Daily news update , Real odisha local news

Exclusive : ମେଡିକାଲରେ ପିଣ୍ଟୁଙ୍କ ସହ ବିତେଇଥିବା ମୁହୂର୍ତ୍ତ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ପିଣ୍ଟୁଙ୍କ ସହ ସ୍ତ୍ରୀ ଶିଳ୍ପା ଶେଷ ସେଲ୍ଫି. 

0 114

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି, ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ପରେ ପ୍ରାୟ ସମସ୍ତେ ଲୋକେ ତାଙ୍କର ସ୍ତ୍ରୀ ଶିଳ୍ପା ଙ୍କୁ ଦୋଷ ଦେଇଥିଲେ ଏବଂ କହିଥିଲେ କି, ଯଦି ସେ ପିଣ୍ଟୁ ଙ୍କ ସହ ରହିଥାନ୍ତେ ତେବେ ହୁଏତ ଆଜି ପିଣ୍ଟୁ ଭାଇ ଆମ ଭିତରେ ରହିଥାନ୍ତେ ବୋଲି। ମାତ୍ର ଯିଏ ନିଜ ସ୍ୱାମୀ ଙ୍କ ହରେଇଛନ୍ତି ସେ ହିଁ ତାର ଦୁଃଖ ଜାଣିଛନ୍ତି ଆଉ ସେ ହେଉଛନ୍ତି ତାଙ୍କର ପତ୍ନୀ।

ସ୍ୱାମୀ ସ୍ତ୍ରୀ ହୁଏତ କାଗଜ କଲମ ର ଲେଖା ରେ ଦୁରେଇ ଯାଇଥିଲେ ମାତ୍ର ଦୁହିଁଙ୍କ ମଧ୍ୟରେ ସେହି ଭଲ ପାଇବା ଆଜି ବି ସେମିତି ରହିଥିଲା। ତେବେ ବର୍ତ୍ତମାନ ପିଣ୍ଟୁ ନନ୍ଦ ଙ୍କ ପତ୍ନୀ ସୋସିଆଲ ମିଡ଼ିଆ ରେ ପିଣ୍ଟୁ ଙ୍କ ସହ ନେଇଥିବା ଶେଷ ଫୋଟ କି ସେୟାର କରିଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଗତ ଦୁଇ ତାରିଖ ରାତି ରେ ଓଲିଉଡ ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ ଆଉ ପରେ ହାଇଦ୍ରାବାଦ ରେ। ମାତ୍ର ସବୁ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଜୀବନ ଯୁଦ୍ଧ ରେ ହାରିଗଲେ ଅଭିନେତା ପିଣ୍ଟୁ ନନ୍ଦ ଏବଂ ଚାଲିଗଲେ ଅଫେରା ରାଇଜ କୁ।

ତେବେ ବନ୍ଧୁଗଣ ଆମ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ରେ ବର୍ତ୍ତମାନ ପୁରା ସିନେମା ଜଗତ ଭାଙ୍ଗି ପଡିଛି। ତେବେ ତାଙ୍କର ମୃତ୍ୟୁ ରେ ଖୁବ ମର୍ମାହତ ହୋଇଛନ୍ତି ତାଙ୍କର ପରିବାର ଖାସ କରି ତାଙ୍କର ସ୍ତ୍ରୀ ଆଉ ଦୁଇ ପୁଅ। ତେବେ ପିଣ୍ଟୁ ଙ୍କ ମୃତ୍ୟୁ ପୂର୍ବରୁ ସେ ଦିଲ୍ଲୀ ରେ ଥିବା ବେଳେ ତାଙ୍କର ସ୍ତ୍ରୀ ଶିଳ୍ପା ତାଙ୍କୁ ଦେଖା କରିବା କୁ ଯାଇଥିଲେ। ଆଉ ଦୁହିଁଙ୍କ ମଧ୍ୟରେ କଥା ହୋଇଥିଲା କି ସେ ଭଲ ହୋଇ ଫେରି ଆସିଲେ ପୁଣି ଖୁସି ରେ ସଂସାର କରିବେ ବୋଲି ଏବଂ ଏକ ସେଲ୍ଫି ନେଇଥିଲେ। ମାତ୍ର ଶିଳ୍ପା ଙ୍କ ପାଇଁ ଏହା ତାଙ୍କର ଶେଷ ଦେଖା ହୋଇଗଲା ଏବଂ ପିଣ୍ଟୁ ସବୁଦିନ ପାଇଁ ଆର ପାରିକୁ ଚାଲିଗଲେ।

ଏହା ପରେ ଲୋକେ ନାହିଁ ନଥିବା କଥା ଶିଳ୍ପା ଙ୍କୁ କହିଥିଲେ ମାତ୍ର ଶିଳ୍ପା ଯେ ସ୍ୱାମୀ ଙ୍କୁ ହରେଇ କେତେ କଷ୍ଟରେ ଅଛନ୍ତି ତାହା ସେ ହିଁ ଜାଣିଛନ୍ତି। ତେବେ କିନ୍ତୁ ସେ ପିଣ୍ଟୁ ଙ୍କ ର ଦୁଇ ପୁଅ ର ଜତ୍ନ ନେବା ସହ ସେମାନ ଙ୍କୁ ଭଲ ମଣିଷ କରିବେ ବୋଲି ସଂକଳ୍ପ କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଶିଳ୍ପା ଏବଂ ପିଣ୍ଟୁ ଙ୍କ ର ଶେଷ ସେଲ୍ଫି ଟି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.