Daily news update , Real odisha local news

ଶେଷରେ DNA ରିପୋର୍ଟ ଖୋଲିଦେଲା ଦିନେଶର ଅସଲ ମୁଖା…“ଏତେ ଦିନ ପରେ ଆଜି ମୁଁ ବହୁତ ଖୁସି, କାରଣ ଆଜି ଦିନେଶ ମତେ ନେଇ…’ Deepika

0 21,681

ଆଜକୁ ପ୍ରାୟ ୭୦ ଦିନ ରୁ ଅଧିକ ବିତିଗଲାଣି ଦୀପିକା ଙ୍କୁ ନିଜ ଶାଶୂ ଘର ଆଗରେ ଧାରଣା ଦେବାକୁ ବସିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ଦେଖା ଯାଉ ନାହିଁ। ସମସ୍ତେ କେବଳ ଦୀପିକା ଙ୍କ ପୁଅ ର ଡିଏନଏ (DNA) ରିପୋର୍ଟ କୁ ଅପେକ୍ଷା କରି ବସିଛନ୍ତି ,

ଆଉ ସେହି ଡି ଏନ ଏ ରିପୋର୍ଟ ଆସିଲେ ପାଣି ପାଣି ଓ କ୍ଷୀର କ୍ଷୀର ହୋଇଯିବ ବୋଲି। ତେବେ ଏହି ଡି ଏନ ଏ (DNA) କଣ ହୋଇଥାଏ ତଥା କଣ ଏହା ଦିନେଶ ଓ ଦୀପିକା ଙ୍କ ମଧ୍ୟରେ ଥିବା ବିବାଦ କୁ ସବୁଦିନ ପାଇଁ ଶେଷ କରିଦେବ ତାହା ନେଇ ଜଣେଇବୁ।

ବନ୍ଧୁଗଣ ଆପଣ ମାନେ ବ୍ରହ୍ମପୁର ର ଦୀପିକା ଓ ଦିନେଶ ଙ୍କ ର ବିବାହ ର ବିବାଦ ମାମଲା ବିଷୟ ରେ ବେଶ ଭଲ ଭାବରେ ଜାଣିଥିବେ। ତେବେ ଦୀପିକା ଆଉ ଜଣେ ତପସ୍ୱୀନି ସାଜିଛନ୍ତି ଆଉ ନଖାଇ ନପିଇ ଆଜକୁ ଚାରି ଦିନ ହେବ ନିଜ ସ୍ୱାମୀ ଓ ଶାଶୂ ଶଶୁର ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି। ତେବେ ସେ ଏକା ନାହାନ୍ତି ବରଂ ତାଙ୍କ ସହ ରହିଛି ୧୮ ମାସର କୁନି ପୁଅ ଟିଏ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଦିନେଶ ଓ ଦୀପିକା ପରସ୍ପର କୁ ଭଲପାଇ ଥିଲେ ମାତ୍ର ଦୀପିକା ଙ୍କୁ ଗର୍ଭବତୀ କରାଇ ଦିନେଶ ତାଙ୍କୁ ଧକ୍କା ଦେଇଥିଲେ।

ତେବେ କିନ୍ତୁ ଦୀପିକା ଏହାକୁ ନେଇ ହାର ମାନି ନଥିଲେ ନିଜ ଛୁଆ ର ହକ ପାଇଁ ବର୍ତ୍ତମାନ ସେ ଦିନେଶ ଙ୍କ ଘର ଆଗରେ ଆସି ଧାରଣା ରେ ବସିଛନ୍ତି। ଧୀରେ ଧୀରେ ସମୟ ର ଗତି ସହ ତାଙ୍କର ମାମଲା ମଧ୍ୟ ଜଟିଳ ହେବାକୁ ଯାଉଛି।ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ନ୍ୟାୟ ପାଇଁ ଦୀପିକା ସମାଜ ସେବୀ ପ୍ରମିଳା ଙ୍କ ସହ ଭୁବନେଶ୍ୱର ଯାଇଥିଲେ ଏବଂ ସେଠାରେ ସେ ମହିଳା କମିଶନର ଙ୍କୁ ଭେଟି ସବୁ ଘଟଣା ବିଷୟ ରେ ଜଣେଇଥିଲେ ।ମାତ୍ର ସେଠା କୁ ମଧ୍ୟ ଦିନେଶ ଆସି ନଥିଲେ ସେଠାରେ ତାଙ୍କ ର ଓକିଲ ତାଙ୍କ ମତ ଦେଇଥିଲେ।

ତେବେ ବର୍ତ୍ତମାନ କିନ୍ତୁ DNA ରିପୋର୍ଟକୁ ନେଇ ଜଣେ ମହିଳା ଡାକ୍ତର ଯିଏକି ଶିଶୁ ଓ ମହିଳା ଙ୍କ ବିଶେଷଜ୍ଞ ଅଟନ୍ତି ସେ କହିଛନ୍ତି। ତେବେ ସେ କହିଛନ୍ତି କି DNA ର ରିପୋର୍ଟ ଶତ ପ୍ରତିଶତ ସତ୍ୟ ହୋଇଥାଏ , ଏହା ବାପା ମା ଙ୍କ ର ଚିନ୍ହଟ କରିବା ପାଇଁ ତଥା ପିଲାଙ୍କ ଦେହ ରେ ଥିବା କିଛି ଜିନ ଜନିତ ରୋଗ ବିଷୟ ରେ ଜାଣିବା ପାଇଁ।ତେବେ ସେ ସ୍ପଷ୍ଟ ଭାବରେ କହିଛନ୍ତି କି ଦୀପିକା ଙ୍କ ପିଲା ର DNA ରିପୋର୍ଟ ରୁ ନିଶ୍ଚିତ ଭାବରେ ଦିନେଶ ଙ୍କ ସତ୍ୟତା ବିଷୟରେ ଜଣା ପଡିବ ଏବଂ ଏହି ବିବାଦ ର ସମାଧାନ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.