ବନ୍ଧୁମାନେ ଆମେ ଅନେକ ଦେବାଦେବୀ ପୀଠ ଦର୍ଶନ କରିଥାଉ ସବୁ ପୀଠ ଗୁଡିକରେ ଦେବା ଦେବୀ ମାନଙ୍କର ଭିନ୍ନ ମୂର୍ତି ପୂଜା ପାଉଥିବା ସହିତ ସେଠାକାର ନୀତିକାନ୍ତି ବି ଖୁବ ଭିନ୍ନ ହେଇଥାଏ ।ତେବେ ଆମ ଭାରତ ରେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠି ଯୋୖନି କୁ ପୂଜା କରାଯାଏ ।ହୁଏତ ଆପଣଂକୁ ଏହି କଥା ଶୁଣିବା ପରେ ଟିକିଏ ଅଜକ ଲାଗୁଥିବ କିନ୍ତୁ ଏମିତି ମନ୍ଦିର ରହିଛି ଯେଉଁ ମନ୍ଦିର ଦେବୀ କାମାକ୍ଷା ମାଆ ଙ୍କର ।ତେବେ ଏହି ମନ୍ଦିରରେ କିଛି ଏମିତି ଅଦ୍ଭୁତ ଘଟଣା ବି ଘଟିଥାଏ ଯାହା ଜାଣିଲେ ବିଶ୍ୱାସ କରିବା କଷ୍ଟ ଅଟେ ।
ତେବେ ଆସାମ ର ଗୌହାଟୀ ଠାରୁ 6 କିଲୋମିଟର ଦୂରରେ ଅବସ୍ଥିତ ମାଆ କାମାକ୍ଷାଦେବୀ ଙ୍କର ମନ୍ଦିର ।ପୁରାଣ ଅନୁସାରେ କୁହାଯାଏ କି ଯେତେବେଳେ ଦେବୀ ସତୀ ନିଜ ପିତାଙ୍କ ଯଜ୍ଞରେ ଝାସ ଦେଇ ପ୍ରାଣ ତ୍ୟାଗ କରିଥିଲେ ସେତେବେଳେ ମହାଦେବ ସତୀ ଙ୍କ ମର ଶରୀର କୁ ଧରି ଘୁରି ବୁଲୁଥିଲେ ।ଆଉ ସେତେବେଳେ ବିଷ୍ଣୁ ଙ୍କର ସୁଦର୍ଶନ ଚକ୍ର ଦ୍ୱାରା ସତୀ ଙ୍କର ମର ଶରୀର ଖଣ୍ଡିତ କରାଯାଇଥିଲା ।ଏହାପରେ ଦେବୀଙ୍କର ଶରୀର 51 ଖଣ୍ଡରେ ପରିଣତ ହେଇଥିଲା ଆଉ ଏହି ଖଣ୍ଡ ଗୁଡିକ ଯେଉଁଠି ପଡିଥିଲା ସେହି ଜାଗା ପରବର୍ତ୍ତୀ ସମୟରେ 51 ଟି ଶକ୍ତି ପୀଠ ରେ ପରିଚିତ ହେଲା ।ଆଉ ମାଆ କାମାକ୍ଷା ଦେବୀ ଙ୍କ ମନ୍ଦିର ସେହି ଶକ୍ତି ପୀଠ ଭିତରୁ ଗୋଟିଏ ।
ଏହି ମନ୍ଦିରରେ ସବୁଠାରୁ ବଡ଼ ଅଦ୍ଭୁତ ଏହା କି ଏଠାରେ କେହି ମୂର୍ତ୍ତି ନୁହେଁ ବରଂ ଯୋୖନି ପରି ଦେଖା ଯାଉଥିବା ଏକ ପଥର କୁ ପୂଜା କରାଯାଏ ।କୁହାଯାଏ କି ସତୀ ଶରୀର ର 51 ଖଣ୍ଡରୁ ତାଙ୍କର ଯୌନି ଏହିଠାରେ ପଡିଥିଲା ତେଣୁ ଏଠାରେ ସେହି ଯୋୖନି କୁ ପୂଜା କରାଯାଏ ।ଆଉ ଏହି ପୀଠ ଅନ୍ୟ 51 ପୀଠ ଠାରୁ ଖୁବ ପ୍ରସିଦ୍ଧ, ତେବେ ଏହି ପୀଠ ତାନ୍ତ୍ରିକ ମାନଙ୍କର ମୁଖ୍ୟ ପୂଜା ସ୍ଥଳ ଅଟେ ।କାମାକ୍ଷା ମନ୍ଦିରର ଆମ୍ବପାଚି ମେଳା ଖୁବ ପ୍ରସିଦ୍ଧ ଅଟେ ପ୍ରତି ବର୍ଷ ଏହି ମେଳାରେ ପ୍ରବଳ ଭିଡ ଦେଖିବାକୁ ମିଳେ ।ଏହା ବ୍ୟତୀତ ପ୍ରତ୍ୟେକ ମାସର 3 ଦିନ ଏହି ମନ୍ଦିର ନିକଟରେ ଥିବା ବ୍ରହ୍ମପୁର ନଦୀ ଲାଲ ଦେଖାଯାଏ ।କୁହାଯାଏ କି ଏହି ତିନି ଦିନ ମାଆଙ୍କର ଋତୁସ୍ରାବ ହେଇଥାଏ ।
ସବୁ ମନ୍ଦିର ପରି ଏହି ମନ୍ଦିରର ପ୍ରସାଦ ନିଆରା ଅଟେ କାରଣ ମାଆ ଙ୍କର ଋତୁସ୍ରାବ ହେବ ପୂର୍ବରୁ ଧଳା କପଡା ମନ୍ଦିରରେ ମେଳାଯାଏ ତାପରେ ତିନି ଦିନ ମନ୍ଦିର ବନ୍ଦ ରହେ ।ମନ୍ଦିର ଖୋଲିବା ପରେ ଏହି ଧଳା କପଡା ଋତୁସ୍ରାବ ଯୋଗୁ ନାଲି ହେଇଥାଏ ଆଉ ଏହି କପଡା କୁ ପ୍ରସାଦ ରୂପେ ଭକ୍ତ ଙ୍କୁ ଦିଆଯାଏ ।ତେବେ ମାନସିକ ପୂରଣ ପାଣି ଅବିବାହିତ ଯୁବତୀ ମାନଙ୍କର ଏଠାରେ ପୂଜା ହେଇଥାଏ ।ତେବେ ଏମିତି କିଛି ଅଦ୍ଭୁତ ରହସ୍ୟ ରହିଛି ମାଆ କାମାକ୍ଷାଦେବୀ ଙ୍କୁ ନେଇ ଯାହା ଜାଣି ଆପଣ ବି ଅନୁଭବ କରି ପାରୁଥିବେ ଏହି ମନ୍ଦିର କାହିଁକି ପ୍ରସିଦ୍ଧ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।