Daily news update , Real odisha local news

ପୋଲିସ ବାବୁଙ୍କୁ ମାଡ଼ ମାରୁଛନ୍ତି ପତ୍ନୀ “ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

0 137

ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ। ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ରହିଛି ଯେ ଜଣେ ପୋଲିସ ଅଫିସର ନିଜ ପତ୍ନୀ ଙ୍କୁ ଦ୍ୱାରା ନିର୍ଯାତିତ ହେଉଥିବା ର ଥାନା ରେ ନିଜ ସ୍ତ୍ରୀ ନାମ ରେ ଅଭିଯୋଗ କରିଛନ୍ତି।ଖାଲି ଏତିକି ନୁହେଁ ବରଂ ସେ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ଯେଉଁ ଥିରେ ତାଙ୍କ ପତ୍ନୀ ତାଙ୍କୁ ମାରୁଥିବା ତଥା ମାରିକି ଖଣ୍ଡିଆ ଖାବେର କରିଥିବା ର ଦେଖିବାକୁ ମିଳିଛି।

ତେବେ ଘଟଣା ଟି ହେଉଛି ଝାଡ଼ସୁଗୁଡା ର ଯେଉଁ ଠାରେ ଜଣେ ପୋଲିସ ବାବୁ ଥାନା ରେ ଅଭିଯୋଗ ଆଣିଛନ୍ତି କି ତାଙ୍କ ପତ୍ନୀ ତାଙ୍କୁ ଓ ପୁଅ କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ପୋଲିସ ବାବୁ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ସେଥି ରେ ମଧ୍ୟ ଦେଖା ଯାଇଛି କିପରି ଯୁବତୀ ଜଣଙ୍କ ନିଜ ଛୋଟ ଛୁଆ ସହ ଜବରଦସ୍ତ କରୁଛନ୍ତି ମାତ୍ର କୁନି ପିଲା ଟି ନମାନିବା ରୁ ସେ ନିଜ ସ୍ୱାମୀ ଙ୍କୁ ମାଡ଼ ମାରିଛନ୍ତି ଆଉ ନିଜ ନଖ ରେ ତାଙ୍କୁ ଖଣ୍ଡିଆ ଖାବେରା ମଧ୍ୟ କରିଛନ୍ତି। ଏହା ସହ ସେ ଅଭିଯୋଗ ମଧ୍ୟ କହିଛନ୍ତି କି ତାଙ୍କ ପତ୍ନୀ ତାଙ୍କୁ ଦୁଷ୍କର୍ମ ର ଧମକ ଦେଇ ବିବାହ କରିଥିଲେ ଆଉ ବିବାହ ପରେ ବାପ ପୁଅ କୁ ଭଲରେ ରଖିବାକୁ ଦେଉ ନାହାନ୍ତି।

କିନ୍ତୁ ପୋଲିସ ବାବୁ ଙ୍କ ପତ୍ନୀ ବର୍ଷା ଥାନା ରେ ଓଲଟା ଅଭିଯୋଗ କରିଛନ୍ତି କି ତାଙ୍କର ସ୍ୱାମୀ ଓ ପରିବାର ଲୋକେ ବାହାଘର ଦିନ ଠାରୁ ତାଙ୍କୁ ବହୁତ ନିର୍ଯ୍ୟାତନା ଦିଅନ୍ତି ଆଉ ତାଙ୍କ ପୁଅ କୁ ଏବଂ ତାଙ୍କୁ ଘରେ ରଖିବା ପାଇଁ ଚାହାନ୍ତି ନାହିଁ। ତେଣୁ ସେ ନିଜ ପୁଅ କୁ ଧରି ଏକ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ତେବେ ଘଟଣା ଟିରେ କିଏ ସତ କହୁଛି କିଏ ମିଛ ତାହା ଜଣାପଡ଼ି ନାହିଁ , ତେବେ ସମୟ ଅନୁସାରେ ସତ୍ୟ କଣ ତାହା ନିଶ୍ଚିତ ସାମ୍ନା କୁ ଆସିବ ବୋଲି ଆଶା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.