Daily news update , Real odisha local news

Hotel ମାନଙ୍କରେ ଧଳା ଚାଦର କାହିଁକି ବିଛାଯାଏ? ଜାଣି ଚମକି ପଡିବେ

0 23,368

ବିଳାସ ବ୍ୟାସନ ଜୀବନ ବହୁତ ଲୋକଙ୍କୁ ପସନ୍ଦ ସେହିପରି ଅନେକ ସମୟରେ ଲୋକମାନେ ଜିନ ଜୀବନ କୁ ଉପଭୋଗ କରିବା ପାଇଁ କୋଉ ହଟେଲ, ଲୋଜ ଆଦିକୁ ଯାଇଥାନ୍ତି ।ତେବେ ଆପଣ ଦେଖିଥିବେ ହୋଟେଲ ରୁମର ବେଡ଼ ଗୁଡିକରେ ଧଳା ରଙ୍ଗର ବେଡ଼ସିଟ ବିଛା ଯାଇଥାଏ, ହେଲେ କାହିଁକି ଧଳା ରଙ୍ଗର ବେଡ଼ସିଟ ବିଛା ଯାଏ ତାହା ବହୁତ ଲୋକଙ୍କୁ ଜଣା ନଥାଏ ।

ତେବେ ଆମ ଆଖି ଆଗରେ ବହୁତ ଜିନିଷ ଆସିଥାଏ କିନ୍ତୁ ଆମେ ସେହି ଜିନିଷ ଗୁଡିକୁ ଅଣଦେଖା କରିଦେଉ ।ତେବେ ଏହି ଛୋଟ ଛୋଟ ଜିନିଷ ପଛରେ ବହୁତ ବଡ଼ କାରଣ ଲୁଚି ରହିଥାଏ ତେବେ ଆଜି ଆମେ ଏହି ଧଳା ବେଡ଼ସିଟ ର ରହସ୍ୟ କଥା ଜାଣିବା ।

ତେବେ ଆଗରୁ ଏ ନେଇ ବିଭିନ୍ନ ଗବେଷଣା କରାଯାଇଛି ଆଉ ସେହି ଗବେଷଣା ରେ ଯାହା ଜଣା ପଡିଥିଲା ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।ସୂଚନା ଅନୁସାରେ 1990 ମସିହା ପୂର୍ବରୁ ରଙ୍ଗିନ ବେଡ଼ସିଟ ହୋଟେଲ ଗୁଡିକରେ ବ୍ୟବହାର କରାଯାଉ ଥିଲା ।ଆଉ ତା ପର ଠାରୁ ହୋଟେଲ ଗୁଡିକରେ କେବଳ ଧଳା ବେଡ଼ସିଟ ବ୍ୟବହାର ହେଉଛି, ଏହାର କାରଣ ଗୁଡିକ କଣ କଣ ଆସନ୍ତୁ ଜାଣିବା ।

-ଯେଉଁ ଗବେଷଣା ଜଣାପଡିଥିଲା କି ଧଳା ରଙ୍ଗ ଏକ ବିଳାଶପୁର୍ଣ୍ଣ ଜୀବନର ମୁଖ୍ୟ ଆକର୍ଷଣ ଅଟେ ।ତେଣୁ ଧଳା ରଙ୍ଗର ବେଡ଼ସିଟ ବିଛାଇବା ଦ୍ଵାରା ଲୋକେ ନିଜର ବିଳାଶପୁର୍ଣ୍ଣ ଜୀବନକୁ ଅନୁଭବ କରିପାରନ୍ତି ।

-ଆଉ ଧଳା ରଙ୍ଗ ବେଡ଼ରେ ରହିଲେ ତାହା ମନକୁ ଶାନ୍ତ ରଖିଥାଏ ଓ ନିଦ ବି ଠିକରେ ହେଇଥାଏ ।ଏହା ଛଡ଼ା ଯେଉଁ ମାନେ ନିଜ ବେଡରେ ଧଳା ବେଡସିଟର ବ୍ୟବହାର କରି ଥାଆନ୍ତି ସେମାନଙ୍କ ର ମାନସିକ ଚାପ ବହୁତ କମ ହେଇଥାଏ ।
ତେଣୁ ହଟେଲ ଗୁଡିକରେ ବି ସବୁବେଳେ ଧଳା ରଙ୍ଗର ବେଡ଼ସିଟ ବ୍ୟବହାର ହେଇ ଥାଏ ।

-ଯଦି ଧଳା ବେଡ଼ସିଟ ବ୍ୟବହାର କରାଯିବ ତେବେ କୋଉଠି କଣ ମିଳା ଲାଗିଗଲେ ସହଜରେ ଜଣା ପଡିଯିବ ତେଣୁ କେହି ବେଡ଼ସିଟ କୁ ସହଜରେ ସଫା କରିପାରିବେ ତେଣୁ ହଟେଲ ରେ ଏହାର ବ୍ୟବହାର ହୁଏ ।

-ଏସବୁ ବ୍ୟତୀତ ଆଜିକାଲି ଦେଖୁଥିବେ ହୋଟେଲ ରୁମ ଭିତରେ ବି ଅନେକ କ୍ରାଇମ ହେଉଛି, ତେଣୁ ଯଦି ହୋଟେଲ ବେଡ଼ ରୁମରେ କିଛି ଖରାପ କାମ ବା କ୍ରାଇମ ହେଇଥିବ ତେବେ ତାହା ଏହି ଧଳା ବେଡ଼ସିଟ ର ଦାଗରୁ ନିଶ୍ଚିତ ରୂପେ ଜାଣି ହୁଏ ।ଯେପରି ଧଳା ରଙ୍ଗ ଉପରେ ଅନ୍ୟ ରଙ୍ଗ ଓ ବ୍ଲଡ଼ କ୍ଲଟ ସହଜରେ ଦେଖି ହୁଏ ତେଣୁ ସେଥିପାଇଁ କେହି ଅପରାଧୀ ଙ୍କୁ ସହଜରେ ଧରି ହୁଏ ।ତେବେ ଏହି ସବୁ କାରଣ ରହିଛି ହୋଟେଲ ରୁମର ଧଳା ବେଡ଼ସିଟ ପଛରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.