Facebook ରେ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଙ୍କ ଶେଷ ପୋଷ୍ଟ… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ….ଦେଖନ୍ତୁ Video
ସୋସିଆଲ ମେଡିଆରେ ଭାଇରଲ ହେଉଛି ଅକ୍ଲାନ୍ତ ଙ୍କର ଶେଷ ଫେସବୁକ ପୋଷ୍ଟ ।ବାପା ଙ୍କ ଦେହ ଅସୁସ୍ଥ ହେବା ଠାରୁ ନିଜ ଦୁନିଆ ଓ ଖୁସି କୁ ଭୁଲି ଯାଇଥିଲେ ଅକ୍ଲାନ୍ତ ହେଲେ ଆଜି ସେହି ମଣିଷ ହିଁ ନାହାଁନ୍ତି ଏହି ଦୁନିଆରେ ।ତେବେ ଦୁଃଖ ପରେ ଦୁଃଖ ମିହିର ଦାସ ଙ୍କ ପରିବାର ଉପରେ ଲାଗି ରହିଛି ।
ସ୍ୱାମୀ ସ୍ତ୍ରୀ ଚାଲିଯିବା ପରେ ପୁଣି ସାନ ପୁଅ ର ମୃତ୍ୟୁ ଘଟିଛି, ଯେଉଁ ଖବର ଶୁଣିବା ପରେ ଆଜି ସାରା ଓଡ଼ିଶା ବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଆଉ ସେହି ଭିତରେ ବର୍ତ୍ତମାନ ଅକ୍ଲାନ୍ତ ଙ୍କର ଶେଷ ଫେସବୁକ ପୋଷ୍ଟ କୁ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।
ତେବେ ସୂଚନା ଅନୁଯାୟୀ ମିହିର ଦାସ ଙ୍କର ବର୍ଷିକୀ ଦିନ ତଗରୁ ହିଁ ଅକ୍ଲାନ୍ତ ଙ୍କ ଦେହ ଖରାପ ଥିଲା ଯେଉଁଥି ପାଇଁ ସେ ଭୁବନେଶ୍ୱର ଏମସ ରେ ଚିକିତ୍ସିତ ହେଉଥିଲେ ।ତେବେ ଜଣା ପଡିଥିଲା କି ଅକ୍ଲାନ୍ତ ଲିଭର ଜନିତ କୌଣସି ସମସ୍ୟା ପୀଡିତ ଥିଲେ, ଧୀରେ ଧୀରେ ଠିକ ହେବାକୁ ଲାଗିଥିଲେ ଅକ୍ଲାନ୍ତ କିନ୍ତୁ ହଠାତ ଜାନୁଆରୀ 25 ତାରିଖ ରାତିରେ ପୁଣି ଦେହ ଖରାପ ହେବାରୁ ତାଙ୍କର ମୃତ୍ୟୁ ଘଟିଲା ।ଆଉ ବର୍ତ୍ତମାନ ବଡ଼ ଭାଇ ଅମ୍ଳାନ ଏକୁଟିଆ ହେଇ ଯାଇଛନ୍ତି, କିନ୍ତୁ ବର୍ଷେ ପୂର୍ବରୁ ଅକ୍ଲାନ୍ତ କେମିତି ଥିଲେ ଆଉ ଆଜିର ଯୁବପିଢ଼ି ହେଇ ବି ସେ ବର୍ଷେ ଯାଏ କେମିତି ନିଜକୁ ସୋସିଆଲ ମେଡିଆ ଠାରୁ ଦୂରେଇ ରଖିଥିଲେ ତାହାର ପ୍ରମାଣ ମିଳିଛି ।
ବର୍ତ୍ତମାନ ଅକ୍ଲାନ୍ତ ଙ୍କର ଏକ ଫେସବୁକ ପୋଷ୍ଟ ଭାଇରଲ ହେଉଛି ଯେଉଁ ପୋଟ ପୋଷ୍ଟ ହେଇଥିଲା 2021 ମସିହା ଜୁନ 11 ତାରିଖରେ ।ଆଉ ତା ପର ଠାରୁ ଅକ୍ଲାନ୍ତ ନିଜକୁ ସୋସିଆଲ ମେଡିଆ ଠାରୁ ଦୂରେଇ ଦେଇଥିଲେ କାରଣ ତା ପରେ ପରେ ହିଁ ମିହିର ଦାସ ଙ୍କ ଦେହ ଖରାପ ହେବାରେ ଲାଗିଲା ।ଆଉ ବାପା ଙ୍କ ମୃତ୍ୟୁ ପରେ ଅକ୍ଲାନ୍ତ ଭାଙ୍ଗି ପଡ଼ିଥିଲେ ଆଉ ମଜା ମସ୍ତି କରିବା ବୟସରେ ନିଜକୁ ଭୁଲି ଯାଇଥିଲେ ।ଏବେ ବାପାଙ୍କର ମୃତ୍ୟୁ ର ବର୍ଷକ ପରେ ତାଙ୍କର ବି ଦେହାନ୍ତ ଘଟିଛି, ଯାହାକୁ ଆଗାମୀ ଧାଡ଼ିର କଳାକାର ଖୁବ ଦୁଃଖିତ ଅଛନ୍ତି ।
ତେବେ ଆଜିର ପିଲାମାନେ ଯେମିତି କେତେ କଣ କରୁଛନ୍ତି ସୋସିଆଲ ମେଡିଆରେ ସେହି ଜାଗାରେ ଅକ୍ଲାନ୍ତ କିନ୍ତୁ ନିଆରା ଥିଲେ ଦୁଃଖ ପରେ ଦୁଃଖ ଥିଲେ ବି ସେ କାହାକୁ କିଛି ଜଣେଇ ନଥିଲେ ।ଆଉ ନିଜ ଭିତରେ ଦୁଃଖକୁ ଜାବୁଡି ଧରି ଶେଷରେ ନିଜେ ଆଖି ବୁଜିଦେଲେ ଓ ଏମିତିତୀକା ଜଣେ ସାନ ଭାଇକୁ ହରେଇବା ପରେ ବଡ଼ ଭାଇ ଅମ୍ଳାନ ଆଜି ଏକୁଟିଆ ଯାହାଙ୍କର ଦୁଃଖ କହିଲେ ନସରେ ।ତେବେ ଭଗବାନ ଅକ୍ଲାନ୍ତ ଙ୍କ ଆତ୍ମା କୁ ସଦ୍ଗତି ପ୍ରଦାନ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।