Daily news update , Real odisha local news

ଦେଖନ୍ତୁ Shocking ଭିଡ଼ିଓ -ଆମେ ବାପା ମା’ଦୁନିଆ ଦେଖିପାରିଲୁନି, ଆପଣମାନେ ଚାହିଁଲେ ଝିଅ ଆଖିରେ ଦୁନିଆ ଦେଖିବୁ” ଏହି ବାପା ମା ଙ୍କ କଥା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…ସେୟାର କରି ସମସ୍ତଙ୍କୁ ଜାଣନ୍ତୁ

0 1,409

ବାପା ମା ଦୁଇ ଜଣ ଅନ୍ଧ, ଦୁନିଆଁ ଦେଖିବାର ଏବଂ ଏହାର ସୁନ୍ଦରତା କୁ ଉପଭୋଗ କରିବାର ଭାଗ୍ୟ ତାଙ୍କର ନାହିଁ। କିନ୍ତୁ ଯେତେବେଳେ ଦୁହିଁଙ୍କ ଜୀବନ ରେ ନୂଆ ପରି ସାଜି କୁନି ଝିଅ ଟି ଆସିଲା ସେତେବେଳେ କୁନି ପରି ଆଖିରେ ଦୁନିଆଁ ଦେଖିବାର ସ୍ୱପ୍ନ ଦେଖିଥିଲେ ଅନ୍ଧ ବାପା ମା। କିନ୍ତୁ ଭଗବାନ ଏହାକୁ ବି ସହି ପାରିଲେ ନାହିଁ ଆଉ ବର୍ତ୍ତମାନ କ୍ୟାନ୍ସର ରୋଗ ରେ ପଡି କୁନି ଝିଅ ଟି ମଧ୍ୟ ନିଜ ଆଖି ହରେଇ ବାକୁ ବସୁଛନ୍ତି।

ତେଣୁ ନିଜ ଝିଅ ର ଚିକିତ୍ସା କରିବା ପାଇଁ ବର୍ତ୍ତମାନ ରାଜ୍ୟ ବାସୀ ଓ ସରକାର ଙ୍କ ସାହାଯ୍ୟ ପ୍ରାର୍ଥନା କରୁଛନ୍ତି ବାପା ମା। ତେବେ ଏହି ଦୁଷ୍ଟି ହୀନ ବାପା ମା ଙ୍କ କଥା ଶୁଣିଲେ ଆପଣ କାନ୍ଦି ପକେଇବେ।

ତେବେ ଘଟଣା ଟି କିଛି ଏହିପରି ରହିଛି ଯେ , ଅଶୋକ ନାୟକ ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ଦୃଷ୍ଟି ହିନ ଅଟନ୍ତି ତାଙ୍କର ଝିଅ ର ଆଖି ଚିକିତ୍ସା ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି। ତେବେ ଅଶୋକ କହିଛନ୍ତି କି ଯେତେବେଳେ ସେ ୬ ବର୍ଷ ବୟସ ର ହୋଇଥିଲେ ସେତେବେଳେ ତାଙ୍କୁ ଚିକେନ୍ ପକ୍ସ୍ ରୋଗ ହୋଇଥିଲା। ଆଉ ଏହି ମାରାତ୍ମକ ରୋଗ ରେ ସବୁଦିନ ପାଇଁ ସେ ତାଙ୍କର ଆଖି କୁ ହରାଇ ବସିଲେ ଆଉ ପାଲଟି ଗଲେ ଜଣେ ଅନ୍ଧ ବ୍ୟକ୍ତି। ତେବେ ଯାହାଙ୍କୁ ବିବାହ କରିଛନ୍ତି ସେ ମଧ୍ୟ ଜଣେ ଦୃଷ୍ଟି ହୀନ ମହିଳା ଅଟନ୍ତି।

ତେବେ ତାଙ୍କ ସ୍ତ୍ରୀ ଯେତେବେଳେ ୭ ବର୍ଷ ବୟସ ର ହୋଇଥିଲେ ସେତେବେଳେ ସେ ଜଣ୍ଡିସ ରୋଗ ରେ ଆକ୍ରାନ୍ତ ହୋଇଥିଲେ।ଆଉ ଏହି ରୋଗ ରେ ସେ ମଧ୍ୟ ତାଙ୍କର ମୂଲ୍ୟବାନ ଆଖି ଦୁଇ ଟି କୁ ସବୁଦିନ ପାଇଁ ହରାଇ ବସିଲେ ଆଉ ପାଲଟି ଗଲେ ଜଣେ ଅନ୍ଧୁଣି। ମାତ୍ର ଉଭୟ ଙ୍କ ର ବିବାହ ପରେ ଯେତେବେଳେ ତାଙ୍କ କୋଳ ରେ କୁନି ଝିଅ ଟି ଆସିଥିଲା ସେତେବେଳେ ସେମାନେ ବହୁତ ଖୁସି ହୋଇଥିଲେ ଆଉ ତା ଆଖିରେ ଦୁନିଆଁ ଦେଖିବାର ସ୍ୱପ୍ନ ଦେଖିଥିଲେ। ମାତ୍ର ଭଗବାନ ତାହା ବି ସହି ପାରିଲେ ନାହିଁ ସେ ୬ ମାସ ବୟସ ରେ କୁନି ପିଲାଟି ତଳେ ପଡିଯାଇ ସିମେଣ୍ଟ ଖୁଣ୍ଟ ରେ ବାଡେଇ ହୋଇଗଲା।

ଆଉ ପରେ ତାର ଗୋଟିଏ ଆଖି କୁ ଠିକ ଭାବରେ ଦେଖାଯାଉ ନାହିଁ। ତେବେ ଡାକ୍ତର ଙ୍କ ପାଖରେ ଚିକିତ୍ସା କରିବା ପରେ ଡାକ୍ତର କହୁଛନ୍ତି କି କୁନି ଝିଅ କୁ କ୍ୟାନ୍ସର ହୋଇ ଯାଇଛି ଯାହା ଫଳରେ ତାର ଆଖି ନଷ୍ଟ ହୋଇଯାଇଛି। ଆଉ ଯଦି ଶୀଘ୍ର ଅପରେସନ ନକରା ଯାଏ ତେବେ ସେ ମଧ୍ୟ ଆଖି ହଜେଇ ବସିବେ। ତେବେ କିନ୍ତୁ ଅପରେସନ ପାଇଁ ଦରକାର ୧୦-୧୫ ଲକ୍ଷ ଟଙ୍କା ଯାହାକି ଏହି ଅନ୍ଧ ବାପା ମା ଙ୍କ ପାଇଁ ବହୁତ କଷ୍ଟକର ଅଟେ। ତେଣୁ ନିଜ ଝିଅ ର ଆଖି ଚିକିତ୍ସା ପାଇଁ ସେମାନେ ରାଜ୍ୟବାସୀ ଓ ସରକାର ଙ୍କୁ ସାହାଯ୍ୟ ପ୍ରାର୍ଥନା କରିଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ତାଙ୍କୁ ସାହାଯ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.