LIVE || ହ୍ୟୁମାନଙ୍କ ପରିବାରର ଗୁମର ଖୋଲିଲେ ହ୍ୟୁମାନଙ୍କ ସ୍ତ୍ରୀ “ଶ୍ରୀୟା” ଦେଖନ୍ତୁ ଏ ଦୃଶ୍ୟ “13ମିନିଟ୍ ” ର ଭିଡିଓ
ବନ୍ଧୁମାନେ ଆପଣ ମାନେ ଜାଣିଛନ୍ତି ଏହି କିଛିଦିନ ଧରି ଓଡିଶା ର ଖୁବ ପରିଚିତ ସିଙ୍ଗର ହ୍ୟୁମାନ ସାଗର ଙ୍କ ନାଁରେ ପାରିବାରିକ ନିର୍ଯ୍ୟାତନା ର ଅଭିଯୋଗ ଆଣିଥିଲେ ସ୍ତ୍ରୀ ଶ୍ରେୟା ।ଆଉ ଏହି ବର୍ତ୍ତମାନ ଏହି ଘଟଣା କୁ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ ଉଭୟ ପକ୍ଷରୁ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥିଲା ।
ତେବେ ଏବେ ଶ୍ରେୟା ନିଜେ 13 ମିନିଟ ର ଓଡ଼ିଓ ରେକର୍ଡ ରେ ସବୁ ସତ ଖୋଲିଛନ୍ତି ଆଉ ଯେଉଁଥିରେ ସେ ହ୍ୟୁମାନ ଙ୍କ ପରିବାର ବିଷୟରେ ଟିକିନିଖି ସବୁକିଛି ବତାଇଛନ୍ତି ।ଯାହାକୁ ଏବେ ଶୁଣିବା ପରେ ଆପଣଂକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ।
ହ୍ୟୁମାନ ସାଗର, ଯିଏ ନିଜର ଗୀତ ଯୋଗୁ ଆଜି ବହୁତ ବଡ଼ ସେଲିବ୍ରେଟି ପାଲଟି ଯାଇଛନ୍ତି ।ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ରେ ତାଙ୍କ ଗୀତ ଏବେ ରାଜ କରୁଛି, କିନ୍ତୁ ବର୍ତ୍ତମାନ ତାଙ୍କ ପାରିବାରିକ ବିବାଦ କୁ ନେଇ ଖବର ଆସିଛି ତାହା ଶୁଣିବା ପରେ ସମସ୍ତଙ୍କ ହୋସ ଉଡିଯାଇଛି ।ତେବେ ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରେୟା ଅଭିଯୋଗ କରିଥିଲେ କି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆ ଯାଉଛି ।ଆଉ ଏହି ଅଭିଯୋଗ ପରେ ହ୍ୟୁମାନ ଓ ତାଙ୍କ ମାଆ ଅନେକ କିଛି ଶ୍ରେୟା ଓ ତାଙ୍କ ପରିବାର ବିଷୟରେ ବତାଇଥିଲେ ।ହେଲେ ବର୍ତ୍ତମାନ ଶ୍ରେୟା ସବୁ ଗୁମର ଖୋଲିଛନ୍ତି ହ୍ୟୁମାନ ଙ୍କ ପରିବାର ବିଷୟରେ ଓ ସେ କେମିତି ହ୍ୟୁମାନ ଙ୍କ ଘରେ ନିର୍ଯ୍ୟାତନା ର ଶିକାର ହେଇଛନ୍ତି ତା ବିଷୟରେ ସବୁ ଖୋଲି କହିଛନ୍ତି ।
ତେବେ ଶ୍ରେୟା ନିଜ ଅଭିଯୋଗ ରେ କହିଥିଲେ କି ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ କୁହାଯାଉଥିଲା ଆଉ ହ୍ୟୁମାନ 6 ମାସ ଧରି ଅନ୍ୟ କୋଉ ଝିଅ ସହିତ ଅଛନ୍ତି ।ସେହି ଭିତରେ ଅନେକ ଥର ଶ୍ରେୟା ଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ର ଶିକାର ହେବାକୁ ପଡିଛି ତେବେ ଶେଷରେ ସେ ଆଜି ଅଭିଯୋଗ କରିଛନ୍ତି ।ହେଲେ ଏହି ସବୁ କଥାକୁ ଅସ୍ୱୀକାର କରିଥିଲେ ହ୍ୟୁମାନ ଓ ତାଙ୍କ ମାଆ ।ହ୍ୟୁମାନ ଙ୍କ ମାଆ ଶ୍ରେୟା ଙ୍କ ପରିବାର କୁ ଅନେକ ଖରାପ କଥା କହିବା ସହିତ ତାଙ୍କ ପରିବାର ଲୋକେ ହ୍ୟୁମାନ ଙ୍କୁ ଜୋର କରି ମଦ ପିଆନ୍ତି କହିଥିଲେ, ଯାହାକୁ ଶ୍ରେୟା ବର୍ତ୍ତମାନ ମାନି ନାହାନ୍ତି ।
ଶ୍ରେୟାଙ୍କ କହିବା ଅନୁଯାୟୀ ହ୍ୟୁମାନ ଛୋଟ ପିଲା ନୁହଁନ୍ତି ଯାହାକୁ କେହି ଜୋର କରି ମଦ ପିଆଇ ଦେବ ।ଆଉ ତାଙ୍କୁ ଶାଶୁ ଘରେ ଧର୍ମ ପାଇଁ ଟିକିଲି ପିନ୍ଧିବାକୁ ଦିଆ ଯାଉନଥିଲା ।ତେବେ ଶ୍ରେୟା ଜାଣିଛନ୍ତି ହ୍ୟୁମାନ କୋଉ ଜଣେ ଝିଅ ସହିତ ଅଛନ୍ତି ଯାହା ବିଷୟରେ ସେ ଜାଣି ନାହାନ୍ତି। ବର୍ତ୍ତମାନ ଏତେ ସବୁ ପରେ ବି ଉଭୟ ଙ୍କୁ ଯେତେବେଳେ ନିଜ ନିଜ କଥା ରଖିବା ପାଇଁ ଡକା ଯାଇଥିଲା ସେତେବେଳେ ଶ୍ରେୟା ସବୁ କିଛି ଭୁଲି ଏକାଠି ରହିବାକୁ ଚାହାନ୍ତି ।ତେବେ ଏଥିପାଇଁ ହ୍ୟୁମାନ ଙ୍କ ପକ୍ଷରୁ ଚେଷ୍ଟା ରହିବ ଦରକାର କିନ୍ତୁ ତାହା ଲୋକ ଦେଖାଣିଆ ନହେଇ ପ୍ରକୃତ ଚେଷ୍ଟା ହେବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।