ବନ୍ଧୁମାନେ ବର୍ତ୍ତମାନ ଆମ ପାଖରେ ଅନେକ ଶାରୀରିକ ଅସୁବିଧା ମାନ ଦେଖିବାକୁ ମିଳୁଛି, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ତ୍ୱଚା ସମସ୍ୟା ପର୍ଯ୍ୟନ୍ତ ।ଆଉ ଏସବୁର ସମାଧାନ ଖୋଜି ବାହାର କରିବା ଆମ ପକ୍ଷେ ସମ୍ଭବ ହେଇ ପାରୁନି କିନ୍ତୁ ଆମ ପାଖରେ ଏମିତି କିଛି ପ୍ରାକୃତିକ ଜିନିଷ ରହିଛି ଯାହାର ବ୍ୟବହାର କରିପାରିଲେ ଖୁବ ସହଜରେ ଆମର ଅନେକ ଶାରୀରିକ ଅସୁବିଧା କୁ ଦୂର କରି ହେବ ।
ତେବେ ଆମେ ଲେମ୍ବୁ ର ଖୁବ ବ୍ୟବହାର କରିଥାଉ ଏହା ତ୍ୱଚା ଠାରୁ ଆରମ୍ଭ କରି ଅନେକ ରୋଗ ପାଇଁ ରାମବାଣ ପରି କାମ କରିଥାଏ ।ତେବେ ଆମେ ଆଜି ଆମେ ଲେମ୍ବୁର ଚୋପା ର ବ୍ୟବହାର ବିଷୟରେ ବତାଇବୁ ଯେଉଁଥିରେ ଭିଟାମିନ ସି ଅଧିକ ରହିଥାଏ ଆଉ ଏହାର ବ୍ୟବହାର କରିବା ଦ୍ୱାରା ଦାନ୍ତ ରୋଗ, ତ୍ୱଚା ସମସ୍ୟା ଓ ଆଣ୍ଠୁଗଣ୍ଠି ରୋଗ କୁ ଭଲ କରିହେବ ।
-ଆପଣ 3 ରୁ 4ଟି ଲେମ୍ବୁର ଚୋପା କୁ ବାହାର କରି ନିଅନ୍ତୁ ତାପରେ ଗୋଟିଏ କାଚ ବୋତଲ ନେଇ ସେଥିରେ 30 ରୁ 40 ml ଅଲିଭ ଅଏଲ ଓ ସେହି ଲେମ୍ବୁ ଚୋପା ଗୁଡିକୁ ପୁରେଇ ରଖି ଦିଅନ୍ତୁ ।15 ଦିନ ପରେ ଏହି ତେଲ କୁ ଆପଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିବା ଜାଗାରେ ମାଲିସ କରିବେ, ତେବେ ଏହି ତେଲକୁ ରାତିରେ ଲଗାଇବେ ଆଉ ସକାଳେ ତେଲ ଲଗାଇଥିବା ଜାଗାକୁ ଉଷୁମ ପାଣିରେ ଧୋଇ ଦେବେ ।ଏମିତି କିଛି ଦିନ ଏହି ତେଲ କୁ ମାଲିସ କଲେ ଦେଖିବେ ଆପଣଙ୍କ ର ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିବାକୁ ଲାଗିବ ।
-ଲେମ୍ବୁ ଚୋପା ତ୍ୱଚା ପାଇଁ ବି ଖୁବ ଉପକାରୀ, ତେବେ ଲେମ୍ବୁର ବ୍ୟବହାର କରି ସାରିବା ପରେ ତାହାକୁ ଶୁଖାଇ ଦିଅନ୍ତୁ ।ଚୋପା ଶୁଖିଗଲା ପରେ ତାହାର ଗୁଣ୍ଡ ତିଆରି କରନ୍ତୁ ଆଉ ସେହି ଗୁଣ୍ଡରେ ଅଳ୍ପ ମହୁ ଓ ଅଳ୍ପ ଅଲିଭ ଅଏଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।ଏହି ପେଷ୍ଟ କୁ ଆପଣ ଫେସରେ ଲଗାନ୍ତୁ, ତାପରେ ଖାଲି ପାଣିରେ ଫେସ ଧୋଇ ଦିଅନ୍ତୁ ।ଏମିତି ଭାବେ ଲେମ୍ବୁ ଚୋପା କୁ ବ୍ୟବହାର କଲେ ମୁହଁରେ ଥିବା କଳା ଦାଗ ଓ ଡେଡ ସେଲ ବାହାରିଯାଏ ଓ ଫେସର ଚମକ ବଡିଥାଏ ।
-ଅଳ୍ପ ନିମ୍ବ ପତ୍ର କୁ ଆପଣ ପାଣିରେ ଫୁଟାନ୍ତୁ ତାପରେ ସେହି ପାଣି କୁ ଛାଣି ସେଥିରେ ଗୋଟିଏ ଚାମୁଚ ଳେମ୍ବୁ ଚୋପା ପାଉଡର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।ଆଉ ଏହି ପେଷ୍ଟ କୁ ବ୍ରଣ ଲଗାନ୍ତୁ ଦେଖିବେ ଆପଣଙ୍କ ର ବ୍ରଣ ଭଲ ହେଇଯିବା ସହିତ ଦାଗ ବି ଦୁରେଇ ଯିବ ।
-ଲେମ୍ବୁ ଚୋପାରେ ଲୁଣ ଲଗାଇ ତାହାକୁ ଦାନ୍ତ ଘଷିବାରେ ବ୍ୟବହାର କରନ୍ତୁ ଏମିତି କଲେ ଦାନ୍ତର ହଳଦିଆ ରଙ୍ଗ ଦୂର ହେବ ।ଆଉ ଏହି ଲେମ୍ବୁ ଚୋପା କୁ ନଖରେ ଘଷିଲେ ବି ନଖ ସଫା ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।