Daily news update , Real odisha local news

Devil Queen Arpita ..କହିଲେ ନିଜର ପ୍ରେମ ଗୁମର ପ୍ରେମ ମୋତେ ବହୁତ ତଳକୁ ନେଇ ଯାଇଥିଲା ,ମୁଁ ପୁରା ଡିପ୍ରେସନକୁ ପଳେଇଯାଇଥିଲି :ଅର୍ପିତା

0 4

ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି।

ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ। ଆଉ ଅନେକ ଲୋକ ଏହି ସୋସିଆଲ ମିଡ଼ିଆ ମାଧ୍ୟମ ରେ ନିଜର ପରିଚୟ ମଧ୍ୟ ବନେଇ ପାରିଛନ୍ତି।

ତେବେ ସେହି ପିରିଚିତ ଚେହେରା ଭିତରେ ଏକ ନାମ ହେଉଛି ଅର୍ପିତା ପ୍ରଧାନ ବା ଡେଭିଲ କୁଇନ ଅର୍ପିତା। ତେବେ ଅର୍ପିତା ହେଉଛନ୍ତି ସେହିପରି ଜଣେ ଯୁବତୀ ଯିଏକି ସୋସିଆଲ ମିଡ଼ିଆ ତଥା ଇଷ୍ଟାଗ୍ରାମ ରେ ଏକ ଭିନ୍ନ ଓ ସ୍ୱତନ୍ତ୍ର କାହାଣୀ ବନାଇ ନିଜର ଭିନ୍ନ ପରିଚୟ କରି ପାରିଛନ୍ତି। ତେବେ ସେ ତାଙ୍କର କାହାଣୀ ବିଷୟ ରେ ଜଣେଇଛନ୍ତି ଆଉ କିପରି ଭାବରେ ଜଣେ NCC ଏବଂ ଖେଳ କୁଦ ଛାଡି ଆଜି ଇଂଷ୍ଟା କୁଇନ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଡେଭିଲ କୁଇନ ଅର୍ପିତା ଙ୍କ ବିଷୟ ରେ ଏବଂ ତାଙ୍କର ସ୍ୱତନ୍ତ୍ର କାହାଣୀ ବିଷୟରେ ।

ତେବେ ଅର୍ପିତା ପ୍ରଧାନ କହିଛନ୍ତି ଯେ, ଛୋଟ ବେଳୁ ତାଙ୍କୁ ଖେଳ କୁଦ ରେ ତଥା NCC ରେ ବହୁତ ଆଗ୍ରହ ଥିଲା। ମାତ୍ର ଯେତେବେଳେ ସୋସିଆଲ ମିଡ଼ିଆ ର ଦୁନିଆଁ ଆସିଲା ସେତେବେଳେ ସମସ୍ତେ ଭିଡ଼ିଓ ବନାଉ ଥିଲେ, ତେବେ ମୋର ସାଙ୍ଗ ସାଥି ମାନେ ମୋତେ କହିବା ଦ୍ୱାରା ମୁଁ ଛୋଟ ଛୋଟ ରିଲ ବନେଇବା କୁ। କିନ୍ତୁ ମୋ ମନ ରେ ସର୍ବଦା କିଛି ଭିନ୍ନ ତଥା ୟୁନିକ କରିବାର ଇଚ୍ଛା ଥିଲା, ତେଣୁ ମୁଁ ଛୋଟ ଛୋଟ ଭିଡ଼ିଓ ସାମାଜିକ ଶିକ୍ଷା ତଥା ବୃଦ୍ଧ ବ୍ୟକ୍ତି ମାନଙ୍କ ବିଷୟ ରେ ରାତି ରାତି ଚିନ୍ତା କରି ଭିନ୍ନ କଣ୍ଟେଣ୍ଟ କରି ଲେଖିବା ଆରମ୍ଭ କଲେ।

ତେବେ ଏହା ମଧ୍ୟରେ ତାଙ୍କର ଦୁର୍ଘଟଣା ମଧ୍ୟ ହୋଇଥିଲା ଆଉ ଏହା ପରେ ତାଙ୍କର ଗୋଟିଏ ଭିଡ଼ିଓ ଲୋକଙ୍କୁ ଏତେ ପସନ୍ଦ ଆସିଲା କି ସେ ରାତାରାତି ବହୁତ ଫେମସ ହୋଇଗଲେ। ମାତ୍ର ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା , କାରଣ ଯେତେବେଳେ ସେ ଫେମସ ହୋଇଗଲେ ସେତେବେଳେ ତାଙ୍କର ଜଣେ ନିଜ ପରିଚିତ ଲୋକ ତାଙ୍କର ଇଂଷ୍ଟା ଆଇଟି କୁ ଚରେଇ ନେଇଥିଲେ। ତେବେ ତାଙ୍କ ଜୀବନ ରେ ଅନେକ ପ୍ରକାରର ସଂଘର୍ଷ କରି ତଥା ନିଜ ପ୍ରେମ ରେ ଧକା ପାଇ ଆଜି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ଅର୍ପିତା ଙ୍କ ର ଇଂଷ୍ଟା ଆଇଡି ହେଉଛି, ଡେଭିଲ କୁଇନ ଅର୍ପିତା ,ଆପଣ ତାଙ୍କର ଭିଡ଼ିଓ ଗୁଡିକୁ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.