Daily news update , Real odisha local news

ବିବାହ ସମୟରେ କନ୍ୟାର ପିରିୟଡ଼ ହେଲେ କଣ ସୂଚନା ମିଳିଥାଏ – Ajira Anuchinta

0 9,837

ତେବେ ବନ୍ଧୁମାନେ ଆମ ଜୀବନରେ ଆମକୁ ଅନେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ ।ଆଉ ଏହି ସାମାଜିକ ନୀତି ନିୟମ ଗୁଡିକ ବିଷୟରେ କୋଉ ସମୟରେ ରୁ କୁହା ଯାଇଥିବା ବେଳେ ଏସବୁ ମାନିବା ଦ୍ବାରା ଆପଣ ଜୀବନରେ ଆସିବାକୁ ଅନେକ ଅସୁବିଧା ଟଳି ଯାଇଥାଏ ।

ତେବେ ସେହି ସାମାଜିକ ନିୟମ ଭିତରେ ବିବାହ ର ନିୟମ ଗୁଡିକ ବି ସାମିଲ ଅଟେ ।ଯେତେବେଳେ ଗୋଟିଏ ଯୋଡି ବିବାହ ବନ୍ଧନରେ ବାନ୍ଧି ହେଇଥାଏ ତାଙ୍କୁ ବି ଅନେକ ନିୟମ ମାନିବାକୁ ପଡ଼ିଥାଏ ତାହେଲେ ଯାଇ ତାଙ୍କ ଆଗାମୀ ଜୀବନ ଖୁସିରେ ବିତିଥାଏ ।

ତେବେ ଆପଣ ବି ହୁଏତ ଜାଣି ନଥିବେ ବିବାହର କେତେ ନିୟମ ଅଛି ଆଉ ସେହି ସମୟରେ କୋଉ କୋଉ ଅସୁବିଧା ହେଲେ କଣ ସମାଧାନ କରିବେ ।ତେଣୁ ଆସନ୍ତୁ ବିବାହ ସମ୍ବନ୍ଧୀୟ ନୀତି ନିୟମ ଗୁଡିକ ବିଷୟରେ ଜାଣିବା ।

-ବିବାହ ମୁଖ୍ୟତଃ 8 ପ୍ରକାରର ଯଥା:-ବ୍ରହ୍ମା,ଦୈବ,ଆର୍ଶ,ପ୍ରଜାପତ୍ୟ,ଆସୁର,ଗାନ୍ଧର୍ବ,ରାକ୍ଷସ ଓ ପୈଶାଚ ।ଆଉ ସେହି ଭିତରୁ 4ଟି ବିବାହ ପବିତ୍ର ଭାବେ ଗ୍ରହଣ କରାଯାଏ,ଯାହା ବ୍ରହ୍ମା,ଦୈବ,ଆର୍ଶ,ପ୍ରଜାପତ୍ୟ ଅଟେ ।

-ତେବେ ବର ଠାରୁ ଧନ ନେଇ ତାଙ୍କ କନ୍ୟା ଦେଲେ ତାହାକୁ ଆସୁର ବିବାହ କୁହାଯାଏ ଓ ବର ଓ କନ୍ୟା ନିଜ ଇଛାରେ ବିବାହ କଲେ ତାହାକୁ ଗାନ୍ଧର୍ବ ବିବାହ କୁହାଯାଏ ।

-କନ୍ୟା ପିତା ଠାରୁ କନ୍ୟାକୁ ଛଡେଇ ଆଣି ବିବାହ କଲେ ତାହାକୁ ରାକ୍ଷସ ବିବାହ କୁହାଯାଏ ଓ କନ୍ୟା କୁ ଛଳନା କରି ବିବାହ କଲେ ତାହାକୁ ପୈଶାଚ ବିବାହ କୁହାଯାଏ ।

-ଜାଣି ରଖନ୍ତୁ ବାତୁଳ, ପତିତ,କୁଷ୍ଠ ରୋଗୀ,ନଂପୁସକ, ନିଜ ଗୋତ୍ର ରେ ଜାତ,ଅନ୍ଧ,ବଧିର ଓ ଅସ୍ତ୍ରର ରୋଗୀ କୁ କନ୍ୟା ଦେବା ଅନୁଚିତ ।

-ମାମୁଁ ଝିଅ ଙ୍କୁ କେବେ ବିବାହ କରନ୍ତୁ ନାହିଁ ଆଉ ତାଙ୍କ ସହ ସହବାସ କଟିଲେ ଚାନ୍ଦ୍ରୟଣ ଦୋଷ ଲାଗିଥାଏ ।କେବେବି ସମାନ ଗୋତ୍ର ରେ ବିବାହ କରନ୍ତୁ ନାହିଁ ନହେଲେ ବଂଶାନୁଦୋଷ ଲାଗିଥାଏ ।

-ଯଦି ଗୋଟିଏ ବର୍ଷର ଭିନ୍ନ ଭିନ୍ନ ବର୍ଷରେ ଦୁଇ ଭାଇ କି ଦୁଇ ଭଉଣୀ ବିବାହ କରିବା ଉଚିତ ନୁହେଁ ।ଏମିତି ହେଲେ 6 ମାସ ଭିତରେ ବିଧବା ର ଯୋଗ ବନିଥାଏ ।


-ବିବାହ ସମୟରେ ଯଦି କନ୍ୟାର ପିରିୟଡ଼ ଆସିଥାଏ ତାହେଲେ ମନେ ରଖନ୍ତୁ କି ସେହି କନ୍ୟା କୁ ସ୍ନାନ କରେଇ ସଂସ୍କାର କରି ବିବାହ କରିବା ଉଚିତ ।ହେଲେ ଯଦି ବିବାହଁ ସମୟରେ କନ୍ୟା କିମ୍ବା ବର ର ମାଆ ଙ୍କର ପିରିୟଡ଼ ହେଇଥିଲେ ସେତେବେଳେ ବିବାହ କର୍ମ ହୁଏ ନାହିଁ ଶୁଦ୍ଧି ପରେ ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.