ଆଜିକାଲି ଦୁନିଆରେ ଲୋକମାନେ ସମ୍ପର୍କକୁ ଖେଳଘର ପରି ଭାବି ନେଉଛନ୍ତି ।କାହାକୁ ବି ଆପଣାର ଭାବୁ ନାହାଁନ୍ତି ଆଉ ସବୁବେଳେ ନିଜ ନିଜ ମଥଲବ ପାଇଁ ସମ୍ପର୍କକୁ ବଳି ଦେଇ ଦିଆ ଯାଉଛି ।ତେବେ ଏହିପରି ଦୃଶ୍ୟ ଅଧିକାଂଶ ପ୍ରେମ ସମ୍ପର୍କ ଗୁଡିକରେ ଦେଖିବାକୁ ମିଳିଥାଏ, ପୁରାଣ କାଳରୁ ପ୍ରେମକୁ ପୁତ୍ତ ପବିତ୍ର ବୋଲି କୁହାଯାଏ । କିନ୍ତୁ ଆଜି ଏହି ସମ୍ପର୍କରେ ଧୋକା ପ୍ରତାରଣାର ମଳିନତା ପଡ଼ିଗଲାଣି ,ନୀତିଦିନ କିଛି କିଛି ନିଉଜ୍ ଦେଖିବାକୁ ମିଳିଥାଏ ଏହି ପ୍ରେମକୁ ନେଇ ।
ତେବେ ଆଜିକାଲିର ଯୁବପିଡ଼ି ମାନେ ଖୁବ କମ ବୟସରୁ ଭଲପାଇବା ବନ୍ଧନରେ ବାନ୍ଧି ହେଇ ଯାଉଛନ୍ତି ।କିନ୍ତୁ ତାକୁ ଆଗକୁ ନେଇ ଯାଇ ପାରୁ ନାହାନ୍ତି ଯାହା ଫଳରେ ଅଧା ରାସ୍ତାରେ ଜଣେ ଜଣଙ୍କର ହାତ ଛାଡି ଦେଇ ଥାଆନ୍ତି ।ଆଉ ଏବେ ସମୟରେ ନିଜର ସ୍ୱାର୍ଥ ପାଇଁ କାହାକୁ କେହି ଭଲ ପାଆନ୍ତି ଆଉ ଯେତେବେଳେ ସ୍ୱାର୍ଥ ସରିଯାଏ ସେତେବେଳେ ସମ୍ପର୍କ ଭାଙ୍ଗିଯାଏ ।କିନ୍ତୁ ସ୍ୱାର୍ଥପର ଭଲପାଇବାରେ କ୍ଷତି ସବୁବେଳେ ପ୍ରକୃତ ଭଲପାଉଥିବା ବ୍ୟକ୍ତି ହିଁ ପାଇଁ ଥାଏ ।
ଆମ ସମାଜରେ ବହୁତ ଏମିତି ଦେଖିବାକୁ ମିଳୁଛି କିଏ ପ୍ରେମରେ ପ୍ରତାରଣା ଓ ଧୋକାର ଶିକାର ହେଇ ଲୋକମାନେ ଜୀଵନ ହାରି ଦେଉଛନ୍ତି ନହେଲେ ନିଜ ଜୀବନକୁ ପୁରା ତଳିତଳାନ୍ତ କରିଦେଉଛନ୍ତି ।ତେବେ ଆଜି ବି ଏମିତି ଗୋଟାଏ ଘଟଣା ଦେଖିବାକୁ ମିଳିଛି ଯେଉଥିରେ ଜଣେ ମହିଳା ଶିକାର ହେଇଛନ୍ତି ପ୍ରେମ ପ୍ରତାରଣାର ।ତେବେ ଯେତେବେଳେ ଜଣେ ବ୍ୟକ୍ତିର ବିଶ୍ୱାସକୁ ଜାଣିଶୁଣି ଭାଙ୍ଗିଦିଆ ଯାଏ ତାହେଲେ ସେହି ବ୍ୟକ୍ତିକୁ ନିଜ ଉପରେ ବିଶ୍ବାସ କରିବା ବି କଷ୍ଟ ହେଇ ପଡ଼େ ।ତେଵେ ଆମେ ଯେଉଁ ମହିଳା ପିଡିତାଙ୍କ କଥା କହୁଛୁ ତାଙ୍କ ବିଶ୍ୱାସକୁ ଭାଙ୍ଗିବା ପରେ ବି ସେ ହାର ମାନି ନାହାନ୍ତି ।
ତେବେ ଘଟଣା ଅନୁଯାୟୀ ରେଡ଼ାଖୋଲ ନୂଆପଙ୍କ ଅଂଚଳର ଜଣେ ଯୁବତୀ ଅନୁଗୁଳ ଜିଲ୍ଲାର କିଶୋର ମୁଣ୍ଡା ଅଞ୍ଚଳରେ ତାଳପକା ଗ୍ରାମର ଜୟସେନ ମୁଣ୍ଡାଙ୍କୁ ଭଲପାଉଥିଲେ ।ଆଉ ଯୁବକଟି ବିବାହର ପ୍ରତିଶ୍ରୁତି ଦେଇ କିନ୍ତୁ ଠକି ଦେଇଥିଲେ ଯୁବତୀଙ୍କୁ ।ତେବେ ପରେ ଯୁବତୀ ଯେତେ ଫୋନ କଲେ ବି ଯୁବକଟି କଥା ହେଇ ନଥିଲେ ଆଉ ଯୁବତୀ ଏବେ ଜଣେ ଛ ମାସର ପୁଅର ମାଆ ଅଟନ୍ତି ।ତେଣୁ ଯୁବତୀ କିଛି ଲୋକଙ୍କୁ ଧରି ଯୁବକଟିର ଘରକୁ ଯାଇଥିଲେ ଆଉ ସେଠାରେ ଯୁବକ ମିଳି ନଥିଲେ ।
କିନ୍ତୁ ଏବେ ଯୁବତୀ ଜଣଙ୍କ କହିଛନ୍ତି ଯେ ବହୁତ ଦିନ ଆଗରୁ ବିବାହ କଥା କହିବାରୁ ସେ ତାଙ୍କ ବିବାହ କରିବେ ନାହିଁ କହିଥିଲେ ଓ ତାଙ୍କ ଘରକୁ ଗଲେ ଲୋକ ଡାକିବେ ବୋଲି କହିଥିଲେ ।ତେବେ ଏବେ ନିଜର ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହେଇଛନ୍ତି ଓ 2020 ଜୁନ ମାସରେ ରେଡାଖୋଲ ପୋଲିସ ଷ୍ଟେସନରେ ଯୁବକ ବିରୋଧରେ ଅଭିଯୋଗ କରିଥିଲେ ପିଡିତା ।ତେବେ ତାଙ୍କୁ ତାଙ୍କ ଗାଁ ଲୋକ ଓ ପୋଲିସ ମାନେ ବହୁତ ସାହାଯ୍ୟ କରୁଛନ୍ତି ନ୍ୟାୟ ପାଇବା ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।