Daily news update , Real odisha local news

ଭାଇରାଲ ହେଲା ବବି ମିଶ୍ର-ପିଣ୍ଟୁ ନନ୍ଦଙ୍କ Audio Calls, କଥାବାର୍ତ୍ତା ର Call ରେକର୍ଡ଼ ଭାଇରାଲ ହେବାରେ ଲାଗିଛି…

0 204

ମୃତ୍ୟୁ ମଣିଷ ଜୀବନ ର ଏହିପରି ଏକ ନିରାଟ ସତ୍ୟ ଯାହାକୁ ଆମେ କେବେବି ଆମାନ୍ୟ କରି ପାରିବୁ ନାହିଁ ଏବଂ ଏହି ମୃତ୍ୟୁ କେତେ ବେଳେ କେଉଁ ରୂପରେ କାହା ଆଗରେ ଆସି ଛିଡା ହୋଇଯିବେ ତାହା କହି ହେବ ନାହିଁ। ତେବେ ଠିକ ଏହିପରି ସମୟ ଖେଳ ରେ ଆମ ସମସ୍ତ ଙ୍କ ଠାରୁ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଆମ ଠାରୁ ଅଫେରା ରାଇଜ କୁ ନେଇଗଲେ।

ତେବେ ବର୍ତ୍ତମାନ ତାଙ୍କର ମୃତ୍ୟୁ ପୂର୍ବରୁ ଶେଷ ଭଏସ ର ଅଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ସେ ନିଜ ସ୍ୱାସ୍ଥ୍ୟ କୁ ନେଇ ଅଭିନେତା ବବି ଙ୍କ ସହ କଥା ହୋଇଥିଲେ। ତେବେ ଆସନ୍ତୁ ଜାଣିବା ଶେଷ ଥର କଣ କଥା ହୋଇଥିଲେ ପିଣ୍ଟୁ ନନ୍ଦ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଆଜି କୁ ୧୨ ଦିନ ତଳେ ଓଲିଉଡ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ। ତେବେ ପ୍ରଥମେ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ କୁ ଚିକିତ୍ସା ପାଇଁ ନେଇଥିଲେ ଆଉ ପରେ ହାଇଦ୍ରାବାଦ।

କିନ୍ତୁ ଭଗବାନ ଙ୍କ ଇଚ୍ଛା ଆଗରେ ସବୁକିଛି ତୁଚ୍ଛ ହୋଇଥାଏ, ଠିକ ସେହିପରି ସମସ୍ତ ଙ୍କ ର ଏତେ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଠିକ ସମୟ ରେ ପିଣ୍ଟୁ ଙ୍କ ର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିଲା ନାହିଁ। ଆଉ ସେ ଏହିପରି ଏକ ଅଫେରା ଦୁନିଆଁ କୁ ଚାଲିଗଲେ।ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଅଡିଓ ରେ ପିଣ୍ଟୁ ନନ୍ଦ ବବି ମିଶ୍ର ଙ୍କ ସହ ନିଜ ସ୍ୱାସ୍ଥ୍ୟ କୁ ନେଇ କଥା ହୋଇଥିଲେ। ତେବେ ବବି ମିଶ୍ର ,ଲିଭର ରୋଗର ସ୍ପେସିଆଲିଷ୍ଟ ଙ୍କ ସହ କଥା ହୋଇ ପିଣ୍ଟୁ ଙ୍କୁ ଜଣେଇ ଥିଲେ।

ଆଉ କହିଥିଲେ କି ସବୁ ରିପୋର୍ଟ ଦେଖିବା ପରେ ମାତ୍ର ୨୦ ଲକ୍ଷ ଟଙ୍କା ରେ ତାଙ୍କର ଚିକିତ୍ସା ହୋଇଯିବ ଆଉ ଲିଭର ଟ୍ରାନ୍ସପ୍ଲାଣ୍ଟ ଟି ବହୁତ ସିରିୟସ ମାମଲା ରେ ହୋଇଥାଏ ନଚେତ ଔଷଧ ରେ ହୋଇଯିବ ବୋଲି। ମାତ୍ର ପିଣ୍ଟୁ ତାଙ୍କୁ କହିଥିଲେ କି ତାଙ୍କର ସିରିୟସ ଅବସ୍ଥା ଅଟେ କାରଣ ତାଙ୍କୁ ରକ୍ତ ବାନ୍ତି ହେବା ସହ କଳା ଝାଡା ମଧ୍ୟ ହେଉଛି ବୋଲି। ମାତ୍ର ପରେ ସେମାନେ ତାଙ୍କର ଭଲ ଚିକିତ୍ସା କେମିତି ହେବ ସେ ନେଇ କଥା ହେଉଥିଲେ। ମାତ୍ର ତାଙ୍କର ଏହି କଥା ସବୁଦିନ ପାଇଁ ଶେଷ କଥା ହୋଇ ରହିଗଲା,ଆଉ ସମସ୍ତ ଙ୍କୁ ଛାଡି ସେ ଆରପାରି କୁ ଚାଲିଗଲେ। ତେବେ ତାଙ୍କ ର ଏହି ଶେଷ ଭଏସ ଅଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.