Daily news update , Real odisha local news

ମା’ ଦେଉଥିଲା ପରୀକ୍ଷା, ବାହାରେ କାନ୍ଦୁଥିଲା ଛୁଆ, ଏହି ସମୟରେ ଛୁଆକୁ ସ୍ତନ୍ୟପାନ କରି ଚର୍ଚ୍ଚାରେ ମହିଳା କନେଷ୍ଟବଳ ଏହି ମହିଳା କନେଷ୍ଟବଳ ପାଇଁ ଗୋଟିଏ ସେୟାର କରନ୍ତୁ

0 76

ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଜାଣିବାକୁ ପାଇଥାଉ , ମାତ୍ର କେବେ କେବେ ଆମ ସାମ୍ନା କୁ ଏହିପରି କିଛି ଭିଡ଼ିଓ ଆସିଯାଇ ଥାଏ ତାହାକୁ ଦେଖିଲେ ଆମକୁ ବହୁତ ଆନନ୍ଦିତ ଲାଗେ। ଆମକୁ ଏହିପରି ମଧ୍ୟ ଲାଗେ କି ସତରେ ବର୍ତ୍ତମାନ ର ଏହି ଅସାମାଜିକ ତଥା ଅମାନିବିକ ଦୁନିଆଁ ରେ ଆଜି ବି ମାନବିକତା ଜୀବିତ ରହିଛି।

ତେବେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି, ମାଲକାନଗିରି ଜିଲ୍ଲାରେ ଯାହା ବିଷୟ ରେ ଜାଣିଲେ ଆପଣ ଚକିତ ହୋଇଯିବେ ନିଶ୍ଚିତ ,ମାତ୍ର ସେହି ମହିଳା ଙ୍କୁ ପ୍ରଶଂସା ନିଶ୍ଚିତ କରିବେ।

ତେବେ ଘଟଣା ଟି କିଛି ଏହିପରି ରହିଛି କି , ଓଡିଶା କନେଷ୍ଟବଳ ପରୀକ୍ଷା ଦେବାକୁ ଆସିଥିବା ଜଣେ ମହିଳା ଙ୍କ ର କୁନି ପିଲା କୁ ମା ସାଜି ନିଜ ସହ ରଖିଥିଲେ ଜଣେ ମହିଳା କନେଷ୍ଟବଳ , ଖାଲି ଏତିକି ନୁହେଁ ବରଂ ଛୁଆ କୁ ଭୋକ ଲାଗିବାରୁ ସେ କାନ୍ଦିବା ରୁ ତାହାକୁ ନିଜର ସ୍ତନ ପାନ ମଧ୍ୟ କରାଇଥିଲେ ଲେଡି କନେଷ୍ଟବଳ। ତେବେ ମହିଳା ପରୀକ୍ଷାର୍ଥୀ ଙ୍କ ର ପରୀକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ସେ ତାଙ୍କର ପିଲା କୁ ନିଜ ପିଲା ଭଳି ରଖିଥିଲେ ଯାହାକି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ତେବେ ସେହି ମହିଳା କନେଷ୍ଟବଳ ଜଣଙ୍କ ହେଉଛନ୍ତି ,ମାଲକାନଗିରି ର ବାସନ୍ତୀ ଚୌଧୁରୀ। ତେବେ ନିକଟ ରେ ଓଡିଶା କନେଷ୍ଟବଳ ର ପରୀକ୍ଷା ଓଡ଼ିଶା ର ସବୁ ଜିଲ୍ଲା ରେ ଆୟୋଜିତ ହୋଇଥିଲା। ମାଲକାନଗିରି ର ଏକ ପରୀକ୍ଷା ସେଣ୍ଟର ଜଣେ ମହିଳା ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିଥିଲେ ଆଉ ସାଙ୍ଗ ରେ ତାଙ୍କର ଗୋଟିଏ ପାଞ୍ଚ ମାସ ର ଛୋଟ ପିଲା ମଧ୍ୟ ଥିଲା। ମାତ୍ର ତାଙ୍କ ସାଙ୍ଗ ରେ କୌଣସି ପ୍ରିୟଜନ ବା ପରିବାର ଲୋକେ ଆସି ନଥିଲେ। ତେବେ ଏହାକୁ ଲକ୍ଷ କରୁଥିଲେ ସେଠାରେ ପରୀକ୍ଷା ଦାୟିତ୍ୱ ରେ ଥିବା କନେଷ୍ଟବଳ ବାସନ୍ତୀ ଚୌଧୁରୀ ଯିଏକି ସେହି ମହିଳା ଙ୍କ ର କଥା ଜାଣି ପାରିଥିଲେ।

ତେବେ ବାସନ୍ତୀ ସେହି ମହିଳା ଙ୍କ ଠାରୁ ପିଲା କୁ ପାଖରେ ରଖିଥିଲେ ଆଉ ତାଙ୍କୁ ବିନା ଚିନ୍ତା ରେ ପରୀକ୍ଷା ଦେବାକୁ କହିଥିଲେ। ତେବେ ସେହି ପରୀକ୍ଷାର୍ଥୀ ଙ୍କ ର ପରୀକ୍ଷା ସମାପ୍ତ ହେବା ଯାଏଁ ବାସନ୍ତୀ କୁନି ପିଲାକୁ ନିଜ ସହ ରଖିଥିଲେ। ଆଉ ଯେତେବେଳେ ପିଲା ଟି ଭୋକ ରେ କାନ୍ଦିଲା ସେତେବେଳେ ସେ ତାଙ୍କୁ ନିଜେ ସ୍ତନ ପାନ ମଧ୍ୟ କରାଇ ଥିଲେ। ତେବେ ଏହାକୁ ନେଇ ବାସନ୍ତୀ କହିଥିଲେ କି , ମୋର ବି ଗୋଟିଏ ପିଲା ଅଛି ଆଉ ମୁଁ ଯେତେବେଳେ ସେହି ମହିଳା ଙ୍କୁ ଏହିପରି ପରିସ୍ଥିତି ରେ ଦେଖିଲି ସେତେବେଳେ ଏହା ମୋତେ ଠିକ ଲାଗିଲା। ତେବେ ଏହାକୁ ନେଇ ବାସନ୍ତୀ ଙ୍କୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.