ମୋ ରୋଷେଇ ଘରେ, ସିଦ୍ଧାନ୍ତ ଆସିଷ୍ଟାଣ୍ଟ ଅଟନ୍ତି…..ପ୍ରଥମ ଥର ନିଜ ବୈବାହିକ ଜୀବନ ବିଷୟ ରେ ମିଡିଆ ଆଗରେ କହିଲେ ମାମା ମିଶ୍ର……
ବନ୍ଧୁଗଣ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।
ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ମଧ୍ୟ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ,ପ୍ରଥମ ଥର ପାଇଁ ଓଲିଉଡ ଇନ୍ଦ୍ରଷ୍ଟ୍ରି ର ଅଭିନେତ୍ରୀ ମାମା ମିଶ୍ର ନିଜ ବୈବାହିକ ସମ୍ପର୍କ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ମୁଁହ ଖୋଲିଛନ୍ତି ଏବଂ ନିଜର ମତ ଦେଇଛନ୍ତି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ତେବେ ବନ୍ଧୁଗଣ ଆପଣ ଆମର ଏହି ଓଲିଉଡ ଯୋଡି ସିଦ୍ଧାନ୍ତ ଓ ମାମା ଙ୍କୁ ବେଶ ଭଲ ଭାବରେ ଜାଣି ଥିବେ, ଉଭୟ ଜଣେ ଜଣେ କଳାକାର ଏବଂ ତାଙ୍କର ଅଭିନୟ ସମସ୍ତ ଙ୍କୁ ପାଗଳ କରି ଦେଇଥାଏ ମଧ୍ୟ। ମାତ୍ର ମାମା ସିଦ୍ଧାନ୍ତ ଙ୍କୁ ବିବାହ କରିବା ପରେ ସିନେମା ଇନ୍ଦ୍ରଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ।
ତେବେ ପୁଣି ଥରେ ସେ ସିନେମା ଇନ୍ଦ୍ରଷ୍ଟ୍ରି ରେ ପାଦ ଦେବେ ବୋଲି କିଛି ଦିନ ତଳେ ସିଦ୍ଧାନ୍ତ ମହାପାତ୍ର କହିଥିଲେ। ତେବେ ବର୍ତ୍ତମାନ ପ୍ରଥମ ଥର ପାଇଁ ମିଡ଼ିଆ ସାମ୍ନା କୁ ଆସିଛନ୍ତି ମାମା ମିଶ୍ର ଏବଂ ନିଜ ପରିବାର ତଥା ସ୍ୱାମୀ ଙ୍କ ବିଷୟରେ କହିଛନ୍ତି ।ତେବେ ସେ କହିଛନ୍ତି କି, “ମୋ ରୋଷେଇ ଘରେ ସିଦ୍ଧାନ୍ତ ମୋ ଆସିଷ୍ଟାଣ୍ଟ ରହିଥାନ୍ତି ଏବଂ ତାଙ୍କୁ ଘରେ ରହିବା କୁ ବହୁତ ଭଲ ଲାଗେ। ଆଉ ଏହା ପରେ ପୁଣି ସେ କିଛି ପରିବାର ର କଥା କହିଛନ୍ତି ଏବଂ ତା ସହ ସାମାଜିକ ସଚେତନ ର କଥା କହିଛନ୍ତି।
ତେବେ ମାମା ମିଶ୍ର କହିଛନ୍ତି ଯେ, ଯେଉଁ ମହିଳା କେବଳ ଘରେ ରହି କାମ କରୁଛି ସେ ଯେ କିଛି କରୁନି କହିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଏବଂ ଯେଉଁମାନେ ବାହାଘର ପରେ ବାହାରେ ଯାଇ କାମ କରୁଛନ୍ତି ସେମାନେ ଭୁଲ କରୁଛନ୍ତି ବା ସେପରି କରିବା କଥା ନୁହେଁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ତେବେ ମହିଳା ମାନେ ଘର ଭିତରେ ହେଉ କିମ୍ବା ବାହାରେ ସବୁଠାରୁ ତାଙ୍କର କାମ କରିବାର ଅଧିକାର ରହିଛି ଏବଂ ତାଙ୍କୁ ସେ ସ୍ବାଧୀନତା ଦେବା ଆବଶ୍ୟକ ବୋଲି।ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।ଆପଣ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।