କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ।
ଠିକ ସେହିପରି ସମୟ ଆଗରେ ହାର ମାନିଛନ୍ତି ବାପା ମା ଆଉ ନିଜ ହାତ ରେ ନିଜ ଝିଅ ର ଚିକିତ୍ସା କରିଛନ୍ତି ଆଉ ତାଙ୍କୁ ବଞ୍ଚେଇ ପାରି ନାହାନ୍ତି ସେ। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟ କି ସେ ଜାଣି ନଥିଲେ କି ସେ ଯାହାର ଚିକିତ୍ସା କରୁଛନ୍ତି ସେ ତାଙ୍କର ନିଜ ଝିଅ ଥିଲା ବୋଲି ଆଉ ଯେତେବେଳେ ଏହା ସେ ଯାଣୁଛନ୍ତି ତାଙ୍କର ଯାହା ହେଉଛି ତାହା ଆପଣ ଭାବି ପାରିବେ ନାହିଁ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏହିପରି ଏକ ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ହାହାକାର ସୃଷ୍ଟି ହୋଇଛି। ତେବେ ଘଟଣା ଟି ହେଉଛି ସୁଦୁର କାନାଡ଼ା ରେ , ଯେଉଁ ଠାରେ କିଛି ଦିନ ତଳେ ଏୟିକାନ ନାମ କ ଜଣେ ମହିଳା ଡାକ୍ତର ନିଜ ଅଜାଣତରେ ନିଜ ଝିଅ ବନ୍ଦନା ଙ୍କ ର ଚିକିତ୍ସା କରିଥିଲେ ମାତ୍ର ବିଫଳ ହୋଇଥିଲେ। କିନ୍ତୁ ସେ ଜାଣି ନଥିଲେ କି ସେ ତାଙ୍କର ଝିଅ ଥିଲେ ବୋଲି। ତେବେ ଯାହା ସୂଚନା ରହିଛି କି , ଗତ ନଭେମ୍ବର ୧୫ ତାରିଖ ରେ କାନାଡ଼ା ରେ ଏକ ବହୁତ ରୋଡ଼ ଦୁର୍ଘଟଣା ହୋଇଥିଲା।
ଆଉ ଏହି ଦୁର୍ଘଟଣା ରେ ଜଣେ କିଶୋରୀ ଙ୍କ ର ଏକ ଟ୍ରକ ସହ ଦୁର୍ଘଟଣା ହୋଇଥିଲା ଯାହା ଫଳରେ ସେ ଖୁବ ଆଘାତ ପ୍ରାପ୍ତ ହୋଇଥିଲେ ଏବଂ ଦୁର୍ଘଟଣା ରେ ତାଙ୍କର ଚେହେରା ଏହିପରି ହୋଇଥିଲା କି ତାଙ୍କୁ ଚିନ୍ହିବା କଷ୍ଟ ହୋଇ ଯାଇଥିଲା। ତେବେ ତାଙ୍କର ଚିକିତ୍ସା କରୁଥିଲେ ଏୟିକାନ ନାମକ ଜଣେ ଡାକ୍ତରଣୀ ଯିଏକି ତାଙ୍କ ସହ ଦୁର୍ଘଟଣା ସ୍ଥାନ ରୁ ହସ୍ପିଟାଲ ପର୍ଯ୍ୟନ୍ତ ଥିଲେ ମାତ୍ର ତାଙ୍କୁ ସେ ବଞ୍ଚାଇ ପାରି ନଥିଲେ। ଆଉ ଡିୟୁଟି ସାରି ଘରକୁ ଫେରିବା ପରେ ସେ ଯାହା ଜାଣିଲେ ତାହା ତାଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା।
ତେବେ ସେ ଘରକୁ ଯିବା ପରେ କିଛି ପୋଲିସ ତାଙ୍କ ଘରର କଲିଂ ବେଲ ବଜାଇ ଥିଲେ ଆଉ ତାଙ୍କୁ ଜଣେଇଥିଲେ କି ଯେଉଁ ଝିଅ ର ଚିକିତ୍ସା ସେ କରୁଥିଲେ। ସେ ଆଉ କେହି ନଥିଲେ ବରଂ ଥିଲେ ତାଙ୍କର ନିଜ ଝିଅ। ତେବେ ଏହା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା, ଆଉ ସେ ନିଜକୁ ବହୁତ ହତଭାଗା ମନେ କଲେ। କାରଣ ଦୁର୍ଘଟଣା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜ ଝିଅ ସହ ଥିଲେ ମାତ୍ର ତାଙ୍କୁ ଜାଣି ପାରିଲେ ନାହିଁ। ତେବେ ଏୟିକାନ କହିଛନ୍ତି କି ମୋତେ ମୋ ଝିଅ ସବୁ ଆହୁରି ଲମ୍ବା ସମୟ ବିତେଇବା ର ଥିଲା, କିନ୍ତୁ ଏତେ ଶ୍ରୀଘ ସେ ମୋ ଠାରୁ ଚାଲିଗଲା। ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।