ବାହାରିଲେ ସ୍ୱର୍ଗଦ୍ୱାର, ‘ରାମ ନାମ ସତ୍ୟ ହେ’ରେ କମ୍ପିଲା ପିଣ୍ଟୁଙ୍କ ଘର ଭିଡିଓ ଦେଖିଲେ କାନ୍ଦି ପକେଇବେ ଶେଷରେ ପିଣ୍ଟୁଙ୍କ ସ୍ତ୍ରୀ…
“ରାମ ନାମ ସତ୍ୟ ହେ” କମ୍ପିଲା ପିଣ୍ଟୁ ଙ୍କର ଘର, ତେବେ ଆରମ୍ଭ ହେଲା ପିଣ୍ଟୁ ଙ୍କର ଶେଷ ଯାତ୍ରା ।ବନ୍ଧୁବର୍ଗ ପରିବାର ସହ ସ୍ୱର୍ଗ ଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ ହେଲା ପିଣ୍ଟୁ ଙ୍କର, ରାସ୍ତା ରେ ପିଣ୍ଟୁ ଙ୍କୁ ଶେଷ ଥର ଦେଖିବା ପାଇଁ ଭିଡ଼ ଜମିଲା ।ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି କି କାଲି ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଦେହାନ୍ତ ଘଟିଥିଲା ।
ଆଉ ଏହାପରେ ପିଣ୍ଟୁ ଘରକୁ ଫେରିବା ପରେ ଆଜି ତା କ୍ର ଶବ ସତ୍କାର କରିବା ପାଇଁ ସବୁ ବ୍ୟବସ୍ଥା ହେଇଥିଲା ଆଉ ଏବେ ତାଙ୍କର ଶେଷ ଯାତ୍ରା କେମିତି ହେଉଛି ଦେଖନ୍ତୁ ।
ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ପିଣ୍ଟୁ ନନ୍ଦ ଙ୍କର ଅବଦାନ ଅନନ୍ୟ, ଦୀର୍ଘ 25 ବର୍ଷ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ କାମ କରିଥିବା ପିଣ୍ଟୁ ଭେଟି ଦେଇଛନ୍ତି ଅନେକ ପ୍ରକାରର ଅଭିନୟ ।କେତେବେଳେ ସେ ରାଣ୍ଡି ପୁଅ ଅନ୍ତା ବେଶରେ ନଜର ଆସିଥିଲେ ପୁଣି କେତେ କମେଡିଆନ ଓ କେତେବେଳେ ଖଳନାୟକ ଭାବେ ସବୁବେଳେ ଦର୍ଶକ ଙ୍କୁ ମନରଞ୍ଜନ କରିଥିଲେ ।ତେବେ ଅଚାନକ ତାଙ୍କ ଜୀବନରେ ଏମିତି କିଛି ଘଟଣା ଘଟିବ ତାହା ବିଷୟରେ କେହି କଳ୍ପନା ବି କରି ନଥିଲେ ।ଲିଭର ସିରସିସ ସମସ୍ୟା ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଓ ପରେ ହାଇଦ୍ରାବାଦ ନିଆଯାଇଥିଲା ।
ତେବେ ଡାକ୍ତର ମାନଙ୍କର ଯଥାଚିତ ଚେଷ୍ଟା ପରେ ବି ପିଣ୍ଟୁ ଙ୍କୁ ବଞ୍ଚାଇ ଯାଇ ପାରି ନଥିଲା ।ଆଉ କାଲି ଚିକିତ୍ସିତ ଆବସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା, ତେବେ ପିଣ୍ଟୁ ଙ୍କ ମୃତ୍ୟୁ ଖବର ଶୁଣି ପରିବାର ସହିତ ପୁରା ସିନେ ଦୁନିଆ ଭାଙ୍ଗି ପଡ଼ିଛି ।ତେବେ ଗତକାଲି ପିଣ୍ଟୁ ଙ୍କର ଶବ ଘରେ ପହଁଚିବା ପରେ ପରିବାର ଲୋକଙ୍କ ର ଆଖିରୁ ଲୁହ ଶୁଖି ନଥିଲା ।ଆଉ ଆଜି ତାଙ୍କର ଶବ ସତ୍କାର ପାଇଁ ସବୁ ଵ୍ୟଵସ୍ଥା କରାଯାଇଥିଲା, କାନ୍ଦ ବୋବାଳି ଭିତରେ ସମସ୍ତେ ପିଣ୍ଟୁ ଙ୍କୁ ଶେଷ ବିଦାୟ ଦେଇଥିଲେ ।ଆଉ ଶେଷ ରେ ରାମ ନାମ ସତ୍ୟ ହେ ଧ୍ୱନି ଭିତରେ ସ୍ୱର୍ଗଦ୍ୱାର ଅଭିମୁଖେ ଯାଇଥିଲା ପିଣ୍ଟୁ ଙ୍କର ଶବ ।
ଏହି ଶବ ଯାତ୍ରା ଭିତରେ ରାସ୍ତା ମଝିରେ ଅନେକ ଫେନ ଚାହିଁ ରହିଥିଲେ ଥରେ ପିଣ୍ଟୁ ଙ୍କୁ ଦେଖିବା ପାଇଁ ଆଉ ଏମିତି ଭିତରେ ପିଣ୍ଟୁ ଙ୍କର ଶବ ଯାତ୍ରା ଚାଲିଥିଲା ।ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମେଡିଆ ରେ ଦେଖିବାକୁ ମିଳୁଛି, ଏହି ଦୃଶ୍ୟ ସତରେ ମଣିଷ ଜୀବନ ର ଏକ ବାସ୍ତବ ଦୃଶ୍ୟ ଯାହା ମଣିଷ ର ପ୍ରକୃତ ଅସ୍ତିତ୍ୱ କୁ ବୁଝେଇ ଦେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।