ଗୋଟେ ସେକେଣ୍ଡ ରେ ଦାନ୍ତ କଟା ରୁ ମୁକ୍ତି ପାଆନ୍ତୁ.. ଦାନ୍ତ ବଥା,ଦାନ୍ତରେ ପୋକ ସବୁ ଥରକେ ଗାୟବ୍ …ମାତ୍ର ଏହି ଗୋଟିଏ ପତ୍ର
ବନ୍ଧୁମାନେ ଆମ ଶରୀରରେ ଅନେକ ଅଙ୍ଗ ପ୍ରତ୍ୟଙ୍ଗ ରହିଛି କିନ୍ତୁ ଦାନ୍ତ ଏମିତି ଏକ ଅଙ୍ଗ ଯାହା ଆମକୁ ଖାଦ୍ୟ ଖାଇବାରେ ସାହାଯ୍ୟ କରିଥାଏ ।ତେବେ ଆଜିକାଲି ସମୟରେ ଏହି ଦାନ୍ତରେ ଅନେକ ଅସୁବିଧା ବା ରୋଗ ଦେଖା ଗଲାଣି ଯେମିତି କି ଦାନ୍ତରେ ପୋକ ଲାଗିବା,ପାଇରିଆ, ହେବା ଦାନ୍ତ ମାଡିରୁ ରକ୍ତ ପଡିବା ଇତ୍ୟାଦି ।
ଆଉ ଏମିତି ଅସୁବିଧା ହ୍ରଲେ ଭୀଷଣ କଷ୍ଟ ଅନୁଭବ ହେବା ସହିତ ଆମକୁ ଦାନ୍ତ କୁ ସମ୍ପୂର୍ଣ୍ଣ ରୂପେ ବାହାର କରି ଦେବାକୁ ପଡିଥାଏ ।ତେବେ ଥରେ ଦାନ୍ତ କୁ ବାହାର କରିଦେଲେ ତାହା ଆଉ ଥରେ ତିଆରି ହେଇ ନଥାଏ ତେଣୁ ଆପଣଂକୁ ଯେତେବେଳେ ଦାନ୍ତ ରେ କିଛି ଅସୁବିଧା ହେଉଛି ତାହେଲେ ତାହାର ଚିକିତ୍ସା ତୁରନ୍ତ କରିବା ଦରକାର ।
ତେବେ ବହୁତ ସମୟରେ ଦାନ୍ତର ବ୍ୟଥା କୁ ସହିବା ଖୁବ ମୁସ୍କିଲ ହେଇଥାଏ । ହେଲେ ଆପଣ ଯଦି ଗୋଟିଏ ଛୋଟ ଉପାୟ କୁ ପାଳନ କରିବେ ତାହେଲେ ଆପଣଙ୍କ ଦାନ୍ତର ବ୍ୟଥା ଓ ଅନ୍ୟ ସବୁ ଅସୁବିଧା ଖୁବ ଅଳ୍ପ ସମୟ ଭିତରେ ଭଲ ହେଇଯିବ ।ଏହା ବ୍ୟତୀତ ଆପଣଂକୁ ନିଜ ଦାନ୍ତ କୁ ହରେଇବାକୁ ବି ପଡିବ ନାହିଁ ତେବେ ଆସନ୍ତୁ ସେହି ରିମେଡି ବିଷୟରେ ଜାଣିବା ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ପିଜୁଳି ପତ୍ର
-ପାଣି
-ଲୁଣ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି କୁ ତିଆରି କରିବା ପାଇଁ ଆପଣଙ୍କୁ ପିଜୁଳି ପତ୍ର ନେବାକୁ ପଡିବ,ଆମ ଘର ମାନଙ୍କରେ ପିଜୁଳି ଗଛ ରହିଛି ଆଉ ଏହି ଗଛର ପତ୍ର ଖୁବ ଉପକାରୀ ଅଟେ ।ଆଉ ଏହା ଦାନ୍ତ ପାଇଁ ଅତ୍ୟନ୍ତ ଲାଭଦାୟକ, ତେବେ ଏହି ଉପାୟରେ 4 ରୁ 5ଟି ପିଜୁଳି ପତ୍ର ଦରକାର ।ପ୍ରଥମେ ପିଜୁଳି ପତ୍ର କୁ ଭଲ ଭାବରେ ଧୋଇ ନିଅନ୍ତୁ ତାପରେ କିଛି ପାଣିରେ ସେହି ପତ୍ର ଗୁଡିକୁ ପକାଇ 4 ରୁ 5 ମିନିଟ ଯାଏ ଫୁଟାନ୍ତୁ ।ଏହାପରେ ସେହି ପତ୍ର ଗୁଡିକୁ ବାହାର କରି ପାଣି କୁ ଛାଣି ରଖନ୍ତୁ ।
-ଏବେ ଆପଣ ଛଣା ଯାଇଥିବା ପାଣିକୁ ହାଲୁକା ଉଷୁମ କରି ନିଅନ୍ତୁ ।ତାପରେ ସେହି ପାଣିରେ ଖାଇବା ଲୁଣ ଆଳ୍ପ ମିଶାଇ ନିଅନ୍ତୁ, ଏହାପରେ ଆପଣଙ୍କ ର ରିମେଡି ପ୍ରସ୍ତୁତ ।
ରିମେଡି ର ବ୍ୟବହାର:-
-ଯେତେବେଳେ ବି ଆପଣଙ୍କ ର ଦାନ୍ତ ର ମାଡି ବ୍ୟଥା ହେଉଥିବ ବା ଅନ୍ୟ କୌଣସି ସମସ୍ୟା ଥିବ ସେତେବେଳେ ଆପଣ ଏହି ପିଜୁଳି ପାଣି କୁ କୁଳ କୁଳି କରନ୍ତୁ ।ଏମିତି ଗୋଟିଏ ସପ୍ତାହ କରିବା ପରେ ଦେଖିବେ ଆପଣଙ୍କ ଦାନ୍ତ ର ମାଡି ବ୍ୟଥା ଓ ରକ୍ତ ପଡିବା ଆଦି ବନ୍ଦ ହେଇଯିବ ।ଆଉ ପକା ଦାନ୍ତ କୁ ଭଲ କରିବା ପାଇଁ ଏହି ପାଣିକୁ ସବୁଦିନ କୁଳ କୁଳି କଲେ ବହୁତ ଭଲ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।