ବନ୍ଧୁମାନେ ଲଗାତାର ଦମନ ଫିଲ୍ମ ର ସଫଳତା ପାଇବା ପରେ ପୁଣି ଚର୍ଚ୍ଚାକୁ ଆସେଲେ ବାବୁସାନ ।ନୂଆ ଫିଲ୍ମ ର ସୁଟିଂ ପାଇଁ ପଣ୍ଡିଚେରୀ ଗଲେ ବାବୁସାନ ଓ ଶିବାନୀ ।ଅଲିଉଡ଼ ଇଣ୍ଡଷ୍ଟ୍ରିର ଖୁବ ପରିଚିତ ଚେହେରା ବାବୁସାନ ମହାନ୍ତି, ଯାହାଙ୍କର ଦମନ ଫିଲ୍ମ ଏକ ନୂଆ ଆଶା ଦେଖାଇଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ।
ଆଉ ଏହାପରେ ବର୍ତ୍ତମାନ ପୁଣି ଥରେ ନିଜର ନୂଆ ଏକ ଦମଦାର ଫିଲ୍ମ ର ସୁଟିଂ ପାଇଁ ବାହାରିଛନ୍ତି ବାବୁସାନ ।ତେବେ ବାବୁସାନ ତାଙ୍କର ଏହି ଫିଲ୍ମ କୁ ଯାହା କହୁଛନ୍ତି ଥରେ ନଜର ପକାନ୍ତୁ ।
ପ୍ରତ୍ୟେକ ଓଡ଼ିଆ ଆଜି ଅଲିଉଡ଼ ର ଚକେଲେଟ ବୟ ବାବୁସାନ ପାଇଁ ଖୁବ ଗର୍ବିତ, ତେବେ ବାବୁସାନ ଏମିତି ଗୋଟିଏ ପରିବାର ରୁ ଆସୁଛନ୍ତି ଯାହାଙ୍କର ବାପାମାଆ ଙ୍କ ଅନେକ ଅବଦାନ ରହିଛି ଓଡ଼ିଆ ସିନେ ଜଗତ ପାଇଁ ।ଆଉ ବର୍ତ୍ତମାନ ସେହି ରାସ୍ତାରେ ଆଗେଇ ଚାଲିଛନ୍ତି ବାବୁସାନ, ତେବେ ବାବୁସାନ ଙ୍କର ଦମନ ଫିଲ୍ମ ଏବେ ବଡ଼ ସଫଳତା ହାସଲ କରିଛି କି ଯାହାକୁ ନେଇ ପୁରା ଭାରତରେ ଚର୍ଚ୍ଚା ହେଉଛି ।ତେବେ ଏବେ ବାବୁସାନ ପୁଣି ଏକ ନୂଆ ଫିଲ୍ମ ସୁଟିଂ କରିବାକୁ ବାହାରିଛନ୍ତି ପଣ୍ଡିଚେରୀ ।ଆଉ ଏଆରପୋର୍ଟ ରେ ମେଡିଆଙ୍କ ସହିତ ଭେଟିବା ପରେ ବାବୁସାନ ତାଙ୍କର ଏହି ଫିଲ୍ମ ଓ ନିଜ ସଫଳତା ପଛରେ କାହାର ହାତ ରହିଛି ବିଷୟରେ ବତାଇଛନ୍ତି ।
ତେବେ ବାବୁସାନ କହିଛନ୍ତି କି ତାଙ୍କର ଦମନ ଫିଲ୍ମ ର ସଫଳତା ପଛରେ ଦର୍ଶକ ଙ୍କ ହାତ ହାତ ରହିଛି ।ସେ ଜଣେ ମୂଲିଆ ପରି କାମ କରନ୍ତି ସଫଳତା ଆସିବ ତାହା ଫିଲ୍ମ ଓ ଦର୍ଶକ ଉପରେ ନିର୍ଭର କରେ ।ତେବେ ବର୍ତ୍ତମାନ ସେ ଗୋଟିଏ ନୂଆ ଫିଲ୍ମ ର ଗୀତ ସୁଟିଂ ପାଇଁ ପଣ୍ଡିଚେରୀ ବାହାରିଛନ୍ତି ଆଉ ଏହି ଫିଲ୍ମରେ ହିରୋଇନ ଶିବାନୀ ରହିଛନ୍ତି ।ଆଉ ଏହି ଫିଲ୍ମ ବି ଗୋଟିଏ ଫିଲ୍ମ ଯାହା ବିଷୟରେ ସେ ଏବେ କିଛି କହିବାକୁ ଚାହୁଁ ନାହାନ୍ତି ।ତେବେ ଫିଲ୍ମ ର ସୁଟିଂ ବାରିପଦା, ଚେନ୍ନାଇ, ପଣ୍ଡିଚେରୀ ଓ ଭୁବନେଶ୍ୱର ହେବ ।ଆଉ ଏହି ଭିତରେ ହିନ୍ଦୀରେ ଦମନ ଫିଲ୍ମ ବି ରିଲିଜ ହେବାକୁ ଯାଉଛି ଯାହାକୁ ଅଜୟ ଦେଵଗନ ରିଲୀଯ କରୁଛନ୍ତି ।
ଏସବୁ ବ୍ୟତୀତ ଏହି ସବୁ କଥା କହିବା ଭିତରେ ବାବୁସାନ ମେଡିଆର ଅନେକ ଗୁଡିଏ ପ୍ରଶ୍ନ ଉତ୍ତର ଖୁବ ଶାନ୍ତ ଓ ନମ୍ର ଭାବରେ ଦେଇଥିଲେ ।ମେଡିଆ ଯେତେବେଳେ ତାଙ୍କ ପୁଅ ର କ୍ୟାରିଅର କୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ ସେ କହିଥିଲେ ସେ ଖୁବ ଦୁଷ୍ଟ ତେଣୁ ତାଙ୍କୁ କେବ୍ରିଜ ପାଠ ପଡାଇବା ପଠାଇଦେବେ ।ତେବେ ବାବୁସାନ ରହି କଥା କହୁଥିବା ବେଳେ ମେଡିଆ ଙ୍କ ସହିତ ଖୁବ ମସ୍ତି କରୁଥିବାର ବି ନଜର ଆସୁଛନ୍ତି ।ତେବେ ବର୍ତ୍ତମାନ ଅପେକ୍ଷା ରହିଲା ବାବୁସାନ ଙ୍କର ଏହି ନୂଆ ଫିଲ୍ମ କେବେ ଆସିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।