Daily news update , Real odisha local news

Live | ହତାଭାଗା ସ୍ତ୍ରୀ ଚତୁର୍ଥୀ ଦିନ ଚାଲିଗଲା ବରର ଜୀବନ ରୁମ୍ ଭିତରକୁ ଯିବା ବଦଳରେ ହେଲା ଅନ୍ତ୍ୟେଷ୍ଟି ଦେଖନ୍ତୁ ଭିଡିଓ

0 259

ବାହାଘର ସରିଲା ହେକେ ଚତୁର୍ଥୀ ନସରୁଣୁ ଚାଲିଗଲା ବର ର ଜୀବନ ।ତେବେ ଆପଣ ମାନେ ଆଜିକାଲି ବିବାହ କୁ ନେଇ ଅନେକ ପ୍ରକାର ଭିଡ଼ିଓ ଦେଖୁଛନ୍ତି କିନ୍ତୁ ବର୍ତ୍ତମାନ ବିବାହ ଗୁଡିକରେ ଏମିତି ସବୁ ଦୁଃଖଦ ଘଟଣା ଘଟୁଛି ଯାହା ଶୁଣିବା ପରେ ଆଖିରୁ ଲୁହ ଆସିଯାଉଛି ।

ତେବେ ବିବାହ ପରେ କେତେ ସ୍ୱପ୍ନ ଦେଖିଥାନ୍ତି ନୂଆ ଯୋଡି ଟିଏ ହେଲେ ଯଦି ସେହି ଜୀବନରେ ଚାଲିବା ଆଗରୁ ସାଥି ହାତ ଚଡି ଦିଏ ତ ସବୁକିଛି ନଷ୍ଟ ହେଇଯାଏ ।ଆଉ ଏମିତି କିଛି ଘଟିଛି ବାଲେଶ୍ଵର ଜିଲ୍ଲାରେ ଯେଉଁଠି ଚତୁର୍ଥୀ ଦିନ ବର ର ମୃତ୍ୟୁ ଘଟିଛି ।

ବିବାହ ବନ୍ଧନରେ ବାନ୍ଧିବା ପରେ ଝିଅ ପୁଅ ଦୁଇ ଜଣ ନୂଆ ଜୀବନ କୁ ନେଇ କେତେ ଆଶା କରିଥାନ୍ତି ।ଆଗାମୀ ଜୀବନରେ କେମିତି ଦୁହେଁ ଦୁହିଁଙ୍କର ହାତ ଧରି ଚାଲିବେ ସେ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି ।ହେଲେ କଣ ହେବ କପାଳ କେ କରିବ ଆନ ଠିକ ସେହିପରି ଭାଗ୍ୟରେ ଯାହା ଲେଖାଥିବ ତାହା ହିଁ ଘଟିବ ।ତେବେ ଦେଖୁ ନାହାଁନ୍ତି କେମିତି ଏହି ନୂଆ କରି ବିବାହ ବନ୍ଧନରେ ବାନ୍ଧି ହେଇଥିବା ଯୋଡି ର ଚତୁର୍ଥୀ ପିଣ୍ଡ ସରିନି କି ଚତୁର୍ଥୀ ଭୋଜି ସରିନି କିନ୍ତୁ ବର ର ମୃତ ଶରୀର ଭାଷୁଛି ପୋଖରୀ ହୁଡାରେ ।

ତେବେ ହଁ ଦର୍ଶକବନ୍ଧୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଖଡ଼ିମୂହି ଗାଁରେ ଅଜୟ କୁମାର ଭଞ୍ଜ ଗତ 1 ତାରିଖ ଦିନ ଚାନ୍ଦିନୀ ଙ୍କୁ ବିବାହ କରିଥିଲେ ।ବିବାହ ପରେ ସବୁ ଠିକରେ ଚାଲିଥିଲା ବିବାହ ଭିତରେ ବନ୍ଧୁବର୍ଗ ଓ ପରିବାର ଲୋକମାନେ ଖୁବ ମଜା ମସ୍ତି କରୁଥିଲେ ।ତେବେ ଚତୁର୍ଥୀ ଦିନ ବାହାଘର ଭୋଜି ଖାଇବାର ବ୍ୟବସ୍ଥା ଚାଲିଥିଲା ସେହି ଭିତରେ ବର ବାହାରକୁ ଶୌଚ ପାଇଁ ଯାଇଥିଲେ ।ଯେତେବେଳେ ବ୍ରାହ୍ମଣ ଆସି ଚତୁର୍ଥୀ ପିଣ୍ଡ ପାଇଁ ବର କୁ ଖୋଜିଲେ ସେତେବେଳେ ସମସ୍ତେ ବର କୁ ଖୋଜିବାରେ ଲାଗିଥିଲେ ।ଆଉ ସେତିକି ବେଳକୁ ବର ପାଖ ପୋଖରୀ ରେ ଭାସୁ ଥିବାର ଦେଖିବାକୁ ପାଇଥିଲେ ସମସ୍ତେ ।

ଏହାପରେ ସମସ୍ତେ ଅଜୟ କୁ ପାଣି ଉଠାଇ ଆଣି ତାଙ୍କୁ ସଂଗେ ସଂଗେ ବାଲେଶ୍ଵର ବଡ଼ ମେଡ଼ିକାଲ କୁ ନିଆ ଯାଇଥିଲା କିନ୍ତୁ ସେଠାରେ ଡାକ୍ତର ବର କୁ ମୃତ ବୋଲି ଘୋଷଣା କରିଥିଲେ ।ଆଉ ଏହାପରେ ଚତୁର୍ଥୀ ପୂର୍ବରୁ ବରର ମୃତ୍ୟୁ ହେବା ପରେ କନ୍ୟା ର ଜୀବନ ମଧ୍ୟ ଦୁଃଖରେ ଭରି ଯାଇଥିବା ସହିତ ଏହି ଘଟଣା କୁ ନେଇ ପରିବାର ଲୋକ ଙ୍କ ଭିତରେ ଦୁଃଖ ଖେଳି ଯାଇଛି ।ତେବେ ଜଣା ପଡ଼ିଛି କି ଏମିତି ଏକ ଘଟଣା ଘଟିବା ପରେ ଆଖପାଖ ଅଞ୍ଚଳରେ ଏକ ପ୍ରକାରର ଭୟ ସୃଷ୍ଟି କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.