ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଙ୍କ ସାମ୍ନା କୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଆସିଛି ଯାହା ସମସ୍ତ ଙ୍କୁ ଚକିତ କରି ଦେଇଛି। ତେବେ ଧୀରେ ଧୀରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ର ଅସଲ ମୁଖା ସମସ୍ତ ଙ୍କ ଆଗକୁ ଆସିଛି। ତେବେ ଅଭିନେତା ଅନୁଭବ ମହାନ୍ତି , ବାରମ୍ବାର କହୁଥିଲେ କି ବର୍ଷା ତାଙ୍କୁ ଓ ତାଙ୍କର ପରିବାର କୁ ଧୋକା ଦେଇଛନ୍ତି ବୋଲି।
ମାତ୍ର ତାହାକୁ କେହି ସହଜ ରେ ବିଶ୍ୱାସ କରୁ ନଥିଲେ କିନ୍ତୁ ଆମେ ଆପଣ ଜଣେଇ ଦେଉଛୁ କି ବର୍ଷା କେବଳ ଅନୁଭବ ଙ୍କୁ ନୁହେଁ ବରଂ ଏହିପରି ଅନେକ ଲୋକ ଙ୍କୁ ଧୋକା ଦେଇଛନ୍ତି। ଆଉ ଏନେଇ ବର୍ତ୍ତମାନ ଭୁବନେଶ୍ୱର ର ସହିଦ ନଗର ଥାନା ରେ ହୋଇଛି ଅଭିଯୋଗ।
ତେବେ ଯାହା ସୂଚନା ରହିଛି କି , ଭୁବନେଶ୍ୱର ର ସହିଦ ନଗର ଥାନା ରେ କଲ୍ୟାଣି ନାୟକ ନାମକ ଜଣେ ମହିଳା ଅଭିନେତ୍ରୀ ବର୍ଷା ଙ୍କ ନାମ ରେ ଆଣିଛନ୍ତି ଧୋକା ଓ ଠକେଇ ର ଅଭିଯୋଗ। ତେବେ ସେ ଥାନା ରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ଚାକିରୀ ଦେବେ ବୋଲି କହି ତାଙ୍କୁ ଠାରୁ ୫୦ ହଜାର ଟଙ୍କା ନେଇଥିଲେ। ମାତ୍ର ଟଙ୍କା ନେବା ପରେ ଫେରାର ହୋଇ ଯାଇଥିଲେ ଏବଂ ପରେ ତାଙ୍କ ସହ ପାଟି ତୁଣ୍ଡ ମଧ୍ୟ ହୋଇଥିଲା। ତେବେ ଆସନ୍ତୁ ଜାଣିବା କଣ ଥିଲା ଘଟଣା।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓଡ଼ିଆ ସିନେମା ଇନ୍ଦ୍ରଷ୍ଟ୍ରି ରେ ସେ ଜଣେ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି। ତାଙ୍କର ଅଭିନୟ ବେଶ ସୁନ୍ଦର ଅଟେ ।ମାତ୍ର କିଛି ଦିନ ତଳେ ତାଙ୍କର ସ୍ୱାମୀ ଅନୁଭବ ମହାନ୍ତି ଙ୍କୁ ନେଇ ଖୁବ ବିବାଦ ଚାଲିଥିଲା। ଆଉ ବିବାଦ ପରେ କୋର୍ଟ ର ରାୟ ଅନୁସାରେ , ବର୍ଷା ଅନୁଭବ ଙ୍କ ଘରୁ ବାହାରି ଯାଇଥିଲେ। ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ସହିଦ ନଗର ଥାନା ରେ ଜଣେ ମହିଳା ଅଭିଯୋଗ କରିଛନ୍ତି କି ବର୍ଷା ତାଙ୍କ ଠାରୁ ୫୦ ହଜାର ଟଙ୍କା ନେଇ ଫେରାର ହୋଇ ତାଙ୍କୁ ଧୋକା ଦେଇଛନ୍ତି ବୋଲି।
ତେବେ କଲ୍ୟାଣି ଙ୍କ ର କହିବା ଅନୁସାରେ, ସେ ବର୍ଷା ଙ୍କ ର ବଡ଼ ଫ୍ୟାନ ଅଟନ୍ତି ଆଉ ଭୁବନେଶ୍ୱର ରେ ଥରେ ତାଙ୍କର ତାଙ୍କ ସହ ଦେଖା ହୋଇଥିଲା। ଏବଂ ସେହି ଦେଖା ରେ କଥା ବାର୍ତ୍ତା ହେବା ସହ ଉଭୟ ଙ୍କ ମଧ୍ୟରେ ଭଲ ବନ୍ଧୁତା ଗଢି ଉଠିଥିଲା ତାହା ବର୍ଷା , ଆୟୁଶି ଏବଂ କଲ୍ୟାଣି ଙ୍କ ମଧ୍ୟରେ ଥିଲା। ପରେ ବର୍ଷା ଓ ଆୟୁଷି ଭୁବନେଶ୍ୱର ଗଲେ କନ୍ୟାଣି ଙ୍କୁ ଦେଖା କରୁଥିଲେ। ଆଉ ପରେ ତାଙ୍କୁ ଗୋଟିଏ ସୁନା ଦୋକାନ ରେ ଚାକିରୀ କରେଇ ଦେବେ ବୋଲି କହି ତାଙ୍କ ଠାରୁ ୫୦ ହଜାର ଟଙ୍କା ନେଇଥିଲେ। ମାତ୍ର ପରେ ଚାକିରୀ ନାହିଁ କିମ୍ବା କୌଣସି ସମ୍ପର୍କ ରଖି ନଥିଲେ। ତେବେ ଏନେଇ ବର୍ତ୍ତମାନ କଲ୍ୟାଣି ଅଭିଯୋଗ କରିଛନ୍ତି ଥାନା ରେ। ମାତ୍ର ବର୍ଷା ଏଥିରେ କୌଣସି ଉତ୍ତର ଦେଇ ନାହାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।