Daily news update , Real odisha local news

Viral VIDEO -ପୁଅ ଗୁଆନଙ୍କ ସହ ଘରେ କେମିତି ସମୟ କାଟୁଛନ୍ତି ହିରୋ ବାବୁସାନ (Babusaan) …ଦେଖନ୍ତୁ ଭିଡିଓ

0 3,448

ବନ୍ଧୁମାନେ ଆମେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ପାଇଥାଉ ।ବେଳେ ବେଳେ ସେଲିବ୍ରେଟି ମାନଙ୍କ ଜୀବନର ଘଟଣା ଗୁଡିକ ଖୁବ ଆନନ୍ଦ ଲାଗେ ଦେଖିବାକୁ ।ଯେମିତି ଆଜିର ଏହି ଭିଡ଼ିଓରେ ଦେଖୁ ନାହାଁନ୍ତି ଓଲିଉଡ ର ସୁପରଷ୍ଟାର ବାବୁସାନ କେମିତି ନିଜ ପୁଅ ସହିତ ଖୁବ ମସ୍ତି କରୁଛନ୍ତି ।

ଆଉ ଏହି ଭିଡ଼ିଓ ଦେଖିଲେ ବୁଝିବା କଷ୍ଟ ହେବ କି ଇଏ ସେହି ହିରୋ ବାବୁସାନ ନା ଆଉ କିଏ ।ତେବେ ବାପା ପୁଅର ଏହି ସୁନ୍ଦର ମୁହୂର୍ତ୍ତ ବିଷୟରେ ଚାଲନ୍ତୁ ଆଗକୁ ଜାଣିବା ।ଓଲିଉଡ ର ସୁପରଷ୍ଟାର ବା ଚକଲେଟ ହିଟ ବାବୁସାନ ଯାହାଙ୍କୁ ଆମେ ସବୁବେଳେ ସ୍କ୍ରିନ ଉପରେ ଭିନ୍ନ ଭିନ୍ନ ରୂପରେ ଦେଖି ଆସିଛୁ ।

ତେବେ ବ୍ୟକ୍ତି ଜୀବନରେ ବି ବାବୁସାନ ଙ୍କର ଏକ ଖୁବ ସୁନ୍ଦର ପରିବାର ରହିଛି ଆଉ ତାଙ୍କ ପରିବାରରେ ତାଙ୍କର ପୁଅ ଗୁଆନ ରହିଛି ।ତେବେ ଆଜିର ଏହି ଦୃଶ୍ୟରେ ଆପଣ ବାବୁସାନ ଙ୍କୁ ତାଙ୍କ ପୁଅ ସହିତ ଏକ ନୂଆ ରୂପରେ ଦେଖିବାକୁ ପାଇବେ ।ତେବେ ସତ କହିବାକୁ ଗଲେ ଆମେ ସମସ୍ତେ ଛୋଟ ପିଲା ସାଙ୍ଗରେ ସବୁବେଳେ ଛୋଟ ପିଲା କେତେବେଳେ ପାଲଟି ଯାଉ ତାହା ଆମକୁ ବି ଜଣା ନଥାଏ ।ଆଉ ଏଠାରେ ବାବୁସାନ ମଧ୍ୟ ନିଜ ପୁଅ ସହିତ ଖେଳୁ ଖେଳୁ ପୁରା ଛୋଟ ପିଲା ପରି ଦେଖା ଯାଉଛନ୍ତି ।

ଆପଣ ଏହି ଭିଡ଼ିଓରେ ଦେଖି ପାରିବେ ବାବୁସାନ ତାଙ୍କ ପୁଅକୁ ଧରିଛନ୍ତି ଆଉ ତା ସହିତ ଖେଳୁ ଛନ୍ତି ଗେଲ ହେଉଛନ୍ତି ।ତେବେ ଗୁଆନ ଏବେ ଟିକେ ଟିକେ କଥା ବି କହୁଛି ଆଉ ପୁଅର ସେହି ଖଣ୍ଡିଆ କଥା ଶୁଣି ବାବୁସାନ ଖୁବ ଖୁସି ହେଉଥିବାର ଦେଝିବାକୁ ମିଳୁଛି ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ବାବୁସାନ ଆଉ ତାଙ୍କ ପୁଅର ଏହିପରି ଏକ ସୁନ୍ଦର ଭିଡ଼ିଓ ଖୁବ ଭାଇରଲ ହେଉଛି ।ଆଉ ଭିଡ଼ିଓ ଟିକୁ ଯିଏ ବି ଦେଖୁଚି ସେ ଆଖି ହଟେଇ ପାରୁ ନାହିଁ ।

ତେବେ ନିକଟରେ ବାବୁସାନ ଙ୍କ ଜୀବନରେ ପାରିବାରିକ କଳହ ର ଏକ ବିରାଟ ଝଡ଼ ବିତିବା ପରେ ଏବେ ବୋଧେ ତାଙ୍କ ଜୀବନରେ ପୁଣି ଖୁସି ଫେରି ଆସିଛି ।ସେଥିପାଇଁ ତ ଦମନ ଫିଲ୍ମ ର ସଫଳତା ପରେ ବାବୁସାନ ଙ୍କର ଏହି ଭିଡ଼ିଓ ଖୁବ ଚର୍ଚ୍ଚାରେ ରହିଛି ।ତେବେ ଆମେ ଆଶା କରୁଛୁ ତାଙ୍କର ଏହି ଖୁସିରେ କାହାର ନଜର ନଲାଗୁ ଆଉ ଆଗକୁ ଆଗକୁ ବାପା ପୁଅର ଏମିତି ଭିଡ଼ିଓ ଆହୁରି ବି ଦେଖିବାକୁ ମିଳୁ ।ତେବେ ବନ୍ଧୁମାନେ ଏବେ ଯାଏ ଯଦି ବାବୁସାନ ଆଉ ତାଙ୍କ ପୁଅର ଏହି ଭିଡ଼ିଓ ଏବେ ଯାଏ ଦେଖି ନାହାନ୍ତି ତେବେ ଜଲଦି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.