ଆଜିର ଜିଵନଶୈଳୀ ପାଇଁ ଦିନକୁ ଦିନ ଆମ ପାଖରେ ସମସ୍ୟା ବି ବଡିବାରେ ଲାଗିଛି, ତେବେ ସେହିପରି ମହିଳା ମାନଙ୍କର ଅନିୟମିତତା ପିରିୟଡ଼ ସମସ୍ୟା ବହୁତ ମାତ୍ରା ରେ ଦେଖା ଯାଉଛି ।ଠିକ ସମୟରେ ଏଗ ଆଭଲୁୟସନ ହେଉ ନଥିବା କାରଣରୁ ଠିକ ସମୟରେ ପ୍ରେଗନେଣ୍ଟ ହେଇ ପାରୁନାହାନ୍ତି ମହିଳା ମାନେ ।
ତେବେ ଗୋଟିଏ ରେଗୁଲାର ପିରିୟଡ଼ ସାଇକେଲ ରେ 28 ରୁ 30 ଦିନ ବ୍ୟବହାର ରହିଥାଏ ଆଉ କେହି କେହି ମହିଳାଙ୍କର ଏହି ବ୍ୟବଧାନ 28,30 ଓ 35 ଏମିତି କମ ବେଶୀ ହୁଏ ।ଆଉ ଏମିତି ପିରିୟଡ଼ ସାଇକେଲ କୁ ଅନିୟମିତ ପିରିୟଡ଼ କୁହାଯାଏ, ତେବେ ଏହାକୁ କେମିତି ଠିକ କରିବେ !
ତେବେ ଆପଣ ଏହି ଅନିୟମିତ ପିରିୟଡ଼ କୁ କିଛି ଘରୋଇ ନୁଷ୍କା ଦ୍ଵାରା ଭଲ କରିପାରିବେ ।ଏଥିପାଇଁ ଆପଣଂକୁ ପିରିୟଡ଼ ଡେଟ ର 7 ଦିନ ପୂର୍ବରୁ ଏହି ନୁଷ୍କା ଗୁଡିକ ର ବ୍ୟବହାର ଆରମ୍ଭ କରିଦେବା ଉଚିତ ।ଏବେ ଆସନ୍ତୁ ସେହି ନୁଷ୍କା ଗୁଡିକ କଣ ଜାଣିବା ।
-ପିରିୟଡ଼ ରେଗୁଲାର କରିବା ପାଇଁ ଆପଣ ଖଣ୍ଡିଏ ଅଦା କୁ ଚେଞ୍ଚି ତାକୁ ଗୋଟିଏ ଗ୍ଲାସ ପାଣିରେ ଫୁଟାନ୍ତୁ ।ଯେତେବେଳେ ସେହି ପାଣି ଫୁଟି ଅଧା ଗ୍ଲାସ ହେଇଯିବ ସେତେବେଳେ ଆପଣ ସେହି ପାଣିକୁ ଦିନରେ କୋଉ ବି ସମୟରେ ପିଇ ପାରିବେ ।
-ଏହା ବ୍ୟତୀତ ଆପଣ ଡାଲଚିନି ବା ଜୁଆଣି କୁ ଗୋଟିଏ ଗ୍ଲାସ ପାଣିରେ ଫୁଟାଇବେ ଆଉ ସେହି ପାଣି ଫୁଟି ଯେତେବେଳେ ଅଧା ହେଇଯିବ ସେତେବେଳେ ସେହି ପାଣି ପିଇ ପାରିବେ ।ଏମିତି ପାଣି କିଛି ପିଇଲା ପରେ ଦେଖିବେ ଜଲଦି ପିରିୟଡ଼ ଆସିବ ।
-ଅଭଲ୍ୟୁସନ ହେବାରେ ଅଣ୍ଡା ର ହଳଦିଆ ଅଂଶ ଖୁବ ଭଲ କାମ କରିଥାଏ, ତେଣୁ ଆପଣ ରେଗୁଲାର ପିରିୟଡ଼ ପାଇଁ ପିରିୟଡ଼ ତାରିଖ ର ସପ୍ତାହ ଆଗରୁ ପ୍ରତ୍ୟେକ ଦିନ ଅଣ୍ଡାର ହଳଦିଆ ଅଂଶ ବା ୟକ ଖାଇବା ଷ୍ଟାର୍ଟ କରିପାରିବେ ।
-ଏହା ଛଡା ଆପଣ କ୍ଷୀର ରେ ହଳଦୀ ମିଶାଇ ନେଇ ପାରିବେ,ଏହା ପିଇବା ଯୋଗୁ ଆପଣଙ୍କ ହରମୋନ ର ବେଲେନ୍ସ ଠିକ ରହିଥାଏ ।ଆଉ ହଳଦୀ ମିଶା କ୍ଷୀର ଶରୀର କୁ ସୁସ୍ଥ ରଖିଥାଏ ।
-ଏହି ଉପାୟ ଛଡା ଆପଣ ହାଲକା ଉଷୁମ ପାଣି କୁ ପିଇଲେ ବି ପିରିୟଡ଼ ଠିକ ସମୟରେ ଆସିଥାଏ ।
-ଏହି ସବୁ ଉପାୟ ଗୁଫିକ ସହିତ ଆପଣଂକୁ ନିଜ ଖାଦ୍ୟପେୟ ପ୍ରତି ଟିକିଏ ଯତ୍ନଶୀଳ ହେବାକୁ ପଡ଼ିବ ।ନୀତିଦିନ କିଛି ଏକ୍ସାସାଇଜ କରିବାକୁ ପଡିବ ଯେଉଁଥିରେ ଆପଣ ବଡି ଠିକ ରହିବା ସହିତ ଶାରୀରିକ ସମସ୍ୟା ଗୁଡିକ ର ଅନ୍ତ ହେଇଥାଏ ।ତେବେ ପିରିୟଡ଼ ଠିକ ସମୟରେ ଆସିବା ପାଇଁ ଆପଣ କପାଳ ଭାତି ଓ ସୂର୍ଯ୍ୟ ନମସ୍କାର ପରି ଏକ୍ସାସାଇଜ କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।