥାଏ, ଆଉ ଏହି ଭିତରେ ନାରୀର ଜୀବନ ସବୁବେଳେ ବଦଳିବାରେ ଲାଗିଥାଏ ।ତେବେ ସଂସାର ର ନିୟମ ଅନୁସାରେ ନାରୀ କୁ ସବୁ ପରିସ୍ଥିତି ସହିତ ତାଳ ମିଳେଇ ଆଗକୁ ଆଗକୁ ଯିବାକୁ ପଡିଥାଏ ।

ସଂସାର ର ନିୟମ ଅନୁଯାୟୀ ଜଣେ ନାରୀ କୁ ନିଜର କର୍ତ୍ତବ୍ୟ ଗୁଡିକ ବିଷୟରେ ଜାଣିବା ସହିତ ସେଗୁଡିକ ଠିକ ଭାବରେ ପାଳନ କରିବା ଉଚିତ ।ତେଣୁ କେବେ ହେଲେ କେହି ନାରୀ ନିଜ ସ୍ୱାମୀ ଙ୍କର ଅପମାନ କରିବା ଉଚିତ ନୁହେଁ ।ସବୁ ବେଳେ ଉଭୟ ଘର ପରିବାର ପ୍ରତି ନିଜର କର୍ତ୍ତବ୍ୟ କୁ ଭଲ ଭାବରେ ପାଳନ କଲେ ଯାଇ ପରିବାର ଖୁସିରେ ରହି ପାରିବ ।ତେବେ ଭଗବତ ରେ କୁହାଯାଇଥିବା ଏହି ନିୟମ ଟିକୁ ପ୍ରତ୍ୟେକ ନାରୀ ନିଶ୍ଚିତ ପାଳନ କରନ୍ତୁ ନଚେତ ଜୀବନ ଦୁଃଖ କଷ୍ଟରେ ଭରି ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.