ତେବେ ବନ୍ଧୁଗଣ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଯନ୍ତ୍ରପାତି ର ଦୁନିଆଁ ରେ ବସବାସ କରୁଛନ୍ତି କିନ୍ତୁ ଏବେ ବି ମଣିଷ ର ମାନସିକତା ରେ ପରିବର୍ତ୍ତନ ଦେଖଯାଉ ନାହିଁ। ଏବେ ବି ଲୋକମାନେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଗୁଣି ଗାଡଡି ରେ ବିଶ୍ୱାସ କରି ବସିଛନ୍ତି ଆଉ ପ୍ରକୃତ ଭଗବାନ ଙ୍କୁ ଛାଡି ଭଣ୍ଡ ବାବା ଓ ମାତା ମାନଙ୍କ ଉପରେ ବିଶ୍ୱାସ କରୁଛନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଆଉ ଯିଏ ବି ଏହି ଭିଡ଼ିଓ ଟିକୁ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ବର୍ତ୍ତମାନ ବାଲେଶ୍ଵର ଜିଲ୍ଲା ର ସୋର ଅଞ୍ଚଳ ରୁ ଏହିପରି ଏକ ଘଟଣା ସାମ୍ନା କୁ ଆସି ଅଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ବର୍ତ୍ତମାନ ଏଠାରେ ଗୁଣି ଗାଡଡି ସନ୍ଦେହ ରେ ଜଣେ ମହିଳା ଙ୍କ ଘର ଆଗରେ ହାଙ୍ଗାମା ସୃଷ୍ଟି କରୁଛନ୍ତି ଗ୍ରାମବାସୀ। ତେବେ ଖାଲି ଏତିକି ନୁହେଁ ବରଂ ଘଟଣା ଏତେ ଆଗ କୁ ବଢି ଯାଇଛି ଯେ ସେହି ସ୍ଥାନରେ ପୋଲିସ ପହଁଚିଛନ୍ତି ମାତ୍ର ପରିସ୍ଥିତି ଅସମ୍ଭାଳ ରହିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
ତେବେ ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲାର ସୋର ରେ , ଯେଉଁ ଠାରେ ଗ୍ରାମ ବାସୀ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଗ୍ରାମ ର ଖୁସି ନାମକ ଜଣେ ମହିଳା କୁଆଡେ ଗ୍ରାମ ର ଭରତ ଙ୍କ ପୁଅ ବସନ୍ତ ଙ୍କୁ ଗୁଣି ଗାଡେଡି କରି ତାର ଦେହ ଅସୁସ୍ଥ କରି ଦେଇଛି ବୋଲି। ତେବେ ଗ୍ରାମ ଲୋକେ କହିଛନ୍ତି କି, ବସନ୍ତ ଖୁସି ଙ୍କ ଦୋକାନ କୁ କିଛି ଆଣିବାକୁ ଯାଇଥିବା ବେଳେ ଖୁସି ଓ ତାଙ୍କ ପୁଅ ବସନ୍ତ ଙ୍କ ମୁଣ୍ଡ ରେ ତୁବ ଚାଉଳ ପକାଇ ଦେଇଥିଲେ ଆଉ ତାଙ୍କର ବିବାହ ବୋଲି କହିଥିଲେ। ତେବେ ଏହା ପର ଠାରୁ ବସନ୍ତ ଙ୍କ ଦେହ ଅସୁସ୍ଥ ହୋଇଗଲା ଆଉ କୌଣସି ଡାକ୍ତର ଜାଣି ପାରିଲେ ନାହିଁ ତେଣୁ ଗୁଣି ହୋଇଛି ବୋଲି ଆସି ଖୁସି ଘର ଆଗରେ ଏକାଠି ହୋଇଥିଲେ।
ତେବେ ଏହା ପରେ ଖୁସି ଙ୍କ ଘର ଭିତରେ ମଧ୍ୟ ଅନେକ ଦେବୀ ଙ୍କ ଫୋଟ ,ତଥା ଏହିପରି କିଛି ଜିନିଷ ଦେଖିବା କୁ ମିଳିଥିଲା ଯାହା ଲୋକଙ୍କ ସନ୍ଦେହ କୁ ଆହୁରି ଦୃଢ଼ କରି ଦେଇଥିଲା। ତେବେ କିନ୍ତୁ ଖୁସି କହିଛନ୍ତି କି , ସେ ଏ ସବୁ କିଛି ଜାଣନ୍ତି ନାହିଁ କିମ୍ବା କାହାକୁ ଗୁଣି କରି ନାହାନ୍ତି ବୋଲି। ତେବେ କିନ୍ତୁ ଗ୍ରାମବାସୀ ଏହାକୁ ମାନୁ ନାହାନ୍ତି ଏପରି କି ପୋଲିସ ଖୁସି ଙ୍କ ପରିବାର କୁ ସୁରକ୍ଷା ଦେଉଥିବା ନେଇ ପୋଲିସ ଉପରେ ମଧ୍ୟ ତେଜି ଯାଉଛନ୍ତି। ତେବେ ଘଟଣା ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।