ବନ୍ଧୁମାନେ ଆମ ନୀତିଦିନ ଜୀବନ ଭିତରେ ଆମେ ଅନେକ ଭୁଲ ଭଟକା କରିଥାଉ ଆଉ ସେସବୁ କୁ ଅଣଦେଖା କରିଦେଉ।ଏହା ବ୍ୟତୀତ କୋଉ କାମ ସମୟରେ ଅନ୍ୟ କିଛି ଘଟଣା ଘଟିଲେ ତାହା କଣ ସୂଚନା ଦେଇଥାଏ ସେ ବିଷୟରେ ଆମେ ଜାଣି ନଥାଉ ।ତେବେ ଏମିତି ଏନେକ କିଛି କଥା ରହିଛି ଯାହାକୁ ଆମ ନୀତିଦିନ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ ।
ତେଣୁ ଆମେ ସମସ୍ତେ ଏହି କଥା ଗୁଡିକ ଅତି ଅନେକ ଧ୍ୟାନ ଦେବା ଉଚିତ ଓ ନିଜ କାମ ଗୁଡିକରେ ସୁଧାର ଆଣିବା ଦରକାର ।ତେବେ ଆଜିର ଏହି କଥା ଗୁଡିକ ଧ୍ୟାନ ଦେଇ ନିଶ୍ଚୟ ପାଳନ କରନ୍ତୁ ।
-ଘରେ ଠାକୁର ପୂଜା କରୁଥିବ ବେଳେ ଘରକୁ ବନ୍ଧୁବାନ୍ଧବ ଆସିଲେ ତାହା ଶୁଭ ସୂଚନା ଦେଇଥାଏ ।
-ଯଦି ପାଇଥିବା ଜ୍ଞାନ ରୁ ଆପଣ ବ୍ୟବହାର କରି ଅର୍ଥ ଉପାର୍ଜନ କରୁଛନ୍ତି ତେବେ ଆପଣଙ୍କ ଉପରେ ଭଗବାନ ଙ୍କ କୃପା ରହିଥାଏ ।
-ଠାକୁର ପୂଜା କରୁଥିବା ବେଳେ ଘର ଦ୍ୱାର ମୁହଁରେ କେହି ଗାଈ ଆସି ଛିଡା ହେଲେ ଅତ୍ୟନ୍ତ ମଙ୍ଗଳକାରୀ ହେଇଥାଏ ।ଏହା ବ୍ୟତୀତ ଠାକୁର ପୂଜା ବେଳେ ସାଧୁ ଆସି ଭିକ୍ଷା ମାଗିଲେ ଆଉ ତାଙ୍କୁ ଦାନ କଲେ ମନସ୍କାମନା ପୂରଣ ହେଇଥାଏ ।
-ଠାକୁରଙ୍କ ଦିଆ ଯାଇଥିବା ଧୂପ ର ଧୁଆରେ ଓଁ ବା ସ୍ବସ୍ତିକ ଆକାର ହେଇଥାଏ ତେବେ ଜାଣନ୍ତୁ ଠାକୁରଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।
-କୌଣସି ଦୀନ କେହି ପଶୁପକ୍ଷୀ ଆପଣଙ୍କ ଘର ଉପରୁ ଫଳ ଖାଇ ପକାଇଥାନ୍ତି ତେବେ ତାହା ଖୁବ ଶୁଭ ସଙ୍କେତ ଦେଇଥାଏ ।
-ଅଚାନକ କଇଁଛ ଧନ ପ୍ରାପ୍ତି ହେଇଗଲେ ଜାଣନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ଯଦି କେହି ଦିନ କିଛି ଅଯଥା ଖର୍ଚ୍ଚରୁ ଆପଣ ବଞ୍ଚି ଯାଉଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ର ଭଲ ସମୟ ଆରମ୍ଭ ହେବାକୁ ଯାଉଛି ।
-ବାହାରକୁ ଯିବା ସମୟରେ ବାଛୁରୀ କ୍ଷୀର ପିଉଥିବାର ଦେଖିଲେ ଶୁଭ ହେଇଥାଏ ଓ ଯିବା ରାସ୍ତାର ବିପରୀତ ଦିଗରୁ ବାଳକ ବାଳିକା ର ହସ ହସ ମୁହଁ ଦେଖିକେ କାର୍ଯ୍ୟରେ ସିଦ୍ଧି ମିଲିଥାଏ ।
-ଯଦି ସିଧା ଠିଆ ହେଲା ପରେ ଆଣ୍ଠୁ ଦେଖିପାରୁ ନାହାନ୍ତି ତେବେ ଜାଣନ୍ତୁ ଆପଣଙ୍କ ଶରୀର ସ୍ଥିତି ଠିକ ନାହିଁ ।
-ଘରକୁ ଚୁଚୁନ୍ଦ୍ରା ଆସିଲେ ଧନ ବୃଦ୍ଧିର ସଙ୍କେତ ଦେଇଥାଏ ।ଏହାଛଡା ଘରୁ ବାହାରକୁ ଯିବା ବେଳେ ମୂଷା ଦେଖନ୍ତି ତେବେ ଏହା ଅଶୁଭ ଅଟେ ଓ କାର୍ଯ୍ୟରେ ସଫଳତା ମିଳି ନଥାଏ ।ଆଉ ଘରେ ରାତିରେ ମୂଷା ବୁଲିଲେ ବି ଖୁବ ଖରାପ ଅଟେ ।
-ଘରର ଦ୍ୱାର ମୁହଁରେ ଚପଲ ଓଲଟେଇ ପଡିଲେ ଏହା ଖୁବ ଅଶୁଭ ଅଟେ ଓ କଳି ଝଗଡା ହେବାର ସଙ୍କେତ ଦେଇଥାଏ ତେଣୁ ଏହାକୁ ତୁରନ୍ତ ସଜାଡି ଦେବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।