Daily news update , Real odisha local news

ଫ୍ରିଜରେ ଏହି ୧୦ ଟି ଖାଦ୍ୟ ରଖି ଖାଇଲେ ହୋଇପାରେ କ୍ୟାନସର ଭଳି ସାଙ୍ଘାତିକ ରୋଗ – HEALTH TIPS

0 769

ଆମ ଶରୀର ସୁସ୍ଥ ରହିବା ପାଇଁ ସୁଷମ ଖାଦ୍ୟ ଅତ୍ୟନ୍ତ ଜରୁରୀ ଅଟେ, ତେବେ ବର୍ତ୍ତମାନ ସମୟରେ ଆମେ ଅନେକ ପ୍ରୋସେସ ଖାଦ୍ୟ ଖାଉଥିବା ସହିତ ଅନେକ ଖାଦ୍ୟ ଫ୍ରିଜରେ ଷ୍ଟୋର ରଖି ଖାଇଥାଉ ।ତେବେ ଆମକୁ ସହଜ ଓ ଖାଦ୍ୟ ବହୁତ ଦିନ ରଖିବା ପାଇଁ ଆମେ ଫ୍ରିଜ ରେ ଖାଦ୍ୟ ରଖିଥାଉ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମର ଏହି ଫ୍ରିଜ ଖାଦ୍ୟ ଆମ ଶରୀର ପାଇଁ କୋଉ ବିଷ ଠାରୁ କମ ନୁହେଁ ।ତେବେ ସୂଚନା ଅନୁଯାୟୀ ଆମେ ଫ୍ରିଜରେ ରଖୁଥିବା ଖାଉଥିବା 10 ଖାଦ୍ୟ ଜାହାକୁ ଆମେ ଖାଇଲେ କ୍ୟାନ୍ସର ର ଶିକାର ହେବାକୁ ପଡିଥାଏ ।

ତେବେ ଗବେଷଣା ଅନୁସାରେ ଏହି 10 ଖାଦ୍ୟ ଯାହା ଫ୍ରିଜରେ ଅଧିକ ଦିନ ଧରି ରହିବା ଯୋଗୁଁ ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହେଇ ଯାଇଥାଏ ।ଆଉ ସେହି ଖାଦ୍ୟ ଖାଇଲେ ଆପଣଙ୍କ ଶରୀର ଭଲ ରହିବା ଜାଗାରେ ଖରାପ ହେଇଥାଏ ।ତେବେ ସେହି 10 ଟି ଖାଦ୍ୟ କଣ କଣ ଆସନ୍ତୁ ଜାଣିବା ।

1.ସେଓ:-

ତେବେ ସେଓ ଯାହାକୁ ଛୋଟ ପିଲା ଠାରୁ ବୁଡ଼ା ଯାଏ ସମସ୍ତେ ଖାଇଥାନ୍ତି ଆଉ ଏହା ସ୍ୱାସ୍ଥ୍ୟ ପାଇଁ ବି ଖୁବ ଭଲ ଅଟେ ।ତେବେ ଯେତେବେଳେ ଏହି ସେଓ ଅଧିକ ଦିନ ଫ୍ରିଜରେ ରହୁଛି ସେତେବେଳେ ଏହା ଭିତରେ ଖରାପ ହେଇଯାଏ ଯାହା ଆମ ନଜରରେ ଆସି ନଥାଏ ଆଉ ଏହି ସେଓ ଖାଇଲେ ଆମ ଶରୀର ଅସୁସ୍ଥ ହେଇଯାଏ ।

2.ବ୍ରେଡ଼:-

ବ୍ରେଡ଼ ଯାହା ପ୍ରାୟ ଲୋକମାନେ ନିଜ ଜଳଖିଆ ରେ ବ୍ୟବହାର କରିଥାନ୍ତି ହେଲେ ଅଧିକ ଦିନ ଫ୍ରିଜରେ ବ୍ରେଡ଼ ରହିଲେ ଏହା ଶୁଖିଯାଏ ଓ ଏଥିରେ ଥିବା ପ୍ରୋଟିନ ନଷ୍ଟ ହେଇଯାଏ ତେଣୁ ଏହି ବ୍ରେଡ଼ ଖାଇବା ଅନୁଚିତ ।

3.ମହୁ:-

ମହୁ ଅଧିକ ଦିନ ଠିକ ରହିବା ପାଇଁ ଫ୍ରିଜରେ ରଖାଯାଏ କିନ୍ତୁ ଫ୍ରିଜରେ ରହିଲେ ମହୁ ଖରାପ ହେଇଯାଏ ଯାହା ଖାଇବା ଉଚିତ ନୁହେଁ ।

4.ଆଳୁ:-

ଆଳୁ ଫ୍ରିଜରେ ରହିଲେ ଏଥିରେ ଥିବା ଭିଟାମିନ ଟି ନଷ୍ଟ ହେଇଯାଏ ତେଣୁ ଫ୍ରିଜରେ ରଖି ଆଳୁ ଖାଇବେ ନାହିଁ ।

5.ପିଆଜ:-

ପିଆଜ ଆମେ ନୀତିଦିନ ଖାଦ୍ୟରେ ଖାଇଥାଉ କିନ୍ତୁ ଫ୍ରିଜରେ ଥିବା ପିଆଜ ଖାଇଲେ ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ ।

6.କଦଳୀ:-

ଫ୍ରିଜରେ କଦଳୀ ରଖି ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ତେଣୁ ଫ୍ରିଜରେ ଥିବା କଦଳୀ କେବେ ଖାଆନ୍ତୁ ନାହିଁ ।

7.ରସୁଣ, ଆଚାର ଓ ଯେତେ ସବୁ ମଞ୍ଜି ଜାତୀୟ ଖାଦ୍ୟ ଏସବୁ ବି ଆପଣ ଫ୍ରିଜରେ ରଖି ଖାଆନ୍ତୁ ନାହିଁ ।ଫ୍ରିଜରେ ଥିବା ଏହି ସବୁ ଖାଦ୍ୟ ଖାଇଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.