ବନ୍ଧୁମାନେ ଆମ ଧର୍ମରେ ଅନେକ ରୀତିନୀତି ଓ ପରମ୍ପରା ଆଦି ରହିଛି ସେହି ଗୁଡିକ ଭିତରେ ଅନେକ ପର୍ବ ପର୍ବାଣୀ ବି ରହିଛି ।ତେବେ ଦୋଳ ପୂର୍ଣ୍ଣିମା ସେହି ପର୍ବ ଗୁଡିକ ଭିତରୁ ଗୋଟିଏ, ତେବେ ଏହି ଦିନ ର ଖୁବ ଗୁରୁତ୍ୱ ରହିଛି ।
ତେବେ ଏହି ବର୍ଷ ଦୋଳ ପୂର୍ଣ୍ଣିମା 6 ମାର୍ଚ୍ଚ ରୁ ଆରମ୍ଭ ହେଇ 7 ମାର୍ଚ୍ଚ ରେ ଶେଷ ହେଉଛି ।ଆଉ ଏହି ସମୟ ଭିତରେ ଆପଣ ଧନିଆ ରେ ତିନୋଟି ଉପାୟ କରନ୍ତୁ ଦେଝିବେ ଜୀବନରେ କେଵ ଧନ ର ଅଭାବ ରହିବ ନାହିଁ ।ଏହା ବ୍ୟତୀତ ଅନେକ ସୂଫଳ ମିଳିଥାଏ, ତେବେ ଏବେ ଆସନ୍ତୁ ସେହି 3ଟି ଉପାୟ ବିଷୟରେ ଜାଣିବା ।
ପ୍ରଥମ ଉପାୟ:-
ତେବେ ଆମ ଘରେ ଅନେକ ଜିନିଷ ରହିଛି ଯାହାକୁ ବ୍ୟବହାର କରି ଆପଣ ଜୀବନର ଆନେକ ଅସୁବିଧା ଦୂର କରିପାରିବେ, ସେହି ଭିତରୁ ଧନିଆ ବି ଗୋଟିଏ ।ତେବେ ଆପଣ ଦୋଳ ପୂର୍ଣ୍ଣିମା ମାନେ 6 ତାରିଖ ଦିନ ଦିନରେ ଗୋଟିଏ ହଳଦିଆ କପଡ଼ା ଉପରେ 21 ଟି ଧନିଆ ରଖି ସେଥିରେ ହଳଦୀ ଦିଅନ୍ତୁ ।ଏହାପରେ ସେ କପଡା ରେ ଧ୍ୱନିଆକୁ ଗିଦେଇ ନେଇ ଗୋଟିଏ ଅଶ୍ୱସ୍ଥ ଗଛ ମୂଳକୁ ଯାଆନ୍ତୁ ଆଉ ସେହି ଗଛ ମୂଳରେ ପାଣି ଦେଇ ଗଛ ଚାରିପଟେ 7 ଥର ବୁଲନ୍ତୁ ।ଏହାପରେ ସେହି ଧନିଆ ଗୁଡାଇଥିବା କପଡା କୁ ଘରକୁ ନେଇ ଆସନ୍ତୁ ।ଆଉ 7 ତାରିଖ ଦିନ ସେହି କପଡା କୁ ଆପଣ ଯେଉଁ ରୁମରେ ଅଧିକ ରହନ୍ତି ସେହି ଘରେ ରଖନ୍ତୁ, ଏହାପରେ ଦେଖିବେ ଆପଣଙ୍କ ର ସମସ୍ତ ଗ୍ରହ ଦଶା କଟିଯିବ ।
ଦ୍ଵିତୀୟ ଉପାୟ:-
7 ମାର୍ଚ୍ଚ ଦିନ ସନ୍ଧ୍ୟା ସମୟରେ ଆପଣ ଗୋଟିଏ ଘିଅ ର ଦୀପ ଜାଲନ୍ତୁ ଆଉ ସେତେବେଳେ ଓଁ ନମଃ ଭଗବତେହ ବାଷୁଦେବ ଉଚ୍ଚାରଣ କରନ୍ତୁ ।ତାପରେ ପୁଣି ଗୋଟେ ଘିଅ ର ଦୀପ ଅଶ୍ୱସ୍ଥ ଗଛ ମୂଳରେ ଜାଲନ୍ତୁ କିନ୍ତୁ ସେହି ସମୟରେ ଆପଣଙ୍କ ହାତରେ 5ଟି ଧନିଆ ଥିବା ଦରକାର ।ଆଉ ସେହି ଧନିଆ କୁ ପୁର୍ବ ଦିଗରେ ଭଷେଇ ଦେବେ, ଏମିତି କଲେ ଆପଣଙ୍କ ଶତ୍ରୁ ବିନାଶ ହେଇଥାଏ ।
ତୃତୀୟ ଉପାୟ:-
ତେବେ ଏଥିରେ 3ଟି ମୁଖ୍ୟ ଉପାୟ ରହିଛି ଯାହା ଫାଲଗୁନ ପୂର୍ଣ୍ଣିମା ଦିନ ହିଁ କରିବା ଉଚିତ ।ତେବେ ପ୍ରଥମେ ଗୋଟିଏ ନାଲି କାଗଜ ଉଅରେ 3ଟି ଧନିଆ ରଖି ବାନ୍ଧି ଦିଅନ୍ତୁ ତାପରେ ଦେଖିବେ ଆପଣଙ୍କ ଠୁ କରଜ ନେଇଥିବା ଟଙ୍କା ଫେରିପାଇବେ ।ଅନ୍ୟ ଏକ ଉପାୟରେ ଆପଣ 11ଟି ରୁଟି କରି ତା ଉପରେ 7ଟି ଧନିଆ ରଖନ୍ତୁ ଓ କିଛି ଗୁଡ଼ ରଖି ଗାଈ କୁ ଖାଇବାକୁ ଦିଅନ୍ତୁ
ଏମିତି ଅନେକ ଦେବାଦେବୀ ଙ୍କର ଆଶୀର୍ବାଦ ମିଳିଥାଏ ।ଆଉ ଶେଷ ଉପାୟରେ 7 ତାରିଖ ଦିନ ଠାକୁର ଘରେ ଏକ କପଡା ଉପରେ 5ଟି ଧନିଆ, 21 ଚାଉଳ, 3ଟି ମରିଚ ଓ ଖଣ୍ଡିଏ ହଳଦୀ ରଖି କପଡା ଟି ନାଲି ସୁତାରେ ବାନ୍ଧି ଦିଅନ୍ତୁ ।ତାପରେ ମାତା ଲକ୍ଷ୍ମୀ ଙ୍କ ଫୋଟ ପାଖରେ ପୁଟୁଳି ଟିକୁ ରଖି ଲକ୍ଷ୍ମୀଙ୍କର ବିଜୟ ମନ୍ତ୍ର ଜପ କରନ୍ତୁ ତାପରେ ସେହି ପୁଟୁଳି ନେଇ ଟଙ୍କା ରଖୁଥିବା ଜାଗାରେ ରଖିଦିଅନ୍ତୁ ।ଏମିତି କଲେ କେବେ ଧନ ର ଅଭାବ ରହି ନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।