Daily news update , Real odisha local news

ଡ୍ରେସ୍ ଖୋଲି ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର …ଭାଇରାଲ ହେଉଛି ଭିଡିଓ

0 899

ବନ୍ଧୁଗଣ ଆମ ସମାଜ ରେ ଡାକ୍ତର ଙ୍କୁ ସମସ୍ତ ବହୁତ ସଂମାନ କରିଥାନ୍ତି ଏମିତି କି ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି ମଧ୍ୟ କୁହାଯାଏ। ତେବେ ଭଗବାନ ଯିଏକି ଈଶ୍ୱର ହୋଇଥାନ୍ତି ସେ ଜଣେ ବ୍ୟକ୍ତି କୁ ଜନ୍ମ ଦେଇଥାନ୍ତି କିନ୍ତୁ ଡାକ୍ତର ଦ୍ୱିତୀୟ ଭଗବାନ ହୋଇଥାନ୍ତି ଯିଏକି ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖ ରୁ ଫେରାଇ ଆଣିଥାନ୍ତି ଏବଂ ଗୋଟିଏ ନୂଆ ଜୀବନ ଦେଇଥାନ୍ତି।ମାତ୍ର ଏହି ଡାକ୍ତର ମାନେ ନିଜର କର୍ତ୍ତବ୍ୟ ଭୁଲିଯାଇ କାମନା ଓ ବାସନା ର ଲୋଭ ରେ ବିମୋହିତ ହୋଇ ଏହିପରି କିଛି କାର୍ଯ୍ୟ କରିଥାନ୍ତି ଯାହା ଅତ୍ୟନ୍ତ ନିମ୍ନ ଓ ନିନ୍ଦନୀୟ ହୋଇଥାଏ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ଯେଉଁ ଠାରେ ଜଣେ ଡାକ୍ତର ତାଙ୍କର ସାଧାରଣ ଜ୍ଞାନ ଭୁଲି ଯାଇଛନ୍ତି ଏବଂ ଫୁଙ୍ଗଳା ଦେହ ରେ ମହିଳା ରୋଗୀ ଙ୍କୁ ଚିକିତ୍ସା କରିବା ପାଇଁ ପାଖକୁ ଡାକୁଛନ୍ତି।

ତେବେ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ରେ ରହିଛି ଯାହାକୁ ସମସ୍ତେ ଖୁବ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ଟି ହେଉଛି କଟକ ଜିଲ୍ଲା ର ନରସିଂହପୁର ଠାରେ।ଯେଉଁ ଠାରେ ଆଜି ଜଣେ ଡାକ୍ତର ନିଜର ସବୁ ସୀମା ଭୁଲି ଯାଇ ଫୁଙ୍ଗଳା ଦେହ ରେ ଡାକ୍ତରଖାନା ରେ ରୋଗୀ ଙ୍କୁ ଦେଖିବା କୁ ଆସିଥିଲେ।

ତେବେ ସେହି ଡାକ୍ତର ଜଣଙ୍କ ର ନାମ ହେଉଛି ସିଦ୍ଧାର୍ଥ ଦାସ, ଯିଏକି କଟକ ର ନରସିଂହପୁର ହସ୍ପିଟାଲ ରେ ଡାକ୍ତର ଅଟନ୍ତି। ତେବେ ସେ ହୋଲି ଖେଳ ଖେଳିବା ପରେ ଆଜି ହସ୍ପିଟାଲ ରେ ରୋଗୀ ଦେଖିବା କୁ ଆସିଥିଲେ ଆଉ ଏହା ପରେ ଦେଖା ଯାଇଥିଲା କି ଡାକ୍ତର ଜଣଙ୍କ ବିନା ଡ୍ରେସ ରେ ଆସି କେବିନ ରେ ବସିଛନ୍ତି ଆଉ ଜଣେ ମହିଳା ଙ୍କୁ ସେ ଚିକିତ୍ସା କରିବା ପାଇଁ ଡାକୁଛନ୍ତି। ଆଉ ଖାଲି ଏତିକି ନୁହେଁ ବରଂ ସେ ମଦ ପିଇ ପୁରା ନିଶା ରେ ଟଲ ମଲ ହେଉଛନ୍ତି ଆଉ କଣ କହୁଛନ୍ତି କଣ ନାହିଁ ସେ ବି ଜାଣିପାରୁ ନାହାନ୍ତି।

ତେବେ ସେ ଯାହା କଥା ହେଉଛନ୍ତି ତାହା ଅଧା ପେଟ ରେ ରହୁଛି ଆଉ ଅଧା ପାଟିରେ। ତେବେ ଏହା ସହ ସେ ଜଣେ ମହିଳା ରୋଗୀ ଙ୍କୁ ଚିକିତ୍ସା ପାଇଁ କଣ କହୁଛନ୍ତି କଣ ନାହିଁ ତାହା ମଧ୍ୟ ଜାଣିପାରୁ ନାହାନ୍ତି। ତେବେ ଏହା ଭିତରେ ଡାକ୍ତର ଜଣଙ୍କ ମହିଳା ରୋଗୀ ଙ୍କୁ କିଭଳି ଏକ ନେଗେଟିଭ ବ୍ୟବହାର ମଧ୍ୟ କରୁଛନ୍ତି ।ତେବେ କେହି ଜଣେ ଏହାର ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ତେବେ ଏହିପରି ଡାକ୍ତର ଙ୍କୁ କଣ ଦଣ୍ଡ ମିଳିବା ଦରକାର ତାହା ଆପଣ ମାନେ ହିଁ କୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.