ବନ୍ଧୁମାନେ ପୁଣି ଏକ ଦୁଃଖଦ ଖବର ଆସିଚି ଅଲିଉଡ଼ ଇଣ୍ଡଷ୍ଟ୍ରୀ ପାଇଁ, ଆପଣ ମାନେ ତ ଜାଣିଛନ୍ତି ଆଜକୁ କିଛି ଦିନ ହେବ ପିଣ୍ଟୁ ନନ୍ଦ ଙ୍କର ଅସୁସ୍ଥତା କୁ ନେଇ ଖୁବ ଆଲୋଚନା ହେଉଥିଲା ।ଆଉ ପିଣ୍ଟୁ ଙ୍କ ଚିକିତ୍ସା ଦିଲ୍ଲୀ ଓ ପରେ ହାଇଦ୍ରାବାଦ ହସ୍ପିଟାଲ କୁ ଯାଇଥିଲେ ।ତେବେ ଏବେ ଏବେ ପିଣ୍ଟୁ ଙ୍କର ମୃତ୍ୟୁ ର ଖବର ଆସି ପହଁଚିଛି,
ଯେଉଁ ଖବର ଶୁଣିବା ପରେ ସବୁଠି ଶୋକର ଛାୟା ଖେଳି ଯାଇଛି ।ଏହା ବ୍ୟତୀତ ମୃତ୍ୟୁ ପୂର୍ବରୁ ପିଣ୍ଟୁ ଙ୍କର ଅବସ୍ଥା କେମିତି ଥିଲା ଓ ସେ କଣ ଥିଲେ ସେ ନେଇ ଏକ ଭିଡ଼ିଓ ସମ୍ନାକୁ ଆସିଛି ।
ଆପଣ ମାନେ ଏଜି କଥା ଜାଣିଥିଲେ କି ପିଣ୍ଟୁ ଲିଭର ସିରସିସ ନାମକ ଏକ ରୋଗରେ ପୀଡ଼ିତ ଥିଲେ । ଆଉ ରୋଗର ଚିକିତ୍ସା ପାଇଁ ସେ ପ୍ରଥମେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ।ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ପଡିଥିଲା ।ତେବେ ଦିଲ୍ଲୀ ରେ ଚିକିତ୍ସା କରିବାକୁ ପିଣ୍ଟୁ ଙ୍କୁ ଦରକାର ଥିଲା 50 ଲକ୍ଷ ଟଙ୍କା ଦରକାର ଥିଲା ।
ଯେଉଁଥି ପାଇଁ ପିଣ୍ଟୁ ପୁରା ଓଡିଶା ଆଗରେ ସାହାଯ୍ୟ ମାଗିଥିଲେ, ଆଉ ପୁରା ଓଡିଶାବାସୀ ପିଣ୍ଟୁ ଙ୍କୁ ସାହାଯ୍ୟ ର ହାତ ବଡାଇବା ପରେ ସେ ଦିଲ୍ଲୀ ଯାଇଛନ୍ତି ।ଆଉ ସେଠାରେ ତାଙ୍କର ଲିଭର ଟ୍ରାସପ୍ଲାଟ ହେବ ବୋଲି ସୂଚନା ମିଳିଥିଲା ।
ତେବେ ଏତେ ସବୁ ବ୍ୟବସ୍ଥା ପରେ ବି ଦିଲ୍ଲୀ ରେ ସୁସ୍ଥ ହେଇ ପାରି ନଥିଲେ ପିଣ୍ଟୁ ଯେଉଁ କାରଣ ପାଇଁ ତାଙ୍କୁ ପୁଣି ହାଇଦ୍ରାବାଦ ହସ୍ପିଟାଲ କୁ ସିଫ୍ଟ କରାଯାଇଥିଲା ।ତେବେ ସେଠାରେ ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଚିକିତ୍ସିତ ହେବାର କେଇଟା ଦିନ ବି ହେଇ ନଥିବା ବେଳେ ଅଚାନକ ତାଙ୍କର ମୃତ୍ୟୁ ଖବର ବିଷୟରେ ସୂଚନା ମିଳିଲା ।ତେବେ ପିଣ୍ଟୁ ଙ୍କର ବୟସ ମାତ୍ର 47 ବର୍ଷ ହେଇଥିବା ବେଳେ ଏତେ କମ ବୟସରେ ତାଙ୍କର ଜୀବନ ଯିବା ଓଡ଼ିଆ ସିନେ ଦୁନିଆ ପାଇଁ ବହୁତ ବଡ଼ କ୍ଷତି ଅଟେ ।
ଏବେ ସବୁଠି ପିଣ୍ଟୁ ଙ୍କ ମୃତ୍ୟୁ ଖବର କୁ ନେଇ ଆଲୋଚନା ହେଇଥିବା ବେଳେ ଅନେକ ଫେନ ଏହାକୁ ବିଶ୍ୱାସ କରି ପାରୁନାହାନ୍ତି ।ତେବେ ଯାହା ବି ହେଲେ ଏହା ସତ କି ଆଉ ଆମ ଭିତରେ ପିଣ୍ଟୁ ନାହାନ୍ତି ।ପିଣ୍ଟୁ ଜଣେ ଏମିତି କଳାକାର ଥିଲେ କି ତାଙ୍କର ଙ୍କର ସବୁ ପ୍ରକାର ଅଭିନୟ ଖୁବ ଜଲଦି ଦର୍ଶକ ଙ୍କ ମନ ଜିତି ପାରୁଥିଲା କିନ୍ତୁ ଆଉ ସେହି କଳାକାର ଙ୍କ ଅଭିନୟ ଦେଖିବାକୁ ମିଳିବ ନାହିଁ ।ତେବେ ଆପଣ ମାନେ ପିଣ୍ଟୁ ଙ୍କ ଅମର ଆତ୍ମା ର ସଦ୍ଗତି ପାଇଁ ପ୍ରାର୍ଥନା କରନ୍ତୁ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ