ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ଏହି ଅତ୍ୟାଧୁନିକ ଯୁଗରେ ସବୁକିଛି ଓଲଟା ପାଲଟା ହେଉଛି। ଆଉ ଟେକ୍ନୋଲୋଜି ର ନିଶା ରେ ପଡି ପିଲାମାନେ ଏହିପରି ହୋଇ ଯାଉଛନ୍ତି କି ,ବାପା ମା ଗୁରୁଜନ କାହାକୁ ବି ମାନୁ ନାହାନ୍ତି ।
ଆଉ ଗୋଟିଏ କଥା ମଧ୍ୟ ଆପଣ ନଜର କରି ପାରୁଥିବେ କି, ଆଜିକାଲି ର ଛୋଟ ପିଲା ମାନ ଙ୍କୁ ମୋବାଇଲ ର ନିଶା ଘାରିଛି ,ଏମାନେ ଗୋଟିଏ ଦିନ ନଖାଇ ଚଳି ନେବେ କିନ୍ତୁ ମୋବାଇଲ ପାଖରେ ନଥିଲେ କଣ କଣ ଯେ ଏମାନେ କରିବେ ତାହା ଆପଣ ମାନେ ଭାବି ପାରିବେ ନାହିଁ। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ଟି କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ଯାହା ସୂଚନା ରହିଛି କି , ଗୋଟିଏ ଛୋଟ ପିଲା ପାଖ ରୁ ବାପା ମୋବାଇଲ ଓ ଆଇପେଡ ଛଡେଇ ନେବାରୁ ପିଲା ଟି ରାଗ ରେ ଏହିପରି କିଛି କରି ଦେଇଛି ଯାହା ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ। ତେବେ ସୂଚନା ଅନୁସାରେ ମୋବାଇଲ ଛଡେଇ ନେବା ରୁ ୧୭ ମହଲା ରୁ ଡେଇଁ ଥିଲା କୁନି ପୁଅ ଆଉ ତା ପରେ ଯାହା ଘଟିଲା ଏହି ଭାଇରାଲ ଭିଡ଼ିଓ ରେ ଆପଣ ଦେଖି ପାରିବେ। ତେବେ ଘଟଣା ଟି ସୁଦୁର ସିଙ୍ଗାପୁର ର ବୋଲି ଜଣା ପଡ଼ିଛି।
ତେବେ ସୂଚନା ଅନୁସାରେ, ସିଙ୍ଗାପୁର ର ଜଣେ ବାପା ତାର ଛୋଟ ପୁଅ ଠାରୁ ମୋବାଇଲ ଓ ଆଇପେଡ ଛଡାଇ ନେଇଥିଲେ। ଆଉ ଏହି ଘଟଣା ଟି ପରେ ଛୋଟ ପିଲା ଜଣଙ୍କ ବହୁତ ରାଗି ଯାଇଥିଲେ ଆଉ ବାପା ଙ୍କୁ ମୋବାଇଲ ଫେରାଇ ଦେବାକୁ କହିଥିଲର। ମାତ୍ର ବାପା ଯେତେ ବେଳେ ମୋବାଇଲ ଟି ଦେବା କୁ ମନା କରି ଦେଇଥିଲେ। ସେତେ ବେଳେ ପିଲାଟି ବାପା ଙ୍କୁ ଧମକ ଦେଇଥିଲେ କି ଯଦି ତାଙ୍କୁ ସେ ମୋବାଇଲ ଫେରାଇ ନ ଦିଅନ୍ତି ତେବେ ସେ ୧୭ ମହଲା ରୁ ଡେଇଁ ପଡିବ ବୋଲି। କିନ୍ତୁ ବାପା ଏହାକୁ ଧ୍ୟାନ ଦେଇ ନଥିଲେ।
ମାତ୍ର କିଛି ସମୟ ଯାଏ ବାପା ଫୋନ ନଦେବା ରୁ ପିଲାଟି ସତ ରେ ଯାଇ ୨୭ ମହଲା ର ଝରକା କୁ ଚଢି ଯାଇଥିଲା ଆଉ ସେଠାରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତେବେ ଏହା ଜାଣିବା ପରେ ବାପା ଜଣଙ୍କ ସଂଗେ ସଂଗେ ଅଗ୍ନିଶମ ବାହିନୀ କୁ ସେଠାକୁ ଡକେଇ ନେଇଥିଲେ।ମାତ୍ର କିଛି କ୍ଷଣ ମଧ୍ୟରେ ପିଲା ଟି ତାର ଭାରସାମ୍ୟ ହରାଇ ତଳକୁ ପଡି ଯାଇଥିଲା। ମାତ୍ର ଭାଗ୍ୟ ଭଲ ଥିଲା କି ପିଲା ଟି ତଳେ ପଡିବା ବେଳକୁ ଅଗ୍ନିଶମ ବାହିନୀ ଆସି ସେଥଟେ ଗୋଦି ପକାଇ ଦେଇଥିଲେ। ଆଉ ପିଲାଟି ତା ଉପରେ ପଡିବା ପରେ ତାର ଜୀବନ ବଂଚି ଯାଇଥିଲା। ତେବେ ଏହାର ଲାଇଭ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।