Daily news update , Real odisha local news

ଦେଖନ୍ତୁ EXCLUSIVE : ଦିଲ୍ଲୀ ହସ୍ପିଟାଲ ବେଡ଼ ରୁ OLYWOD ଅଭିନେତା ପିଣ୍ଟୁ ନନ୍ଦ କେମିତି ଅଛନ୍ତି …ଦେଖନ୍ତୁ VIDEO

0 427

ବନ୍ଧୁଗଣ ବର୍ତ୍ତମାନ ଓଲିଉଡ ଇନ୍ଦ୍ରଷ୍ଟ୍ରି କୁ ପୁଣି ମାଡି ଆସିଛି ଏକ ସଙ୍କଟ , ତେବେ ସୂଚନା ଅନୁସାରେ ଓଲିଉଡ ର ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ସ୍ୱାସ୍ଥ୍ୟ ଖରାପ ହୋଇଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ପିଣ୍ଟୁ ନନ୍ଦ ଙ୍କ ର ସ୍ୱାସ୍ଥ୍ୟବସ୍ଥା କୁ ଦେଖି ଭୁବନେଶ୍ୱର ର ଡାକ୍ତର କହିଛନ୍ତି କି ତାଙ୍କୁ ଦିଲ୍ଲୀ କୁ ନେବା ପାଇଁ।

ଆଉ ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ବାଧକ ସାଜିଛି ଟଙ୍କା। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ଜଣେଇବା କୁ ଯାଉଛୁ।

ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ , ସେ ଜଣେ ବରିଷ୍ଠ ଏବଂ ଓଡ଼ିଶା ର ଘରେ ଘରେ ପରିଚିତ ଅଭିନେତା ଅଟନ୍ତି। ତେବେ ସେ ତାଙ୍କର ଜବରଦସ୍ତ ଅଭିନୟ ମାଧ୍ୟମ ରେ ସମସ୍ତ ଙ୍କୁ ନିଜର କରି ପାରିଛନ୍ତି ଏବଂ ସେ ମଧ୍ୟ ନିଜ ଦମଦାର ଅଭିନୟ ସହ କମେଡି ଏବଂ ତାଙ୍କର ବ୍ୟବହାର ପାଇଁ ଘରେ ଘରେ ପରିଚିତ ଅଟନ୍ତି। ତେବେ କିଛି ଦିନ ତଳେ ତାଙ୍କୁ ଝିଲିକ ବାନାର୍ଜୀ ଙ୍କ ସିନେମା ରୁଦ୍ରଣୀ ରେ ଦେଖିବା କୁ ମିଳିଥିଲା।

ମାତ୍ର ବର୍ତ୍ତମାନ ଯାହା ସୂଚନା ଆସିଛି କି , ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଗୁରୁତ୍ୱ ର ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ତେବେ ଯାହା ଜଣା ପଡ଼ିଛି କି ଅଭିନେତା ପିଣ୍ଟୁ ନନ୍ଦ ଲିଭର ରୋଗ ରେ ପୀଡିତ ଅଟନ୍ତି ତେବେ ତାଙ୍କର ଲିଭର ଠିକ ଭାବରେ କାମ କରୁ ନାହିଁ ଏବଂ ତାଙ୍କର ଚିକିତ୍ସା ଭୁବନେଶ୍ୱର ରେ ହେବା ସମ୍ଭବ ନୁହେଁ। ତେଣୁ ଭୁବନେଶ୍ୱର ର ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ କୁ ପଠାଇବା କୁ ପରାମର୍ଶ ଦେଇଛନ୍ତି। ତେବେ ତାଙ୍କର ଚିକିତ୍ସା ରେ ଅଧା କୋଟି ଟଙ୍କା ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି। ମାତ୍ର ପରେ ସମସ୍ତ ଙ୍କର ସାହାଯ୍ୟ ଫଳ ରେ ସେ ବର୍ତ୍ତମାନ ଦିଲ୍ଲୀ ରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପହଁଚି ଯାଇଛନ୍ତି।

ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଅଭିନେତା ପିଣ୍ଟୁ ନନ୍ଦ ଯାଇ ଦିଲ୍ଲୀ ରେ ପହଂଚିଛନ୍ତି ଏବଂ ସେଠା ରେ ତାଙ୍କର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଆମେ ଆଶା କରୁଛନ୍ତି କି ଭଗବାନ ଙ୍କ କୃପା ରୁ ପିଣ୍ଟୁ ନନ୍ଦ ଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଭଲ ରେ ଭଲ ରେ ହୋଇଯାଉ ଏବଂ ସେ ପୁଣି ଥରେ ଭଲ ହୋଇ ଆମ ଗହଣ କୁ ଫେରି ଆସନ୍ତୁ ବୋଲି। ଆଉ ପୁଣି ଥରେ ତାଙ୍କର ଅଭିନୟ ର ଯାଦୁରେ ସମସ୍ତ ଙ୍କୁ ସେ ନିଜର କରି ନିଅନ୍ତୁ ବୋଲି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.