ଇଂଷ୍ଟାଗ୍ରାମ ରେ ପ୍ରେମ କରି ଫସିଗଲେ ଦୁଇ ଭଉଣୀ, ଏକ ମାସ ଯାଏଁ ଗୋଟିଏ ଘର ଭିତରେ ବନ୍ଦୀ କରି ଦୁଇ ଯୁବତୀ ଙ୍କୁ ରଖିଲା ପ୍ରେମିକ। ବନ୍ଧୁଗଣ କଥା ଟି ଆପଣ ଙ୍କୁ କେଉଁ ସିନେମା ର କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।ଏବଂ ଏହି ଘଟଣା ଟି ଆମ ଓଡ଼ିଶା ର ଯାଜପୁର ଜିଲ୍ଲା ରେ ଦେଖିବା କୁ ମିଳିଛି ,
ତେବେ ଏଠାରେ ଦୁଇ ଭଉଣୀ ଙ୍କୁ ଅନଲାଇନ ମାଧ୍ୟମ ରେ ପ୍ରେମ କରିବା ଓ ପ୍ରେମିକ ଉପରେ ଭରସା କରିବା ପଡିଛି ମହାଙ୍ଗା। ତେବେ ଆସନ୍ତୁ ଏହି ଘଟଣା ଟି ବିଷୟ ରେ ଜାଣିବା ସମ୍ପୂର୍ଣ୍ଣ ସୂଚନା, ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ।
ବର୍ତ୍ତମାନ ର ଭଲପାଇବା ମାନେ ହେଉଛି ସେକ୍ସ ଏବଂ ପ୍ରତାରଣା। ନା ଅଛି ଭଲପାଇବାରେ ବିଶ୍ଵାସ ନା ପବିତ୍ରତା ।ଏମାନେ ହୃଦୟ ରୁ ଭଲ ପାଉ ନାହାଁନ୍ତି ବରଂ ନିଜର ଅଶୀଳ ମନ ଭାବ କୁ ପୁରୁଣ କରିବା ପାଇଁ ଗୋଟିଏ ଜୀଵନ ସହ ଖେଳୁଛନ୍ତି।ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଏହିପରି ସବୁ ଘଟଣା ଓ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ। ଯାହା ଜାଣିବା ପରେ ଭଲପାଇବା ଉପରୁ ଆପଣଙ୍କ ର ବିଶ୍ୱାସ ଉଠିଯିବ।
ତେବେ ସୂଚନା ଅନୁସାରେ, ବଲାଙ୍ଗୀର ର ଦୁଇ ଭଉଣୀ ଘର ଠାରୁ ଦୂରରେ ରହି ତାମିଲନାଡୁ ରେ ଟ୍ରେଲରିଂ କରି ରହୁଥିଲେ। ମାତ୍ର କିଛି ମାସ ପୂର୍ବରୁ ବଡ଼ ଭଉଣୀ ଙ୍କ ର ଯାଜପୁର ର ରଞ୍ଜିତ ନାମ କ ଜଣେ ବ୍ୟକ୍ତି ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଉଭୟ ଉଭୟ ଙ୍କୁ ପ୍ରେମ କରୁଥିଲେ ଆଉ ରଞ୍ଜିତ ସେହି ଯୁବତୀ ଙ୍କୁ କହିଥିଲେ କି ତୁମେ ସାନ ଭଉଣୀ କୁ ନେଇ ମୋ ପାଖକୁ ଆସ ଆମେ ବିବାହ କରିବା ଓ ସାନ ଭଉଣୀ କୁ ପାଠ ପଢେଇବା। ଆଉ ଏହି ବିଶ୍ୱାସ ରେ ଦୁଇ ଭଉଣୀ ଯାଜପୁର ଆସିଲେ। ମାତ୍ର ଏଠାରେ ପହଁଚିବା ପରେ ରଞ୍ଜିତ ଦୁଇ ଭଉଣୀ କୁ ଗୋଟିଏ ଘରେ ବନ୍ଦ କରି ରଖିଥିଲା ଆଉ ତାଙ୍କୁ ମାର ପିଟ କରିବା ସହ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲା।
ତେବେ କିପରି ଟିକେ ସୁଯୋଗ ପାଇ ଦୁଇ ଭଉଣୀ ଗତକାଲି ସେ ଘରୁ ବାହାରି ଆସି ଗାଁ ଲୋକଙ୍କୁ ଦେଖା କରିଥିଲେ। ଆଉ ସବୁ କିଛି ତାଙ୍କୁ ଖୋଲିକି କହିବା ପରେ ବର୍ତ୍ତମାନ ପୋଲିସ ଦୁଇ ଭଉଣୀ ଙ୍କୁ ଉଦ୍ଧାର କରିଛି। ତେବେ ଯାହା ସୂଚନା ରହିଛି କି ରଞ୍ଜିତ ବର୍ତ୍ତମାନ ଫେରାର ରହିଛି ଆଉ ପୋଲିସ ତାକୁ ଗିରଫ କରିବା ପାଇଁ ତଦନ୍ତ ଚାଲୁ ରଖିଛି ।ତେବେ ବନ୍ଧୁଗଣ ପ୍ରେମ ରେ ପଡି ଏହିଭଳି ଅନ୍ଧ ହୁଅନ୍ତୁ ନାହିଁ କିମ୍ବା ଏହିପରି ଭୁଲ କରନ୍ତୁ ନାହିଁ। ନଚେତ ଆପଣ ଙ୍କ ସହ କେତେବେଳେ କଣ ଘଟିବ ତାହା କହିହେବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।