Daily news update , Real odisha local news

ଭୁବନେଶ୍ୱର ରେଳ ଷ୍ଟେସନ ରେ ହାଇ ଭୋଲ୍ଟେଜ ଡ୍ରାମା….. କାର ନେଇ ପ୍ଲେଟଫାର୍ମ ଭିତରକୁ ପଶିଲେ ଯୁବକ ଯୁବତୀ

0 3

ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଭିନ୍ନ ଭିନ୍ନ ଡ୍ରାମା ଦେଖିବାକୁ ମିଳୁଛି। କେତେବେଳେ ଏଠାରେ ଦିନ ଦିପହର ରେ ଗୋଷ୍ଠୀ ସଂଘର୍ଷ ହେଉଛି ତ, କେତେ ବେଳେ ଯୁବକ ଯୁବତୀ ଙ୍କର ରାସ୍ତା ମଝିରେ ହାଇ ଭଲଟେଜ ଡ୍ରାମା ଚାଲିଲାଣି ତ ପୁଣି କେତେବେଳେ ରାତି ଅଧ ରେ କୋଉ କଳାକାର ଙ୍କର ରାସ୍ତା ଅବରୋଧ କରି ତାଙ୍କ ଉପରକୁ ମରଣାତ୍ମକ ଆକ୍ରମଣ ହେଲାଣି ।ତେବେ ବୁଝି ହେଉନାହିଁ ଏ ରାଜଧାନୀ ର ଲୋକ ମାନେ କାହିଁକି ଏପରି ହେଉଛନ୍ତି ତାହା ବୁଝି ହେଉନି ଏମାନେ ସ୍ମାଟ ସିଟି ର ଯୁବ ଯୁବତୀ ବୋଲି ବଧେ ଏପରି ହେଉଛନ୍ତି।

ତେବେ ବର୍ତ୍ତମାନ ପୁଣି ଏହିପରି ଏକ ନିନ୍ଦନୀୟ ଘଟଣା ଭୁବନେଶ୍ୱର ରେ ଦେଖାଯାଇଛି ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଘଟଣା ଟି କିଛି ଏହି ପରି ରହିଛି କି ଗତ ରାତି ରେ ଭୁବନେଶ୍ୱର ର ରେଳ ଷ୍ଟେସନ ର ଏକ ନମ୍ବର ପ୍ଲାଟଫର୍ମ କୁ ପଶି ଯାଇଥିଲା ଗୋଟିଏ କାର। ଆଉ ସେହି କାର ଭିତରେ ରହିଥିଲା କିଛି ମଦ ବୋତଲ ଏବଂ ଜଣେ ଯୁବକ ଓ ଜଣେ ଯୁବତୀ ।ତେବେ କାର ଟି କିପରି ପ୍ଲାର୍ଟଫାର୍ମ ଭିତର କୁ ପଶି ଆସିଲା , କେହି କିପରି ଏହା ନଜର କରି ପାରିଲେ ନାହିଁ ତାହା ନେଇ ପ୍ରଶ୍ନବାଚୀ।

ତେବେ ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱର ର ରେଳ ଷ୍ଟେସନ ର ଏକ ନମ୍ବର ପ୍ଲାର୍ଟଫର୍ମ ରେ ଯାତ୍ରୀ ମାନେ ରହିଥିବା ବେଳେ ପ୍ରାୟ ବିଳମ୍ବିତ ରାତିରେ ହଠାତ ଗୋଟିଏ କାର ପଶି ଆସିଥିଲା। ଯାହାକୁ ଦେଖି ଲୋକେ ଖୁବ ଭୟଭୀତ ହୋଇଯାଇ ଥିଲେ। ତେବେ କାର ଟି ପ୍ଲାର୍ଟଫର୍ମ ର ଆଗ ଭାଗ ରେଳ ଟ୍ରାକ ଉପରେ ଏବଂ ଆଉ ପ୍ଲାର୍ଟଫାର୍ମ ରେ ରହିଥିଲା ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଥିଲା କି କାର ଟି ଷ୍ଟାର୍ଟ ମୋଡ଼ ରେ ଥିଲା। ତେବେ ଏହାକୁ ଦେଖିବା ପରେ କିଛି ଲୋକେ ସେଠାରେ ପହଁଚି କାର ର ଷ୍ଟାର୍ଟ କୁ ବନ୍ଦ କରିବା କୁ କହିଥିଲେ।

ମାତ୍ର ସେହି କାର ଭିତରେ ଥିବା ଜଣେ ଯୁବକ ଓ ଯୁବତୀ ଏହାକୁ ଶୁଣି ନଥିଲେ ।ଆଉ ପରେ ଯୁବକ ଓ ଯୁବତୀ ଜଣଙ୍କ କାର ଭିତରୁ ବାହାର କୁ ଆସିଥିଲେ ଆଉ କାର ଭିତରେ ମଦ ବୋତଲ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହା ପରେ କିଛି ଲୋକେ ମିଶି କାର ଟିକୁ ଟ୍ରାକ ରେ ପଡିବା ରୁ ରକ୍ଷା କରିଥିଲେ। ତେବେ ସେହି କାର ରେ ବୁଲୁଥିବା ଯୁବକ ଓ ଯୁବତୀ ମଦ୍ୟପାନ କରି ନିଶା ରେ ଏହିପରି କରିଥିଲେ କିମ୍ବା ଜାଣିଶୁଣି ତାହା ଠିକ ଭାବରେ ଆମେ କହି ପାରିବୁ ନାହିଁ। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ନେଇ ବର୍ତ୍ତମାନ ରେଳ ଷ୍ଟେସନ ର ସୁରକ୍ଷା କୁ ପ୍ରଶ୍ନ ଉଠିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.