ଆଜିକାଲି ଆମ ସମସ୍ତଙ୍କ ଜୀବନ ଖୁବ ଜଟିଳ ହେଇଗଲାଣି, ବସି ବସି ଆମକୁ ଅନେମ ରୋଗ ବ୍ୟାଧି ର ଯନ୍ତ୍ରଣା ଭୋଗିବାକୁ ପଡୁଛି ।ତେବେ ଏଥିପାଇଁ ଆମେ ନିଜେ ହିଁ ଦାୟୀ ଆମର ଖାଦ୍ୟପେୟ ଓ ଜୀବନଶୈଳି ଏମିତି କି ରୋଗ ନଥିଲେ ବି ସୃଷ୍ଟି ହେଇ ଯାଉଛି ।ଆମ ଖାଦ୍ୟରେ ତେଲ ମସଲା ଜଙ୍ଗ ଫୁଡ଼ ଆଦି ଡକୀ ରହିବା ସହିତ ଠିକ ସମୟରେ ଠିକ ଖାଦ୍ୟର ଅଭାବ ହେତୁ ବହୁତ ସମୟରେ ପେଟ ଜନିତ ରୋଗ ଉପୁଜୁଛି ।
ଯେମିତି ଗ୍ୟାସ,ଏସିଡ଼ିଟି ପରି ଅସୁବିଧା, ଆଉ ଆଜିକାଲି ଏହି ସମସ୍ୟା ଘରେ ଘରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳୁଛି ।କିନ୍ତୁ ଏସବୁର ଚିକିତ୍ସା କେମିତି କରିବେ ତାହା ଚିନ୍ତାର ବିଷୟ,ତେବେ ଆପଣଙ୍କ ଚିନ୍ତା ଦୂର କରିବା ପାଇଁ ଆମେ ଆଜି କିଛି ଘରୋଇ ଉପାୟ ନେଇ ଆସିଛୁ ।ଯାହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ର ପେଟ ଜନିତ ସମସ୍ତ ଅସୁବିଧା ପୁରା ଦୂର ହେଇଯିବ ।
ପ୍ରଥମ ରିମେଡି ଉପାୟ:-
-ଏହି ରିମେଡି ପାଇଁ ଆପଣ ପ୍ରଥମେ 2 ଚାମୁଚ ଜିରା, 2 ଚାମୁଚ ଜୁଆଣି ଓ ଗୋଟିଏ ଚାମୁଚ ଧନିଆ କୁ ହାଲୁକା ଭାଜିନେବେ ।ତାପରେ ଏସବୁ ଥଣ୍ଡା ହେଲା ଏସବୁକୁ ଗୁଣ୍ଡ କରିନେବେ, ଏବେ ସେହି ଗୁଣ୍ଡରେ ଅଧା ଚାମୁଚ ବିଟ ଲୁଣ,ଅଧା ଚାମୁଚ ହଳଦୀ ଗୁଣ୍ଡ, ଗୋଟିଏ ଚାମୁଚ ସୁଣ୍ଠି ପାଉଡର, ଗୋଟିଏ ଚାମଚ ପୋଦିନା ପାଉଡର ମିଶାଇ ନେବେ ।
-ଏହି ଗୁଣ୍ଡ ରୁ ଗୋଟିଏ ଚାମୁଚ ଗୋଟିଏ ଗ୍ଲାସ ଗରମ ପାଣିରେ ମିଶାଇ 10 ମିନିଟ ରଖି ନେବେ ।ତାପରେ ଏହି ପାଣିକୁ ଆପଣ ରାତିରେ ଶୋଇବା ଆଗରୁ ପିଇ ଦେବେ,ଆଉ ସକାଳେ ଦେଖିବେ ଆପଣଙ୍କ ପେଟ ପୁରା ସଫା ହେଇଯିବ ।
ଦ୍ଵିତୀୟ ରିମେଡି ଉପାୟ:-
-ଏହି ଉପାୟରେ ଆପଣ ଗୋଟିଏ ଗ୍ଲାସ ଗରମ ପାଣିରେ ଗୋଟିଏ ଚାମୁଚ ତ୍ରିଫଳା ଗୁଣ୍ଡ ମିଶାଇ ନେବେ ।ଆଉ ସେହି ପାଣିକୁ ରାତିରେ ଶୋଇବା ଆଗରୁ ପିଇ ଦେବେ ।ତେବେ ଆପଣ ଏହି ଦୁଇଟି ଉପାୟ କୁ ଦିନେ ଛାଡ଼ି ଦିନେ କରିପାରିବେ ।
ତୃତୀୟ ରିମେଡି ଉପାୟ:-
-ଏହି ଉପାୟ ପାଇଁ ଆପଣ ପ୍ରଥମେ ଗୋଟିଏ ଗ୍ଲାସ ଉଷୁମ ପାଣି ନିଅନ୍ତୁ ସେଥିରେ ଫାଳେ ଲେମ୍ବୁ ରସ ଓ ଅଳ୍ପ ବିଟ ଲୁଣ ମିଶାଇ ନିଅନ୍ତୁ ।ତାପରେ ସେଥିରେ ଗୋଟିଏ ଚାମୁଚ ଜଡ଼ା ତେଲ ପକାଇ ଭଲ ଭାବରେ ଗୋଳାଇ ନେବେ ।
-ତେବେ ସକାଳେ ଖାଲି ପେଟରେ ପ୍ରଥମେ ଗୋଟିଏ ପାଣି ପିଇ ନିଅନ୍ତୁ ତାପରେ ଏହି ରିମେଡି କୁ ନେଇ ପାରିବେ ।ଆଉ ଦେଖିବେ ମାତ୍ର 15 ମିନିଟ ପରେ ଆପଣଙ୍କ ପେଟ ପୁରା ସଫା ହେଇଯିବ ।ତେବେ ଏହାଜ ରିମେଡି ଗୁଡିକରୁ ଆପଣ କୋଉଟା ବି ବ୍ୟବହାର କରି ପେଟ ରୋଗରୁ ମୁକ୍ତି ପାଇପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।