ବନ୍ଧୁମାନେ ଆମ ପରିବାର ମାନଙ୍କରେ ବିବାହ ର କିଛି ମାସ ପରେ ପିଲା ପାଇଁ କହିଥାନ୍ତି ।କିନ୍ତୁ ସବୁ ପତିପତ୍ନୀ ମାନେ ଏହି କଥାରେ ସହମତି ହେଇ ନଥାନ୍ତି ବା ଏତେ ଜଲଦି ପିଲା ଜନ୍ମ କରିବା ସହଜ ନୁହେଁ ।ତେବେ ସବୁଠାରୁ ବଡ଼ କଥା ହେଉଛି ନାରୀ ମାନଙ୍କ ପାଇଁ କୋଉ ସମୟ ପ୍ରେଗନେସି ର ଉଚିତ ସମୟ ।
ତେବେ ବର୍ତ୍ତମାନ ତ ଅନେକ ଝିଅ ମାନେ ବର୍ତ୍ତମାନ ଲେଟରେ ବିବାହ କରୁଛନ୍ତି ସେମାନେ ବି ନିଜ କ୍ୟାରିଅର ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି, ଯାହା ଉଚିତ ଅଟେ ।ହେଲେ ଏଥି ପାଇଁ ବିବାହ ବି ଲେଟରେ କରୁଛନ୍ତି ତେବେ ଲେଟ ବିବାହ ପରେ ପିଲା ଜନ୍ମ କରିବା କଷ୍ଟ ହେଇ ପଡୁଛି ।
ତେବେ ପ୍ରଶ୍ନ ହେଉଛି କୋଉ ସମୟ ଏକ ଉଚିତ ବୟସ ଅଟେ ଯେତେବେଳେ ମରିର ଗର୍ଭବତୀ ହେବାର କ୍ଷମତା ଅଧିକ ଥାଏ ।ତେବେ ଏହି କଥା ଆମ ଭିତରେ ସବୁବେଳେ ଉଠିଥାଏ କିନ୍ତୁ ଉତ୍ତର ଆମେ ଠିକରେ ପାଇ ନଥାଉ ।କିନ୍ତୁ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ଆଉ ଜଣାଇବୁ ବେଶୀ ବୟସରେ ପିଲା ପାଇଁ ଚେଷ୍ଟା କଲେ କାହିଁକି ସେଥିରେ ସଫଳତା ମିଳି ନଥାଏ ।
-ତେବେ ମେଡ଼ିକାଲ ସାଇନ୍ସ ଅନୁସାରେ ଗୋଟିଏ ନାରୀ ମାଆ ହେବାର ଉଚିତ ବୟସ ହେଉଛି 18 ରୁ 23 କାରଣ ଏହି ବୟସରେ ସେମାନଙ୍କ ର ଅଣ୍ଡା ଅଧିକ ଭଲ କ୍ବାଲିଟି ର ହେବା ସହିତ ଅଧିକ ଅଣ୍ଡା ରିଲିଜ ବି ହେଇଥାଏ ।ତେବେ ଜଣେ ମହିଳାଙ୍କ ର ଥର୍କରେ 1 ମିଲିଅନ ରୁ ଅଧିକ ରିଲିଜ ହେଇଥାଏ କିନ୍ତୁ ସେଥିରୁ 4 ରୁ 5 ଟି ଭଲ ଥାଏ ଯେଉଁ ଥିରୁ ଗୋଟିଏ ମେଚିୟର ହେଇ ଶୁକ୍ରାଣୁ ସହିତ ମିଶି ଭ୍ରୁଣ ର ରୂପ ନେଇଥାଏ ।ତେବେ ବୟସ ଅନୁସାରେ ଏହି ଅଣ୍ଡା ଗୁଡିକ ର କ୍ବାଲିଟି ଭଲ ହେଇ ନଥାଏ ।
-ତେବେ ଯେତେବେଳେ ନାରୀର ବୟସ 30 ପାର କରିଯାଉଛି ଆଉ ସେତେବେଳେ ସେମାନେ ପ୍ରେଗନେସି ପାଇଁ ଚେଷ୍ଟା କରୁଛନ୍ତି ତେବେ ସେହି ସମୟରେ ପ୍ରେଗନେଣ୍ଟ ହେବା ବହୁତ କଷ୍ଟ ଅଟେ ।ଆଉ ଯଦି ବି ପ୍ରେଗନେଣ୍ଟ ହେଉଛନ୍ତି ତାହେଲେ ବହୁତ କଂପ୍ଲିକେଶନ ରହିଥାଏ ସେହି ପ୍ରେଗନେସି ରେ ।
-ଆଉ ଗୋଟିଏ ବଡ଼ କଥା ହେଉଛି ଯେତେବେଳେ ବି ଆପଣ ପିଲା ପାଇଁ ଚେଷ୍ଟା କରୁଛନ୍ତି ସେତେବେଳେ ଉଭୟ ସ୍ୱାମୀ ସ୍ତ୍ରୀ ମାନସିକ, ଶାରୀରିକ ଓ ଆର୍ଥିକ ରୂପେ ପ୍ରିପେଆର କରିବା ଦରକାର ।ତାହେଲେ ଯାଇ ପିଲା ର ଭବିଷ୍ୟତ ଉଜ୍ଜ୍ବଳ ହେବା ସହିତ ପ୍ରେଗନେସି ରେ କିଛି ଅସୁବିଧା ହେଇ ନଥାଏ ।ତେଣୁ ଆପଣ ଯେତେବେଳେ ବି ପ୍ରେଗନେନସି ପାଇଁ ପ୍ରିପେଆର କରୁଛନ୍ତି ଏହି ସବୁ ଦିଗ ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ଦରକାର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।