କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ।
ଠିକ ସେହିପରି ସମୟ ଆଗରେ ହାର ମାନିଛନ୍ତି ଜଣେ ମା ଆଉ ନିଜ ଆଖି ଆଗରେ ପ୍ରଥମେ ନିଜ ସ୍ୱାମୀ ଓ ପରେ ୩ ବର୍ଷ ର କୁନି ପୁଅ କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ କାନ୍ଦି ପକେଇବେ।
ତେବେ ବନ୍ଧୁଗଣ ଆମେ କହୁଚୁ ସେହି ହାତଭାଗୀ ଆଠଗଡ଼ ର ମୃତ୍ୟୁ ଶୁକାନ୍ତ ବେହେରା ଙ୍କ ସ୍ତ୍ରୀ ଓ ପରିବାର କଥା। ଆଜ୍ଞା ହଁ କିଛି ଦିନ ତଳେ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା ସୁକାନ୍ତ ଙ୍କ ର ଆଉ ତାଙ୍କ ମୃତ୍ୟୁ ର ଦୁଃଖ ନସରୁଣୁ ପୁଣି ତାଙ୍କ ପରିବାର କୁ ମାଡି ଆସିଛି ଏକ ବଡ଼ ଦୁଃଖ। ସୁକାନ୍ତ ଙ୍କ ର ୩ ବର୍ଷ ର କୁନି ପୁଅ ର ହୋଇଛି ମୃତ୍ୟୁ ଯାହାକୁ ନେଇ ଚାରିଆଡେ ବର୍ତ୍ତମାନ ଶୋକ ଖେଳି ଯାଇଛି। ତେବେ ଯାହା ସୂଚନା ରହିଛି କି ସୁକାନ୍ତ ଙ୍କ ପୁଅ ଗରମ ପେଜ ରେ ପଡି ଯାଇ ମୃତ୍ୟୁ ବରଣ କରିଛନ୍ତି।
ତେବେ ସୂଚନା ଥାଉ କି , ଆଜକୁ ପ୍ରାୟ ୧୫ ଦିନ ତଳେ ରାତ୍ରି ସମୟ ରେ ଆଠଗଡ଼ ର ସୁକାନ୍ତ ନିଜ ବାଇକ ଯୋଗେ ଯାଉଥିବା ବେଳେ ରାସ୍ତା ରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର ସହ ତାଙ୍କ ର ଦୁର୍ଘଟଣା ହୋଇଥିଲା। ଏବଂ ଏହି ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ ସୁକାନ୍ତ ଆଉ ନିଜ ଜବାନ ପୁଅ କୁ ହରାଇ ମା ର ଅବସ୍ଥା ଖରାପ ହୋଇଯାଇଥିଲା। ଆଉ ସୁକାନ୍ତ ଙ୍କ ସ୍ତ୍ରୀ ଙ୍କ କଥା ନକହିବା ଭଲ। ମାତ୍ର ଏହା ପରେ ଶୁକାନ୍ତ ଙ୍କ ପିଲା ମାନେ ସାଜିଥିଲେ ବୁଢ଼ୀ ଜେଜେ ମା ଓ ଜେଜେ ଓ ବିଧବା ସ୍ତ୍ରୀ ର ଜୀବନ।
କିନ୍ତୁ ଭଗବାନ ତାହା ବି ସହି ପାରିଲେ ନାହିଁ ଯେ କୁନି ପିଲା ଟିକୁ ତା ଠାରୁ ସବୁଦିନ ପାଇଁ ଛଡେଇ ନେଲେ। ତେବେ କିଛି ଦିନ ତଳେ ଶୁକାନ୍ତ ଙ୍କ ୩ ବର୍ଷ ର କୁନି ପୁଅ ଖେଳୁଥିବା ବେଳେ ତାଙ୍କ ଉପରେ ଢାଳି ହୋଇ ଯାଇଥିଲା ଗରମ ପେଜ। ଆଉ ସେ ଗୁରୁତ୍ୱ ର ଆହତ ହୋଇଥିଲେ। ତେବେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ଲଢେ଼ଇ କରୁ କରୁ ଶେଷ ରେ ସେ ନିଶ୍ୱାସ ତ୍ୟାଗ କରିଦେଲେ। ଆଉ ପ୍ରଥମେ ସ୍ୱାମୀ ଓ ଏବେ କୁନି ପୁଅ କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ମା। ତେବେ ଭଗବାନ ଏହିପରି ଦୁଖଃ କାହାକୁ ନଦିଅନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।