ଫିଲ୍ମ “ଦମନ” କୁ ନେଇ ମୁଁହ ଖୋଲିଲେ ବାବୁସାନ( Babushaan ) ମହାନ୍ତି…. ପ୍ରଥମ ଥର ନିଜ ସ୍ତ୍ରୀ ଓ ପରିବାର କୁ ନେଇ କହିଲେ କିଛି ଏହିପରି ଜାଣିଲେ ଚକିତ ହୋଇଯିବେ
ବର୍ତ୍ତମାନ ବାବୁସାନ ଙ୍କ ନୁଆ ସିନେମା “ଦମନ” ସିନେମା ହଲ ରେ ପଡିଛି, ତେବେ ଏହି ସିନେମା ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି ମଧ୍ୟ। କାରଣ ଏହି ସିନେମା ଟି ଜଣେ ସମାଜ ସେବୀ ଡାକ୍ତର ଓଁକାର ଙ୍କ ଜୀବନ ବିଷୟ ରେ ରହିଛି ଯାହାକି ଏହା ରିଏଲ ଷ୍ଟୋରି ଅଟେ। ତେବେ ଏହି ସିନେମା କୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅଭିନେତା ବାବୁସାନ ମହାନ୍ତି ନିଜର ମତ ଦେଇଛନ୍ତି , ଆଉ ନିଜ ବିଷୟରେ ମଧ୍ୟ ସେ କିଛି ଏହିପରି କଥା କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
ତେବେ ଆପଣ ମାନେ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବ ରେ ଜାଣିଥିବେ , ସେ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଓ ଅଭିନେତା ଉତ୍ତମ ମହାନ୍ତି ଙ୍କ ପୁଅ ଏବଂ ସେ ନିଜ ଅଭିନୟ ଏବଂ ଗୀତ ବଳରେ ଆମ ସିନେମା ଇନ୍ଦ୍ରଷ୍ଟ୍ରି ରେ ନିଜର ଏକ ପରିଚିତ ଚେହେରା ମଧ୍ୟ ସୃଷ୍ଟି କରି ପାରିଛନ୍ତି।
ତେବେ ବାବୁସାନ କହିଛନ୍ତି କି , ତାଙ୍କ ପରିବାର ଓ ସ୍ତ୍ରୀ ତାଙ୍କ ପାଇଁ ସବୁକିଛି। ସେ ଛୋଟ ବେଳ ରୁ ସଂଗୀତ ପ୍ରତି ବହୁତ ଆଗ୍ରହୀ ଥିଲେ ,ସିନେମା ରେ ଆସିବା ତାଙ୍କ ପାଇଁ ଏହିପରି ଏକ ଘଟଣା ଥିଲା। କିନ୍ତୁ ବର୍ତ୍ତମାନ ସେ ଓଡ଼ିଆ ସିନେମା କୁ ପୁଣି ଥରେ ସେହି ଉଚ୍ଚ ସ୍ଥାନ ରେ ଦେଖିବା କୁ ଚାଁହୁଁଛନ୍ତି ବୋଲି।
ତେବେ ନିଜର ସିନେମା କୁ ନେଇ ବାବୁସାନ କହିଛନ୍ତି କି ଏହା ଆମ ଓଡ଼ିଶା ର ଜଣେ ପ୍ରକୃତ ହିରୋ ଓ ବୀର ଙ୍କୁ ନେଇ ପ୍ରସ୍ତୁତ କରାଯାଇଛି।ତେବେ ସୁଟିଂ ସମୟ ରେ ତାଙ୍କୁ ବହୁତ ଅସୁବିଧା ରେ ପଡିବାକୁ ପଡିଥିଲା କାରଣ କରାପୁଟ ର ଯେଉଁ ସ୍ଥାନ ରେ ସେମାନେ ଏହି ସିନେମା ର ସୁଟିଂ କରୁଥିଲେ ସେଠାରେ କିଛି ସୁବିଧା ନଥିଲା। ବହୁତ କଷ୍ଟ ରେ ସେଠାରେ ଥିବା ଲୋକ ଙ୍କ ସହ ମିଶି ତାଙ୍କ ଭାଷା କୁ ଅନୁସରଣ କରି ଫିଲ୍ମ ତୋ ହୋଇଛି। ଆପଣ ମାନେ ନିଶ୍ଚିତ ଭାବରେ ଏହି ସିନେମା ଟିକୁ ଦେଖନ୍ତୁ ଜଣେ ରିଏଲ ହିରୋ ଙ୍କ କାର୍ଯ୍ୟ କୁ ନିହାତି ଦେଖନ୍ତୁ।
ତେବେ ସେ ନିଜ ପରିବାର ବିଷୟ ରେ ମଧ୍ୟ କହିଛନ୍ତି କି ତାଙ୍କର ପୁଅ ଓ ପତ୍ନୀ ଙ୍କୁ ସେ ବହୁତ ଭଲ ପାଆନ୍ତି ଏବଂ ସେମାନେ ତାଙ୍କ ପାଇଁ ସବୁକିଛି। ତାଙ୍କୁ ମା ଙ୍କ ହାତ ରନ୍ଧା ସକାଳ ରୁଟି ଓ ସଂତୁଳା ଖାଇବା କୁ ଭଲ ଲାଗେ ତା ସହ ବିରିୟାନି ଖାଇବା କୁ ପସନ୍ଦ କରନ୍ତି। ଏହା ସହ ସେ ତାଙ୍କର ପ୍ରଥମ ସିନେମା ସୁଟିଂ ଓ କିଛି ମେମରି କୁ ସେୟାର କରିଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଆପଣ ମାନେ ଥରେ ନିଶ୍ଚିତ ଭାବରେ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।