Daily news update , Real odisha local news

Hair Tips – ଚୁଟିରେ ଥରେ ମାତ୍ର ଲଗେଇ ଦିଅନ୍ତୁ ଏହି ତେଲ , ଚୁଟି ଝଡିବା ପୂରା ବନ୍ଦ ହୋଇଯିବ ଚୁଟି ଏତେ ଲମ୍ୱା ହେବ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

0 10,446

ନାରୀ ହୁଅନ୍ତୁ ବା ପୁରୁଷ କେଶ ଝଡ଼ିବା ବର୍ତ୍ତମାନ ସମସ୍ତ ଙ୍କ ପାଇଁ ଏକ ବହୁତ ବଡ଼ ମୁଣ୍ଡବ୍ୟଥା ପାଲଟିଛି ।ତେବେ କେଶ ମଣିଷର ସୁନ୍ଦରତା କୁ ସବୁବେଳେ ବଡାଇଥାଏ କିନ୍ତୁ ଏବେ ଚୁଟି ଝଡ଼ିବା ଠାରୁ ଆରମ୍ଭ କରି ଛୁଟି ମୂଳ ଦୁର୍ବଳ ହେବା,ଚୁଟି ର ଅଗ ଫାଟି ଯିବା ଆଦି ସମସ୍ୟା ଦେଖା ଯାଉଛି ।ଆଉ ବହୁତ ସମୟରେ ପତଳା ଓ ଖରାପ ଚୁଟି ଯୋଗୁଁ ଆପଣ ଙ୍କୁ ଚୁଟି ଖୋଲିବାକୁ ବି ଖରାପ ଲାଗିଥାଏ ।ତେବେ ଏହି ସବୁ ସମସ୍ୟା ଗୁଡିକରୁ କେମିତି ଚୁଟି ମଜବୁତ କରିବେ ସେଥିପାଇଁ ସମସ୍ତେ ବହୁତ କିଛି ଉପାୟ ଓ ରାସାୟନିକ ପଦାର୍ଥର ବ୍ୟବହାର ଚୁଟିରେ ବ୍ୟବହାର କରୁଛନ୍ତି ।

ହେଲେ ବହୁତ ସମୟରେ ନାନା ପ୍ରକାର ପଦାର୍ଥ ଚୁଟିରେ ବ୍ୟବହାର କରିବା ଯୋଗୁଁ ଚୁଟି ଆହୁରି ଖରାପ ହେଇଯାଏ ।କିନ୍ତୁ ବନ୍ଧୁମାନେ ଆମେ ଆପଣଙ୍କ ପାଇଁ ଏକ ଏମିତି ଘରୋଇ ତେଲ ବିଷୟରେ ବତାଇବୁ ଯାହା ବ୍ୟବହାର କଲେ ଚୁଟିର ମୂଳ ବହୁତ ମଜବୁତ ହେବା ସହିତ ଚୁଟି ମଜବୁତ ଓ ଘନ ହେଇଥାଏ ।ତେବେ ଏବେ ଆସନ୍ତୁ ଜାଣିବା ସେହି ତେଲ ର ପ୍ରସ୍ତୁତି ବିଷୟରେ ।

ତେଲ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ:-

-ମେଥି
-ମନ୍ଦାର ଫୁଲ
-ଭୁର୍ଷୁଙ୍ଗା ପତ୍ର
-ପିଆଜ
-ହେଲିନ ସୀଡ୍ସ
-100 ml ନଡ଼ିଆ ତେଲ
-100ml ଆଲମଣ୍ଡ ତେଲ
-100ml ଅଲିଭ ତେଲ

ତେଲ ପ୍ରସ୍ତୁତି ପ୍ରକ୍ରିୟା:-

-ଏହି ଘରୋଇ ତେଲ ତିଆରି କରିବା ପାଇଁ ଆପଣଂକୁ କୁହାଯାଇ ଥିବା ସାମଗ୍ରୀ ଗୁଡିକୁ କଲେକ୍ଟ କରନ୍ତୁ ।ଏବେ ଗୋଟିଏ ସସପେନ ରେ 3ଟି ତେଲ କୁ ସେଥିରେ ଢାଳି ଦିଅନ୍ତୁ ତାପରେ ମେଥି,ମୁଠାଏ ଭୁର୍ଷୁଙ୍ଗା ପତ୍ର,2 ରୁ 3ଟି ମନ୍ଦାର ଫୁଲ,ଅଳ୍ପ ହେଲିନ ସୀଡ୍ସ ଓ ଗୋଟିଏ ପିଆଜ କୁ କାଟି ସେସବୁ କୁ ସେହି ତେଲ ଥିବା ସସପେନ ରେ ପକାନ୍ତୁ ।ଏବେ ସେହି ସସପେନ କୁ ଗ୍ୟାସ ଉପରେ ବିସାଇ ଫୁଟାନ୍ତୁ ଆଉ କିଛି ସମୟ ଫୁଟିଲା ପରେ ତେଲ କୁ ଥଣ୍ଡା କରିବା ରଖିଦିଅନ୍ତୁ ।ତାପରେ ତେଲ କୁ ଥଣ୍ଡା କରି ଏକ କାଚ ବୋତଲ ରେ ରଖିଦିଅନ୍ତୁ ।

ତେଲ ର ବ୍ୟବହାର:-

 

-ଆପଣ ଏହି ତେଲ କୁ ନେଇ ସପ୍ତାହ ରେ ଥରେ ମୁଣ୍ଡରେ ଲଗାଇ ତାପରେ ଚୁଟି ଧୋଇ ଦିଅନ୍ତୁ ।ତେବେ ତେଲକୁ ଲଗାଇବା ବେଳେ ଭଲ ଭାବରେ ଚୁଟି ଭଲ ଭାବରେ ମସାଜ କରିବେ ।ତେବେ ତେଲ କୁ ଏମିତି ଏକ ମାସ ଯାଏ ବ୍ୟବହାର କରି ଚାଲନ୍ତୁ 2 ରୁ 3 ମାସ ପରେ ଦେଖିବେ ଚୁଟି ମୂଳ କେତେ ମଜବୁତ ହେଇ ଯାଇଥିବ ଆଉ ଚୁଟି ଉପୁଡିବା ବି କମି ଯାଇଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.