ବନ୍ଧୁମାନେ ଆଜିର ସମୟରେ ରୋଗ ବ୍ୟାଧି ପ୍ରତି ଘରେ ଘରେ ଦେଖିବାକୁ ମିଳୁଛି ।ଖୁବ କମ ବୟସରୁ ଛୋଟ ବଡ଼ ଅନେକ ରୋଗ ଆମ ପାଖରେ ଦେଖା ଯାଉଚି ଆଉ ସେହି ରୋଗ ଗୁଡିକର ସମାଧାନ ବି ଆମକୁ ସହଜରେ ମିଳୁନାହିଁ ।ତେବେ ଆମ ଶରୀର ର କିଛି ଏମିତି ଅଙ୍ଗ ରହିଛି ଯାହା ଥରେ ଚାଲି ଗଲେ ଆଉ ଫେରି ପାଇବା ସମ୍ଭବ ନୁହେଁ ।
ଆଉ ସେଥିରେ ସାମିଲ ଅଟେ ଆମ ଦାନ୍ତ, ତେବେ ବର୍ତ୍ତମାନ ଏହି ଦାନ୍ତକୁ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳୁଛି ।ତେବେ ଆପଣ ଘରେ ରହି ଖୁବ ସହଜରେ ଏହି ଦାନ୍ତ ଜନିତ ସମସ୍ତ ସମସ୍ୟା ରୁ କେମିତି ମୁକ୍ତି ପାଇବେ ତାହାର ଏକ ସୁନ୍ଦର ଉପାୟ ଆମେ ଆଜି ଆପଣଂକୁ ଜଣାଇବୁ ।
ତେବେ ଆମ ଖଡି ଖାଇବାରେ ଦାନ୍ତ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନ8ଭେଇ ଥାଏ ଆଉ ଥରେ ଏହି ଦାନ୍ତରେ ପୋକ ଲାଗି ଗଲେ ବା ପାଇରିଆ ଆଦି ହେଇଗଲେ ସେତେବେଳେ ଯେତିକି ପୀଡା ହେଇଥାଏ ତାହା କହିବା ଅସମ୍ଭବ ଅଟେ ।ତେବେ ଆମ ପ୍ରକୃତି ଆମକୁ ଅନେକ ଜିନିଷ ଯୋଗେଇ ଦେଇଛି ଯାହାକୁ ବ୍ୟବହାର କରି ଆପଣ ନିଜକୁ ସୁସ୍ଥ ରଖିପାରିବେ ।ତେବେ ଜାମୁ ପତ୍ର କୁ ବ୍ୟବହାର କରି ଆପଣ ନିଜ ଦାନ୍ତର କେମିତି ଚିକିତ୍ସା କରିବେ ଆସନ୍ତୁ ଜାଣିବେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଜାମୁ ପତ୍ର
-ଲୁଣ
-ପାଣି
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ପାଇଁ ଆପଣଂକୁ ପ୍ରଥମେ 4 ରୁ 5 ଟି ଜାମୁ ପତ୍ର ନେବାକୁ ପଫିବ, ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ଜାମୁ ପତ୍ର ଦାନ୍ତ ର ସମସ୍ତ ସମସ୍ୟା ପାଇଁ ଏକ ଗୁଣକାରୀ ଔଷଧ ଅଟେ ଯାହା ଖୁବ କମ ଲୋକ ଯାଣିଛନ୍ତି ।ତେବେ ସେହି ଜାମୁ ପତ୍ର କୁ ପ୍ରଥମେ ଧୋଇ ନିଅନ୍ତୁ ତାପରେ ଗୋଟିଏ ପାତ୍ରରେ କିଛି ପାଣି ଆଉ ଜାମୁ ପତ୍ର ଗୁଡ଼ିକ ପକାଇ ତାହାକୁ ଫୁଟାନ୍ତୁ ।
-କିଛି ସମୟ ପାଣି ଫୁଟିଲା ପରେ ଆପଣ ଜାମୁ ପତ୍ର କୁ ସେହି ପାଣିରୁ ବାହାର କରି ନିଅନ୍ତୁ ।ଏବେ ସେହି ପାଣିରେ ଆପ ଲୁଣ ମିଶାଇ ପୁଣି କିଛି ସମୟ ପାଣି କୁ ଫୁଟାନ୍ତୁ ।ଏହାପରେ ଆପଣଙ୍କ ରିମେଡି ପ୍ରସ୍ତୁତ ହେଇଯିବ ।
ରିମେଡି ର ବ୍ୟବହାର :-
-ତେବେ ପ୍ରସ୍ତୁତ କରିଥିବା ରିମେଡି କୁ ଆପଣ ଦିନରେ ଦୁଇ ଥର ବ୍ୟବହାର କରିବେ, ତେବେ ସେହି ପାଣିକୁ ପାଟିରେ ରଖି କୁଳୁକୁଳୁ କରିବେ ଦେଲେ ଯାଇ ଆପଣଙ୍କ ଦାନ୍ତ ପାଇଁ ତାହା ଉଚିତ କାମ କରିବ ।ତେବେ ଆପଣଙ୍କ ର ଦାନ୍ତ ପୋକ ଲାଗିଥିଲେ ବା ଅନ୍ୟ କୌଣସି ବି ସମସ୍ୟା ଥିଲେ ଏମିତି ଲଗାତାର କଲେ ତାହା ଧୀରେ ଧୀରେ କମିଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।