ବର୍ତ୍ତମାନ ଆଧୁନିକ ଯୁଗରେ ମଣିଷ ସବୁକିଛି ହାତ ପହଞ୍ଚରେ ପାଇ ପାରୁଛି ।ତେବେ ଘରେ ରହି ପ୍ରେଗନେସି ଟେଷ୍ଟ କେମିତି କରିବେ ତାହା କଣ ଆମେ ଘରେ ଚେକ କରିପାରିବୁ !ତେବେ ହଁ ବନ୍ଧୁମାନେ ବହୁତ ସମୟରେ ମହିଳା ମାନେ ପ୍ରେଗନେଣ୍ଟ ହେଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ହସ୍ପିଟାଲ ଯାଇଥାନ୍ତି,
ଆଉ ସେଠାରୁ ଭଲ ଖବର ନମିଳିଲେ ଦୁଃଖୀ ବି ହେଇ ଯାଆନ୍ତି ।ତେବେ ବର୍ତ୍ତମାନ ସମୟରେ ଆପଣଙ୍କୁ ପ୍ରେଗନେସି ଟେଷ୍ଟ କରିବା ପାଇଁ କୋଉ ହସ୍ପିଟାଲ ବା ନର୍ସିଂହୋମ କୁ ଯିବାକୁ ପଡ଼ିବ ନାହିଁ ଖୁବ କମ ଅର୍ଥରେ ନିଜ ଘରେ ନିଜେ ନିଜର ପ୍ରେଗନେସି ଟେଷ୍ଟ କରି ପାରିବେ ।
ତେବେ ଆପଣ ଜାଣିଛନ୍ତି ବର୍ତ୍ତମାନ ମାର୍କେଟ କୁ ଏକ ଏମିତି କୀଟ ଆସିଛି ଯାହା ଦ୍ୱାରା ଏହି ପ୍ରେଗନେସି ଟେଷ୍ଟ କରି ହେଉଛି ।ତେବେ ସେହି କିଟ କୁ କେମିତି ବ୍ୟବହାର କରିବେ ଆଉ ସତରେ କଣ ରେ ଦେଖା ଯାଉଥିବା ରେଜଲ୍ଟ ଠିକ ସେ ବିଷୟରେ କେମିତି ଜାଣିବେ ।ସେଥିପାଇଁ ଆପଣ ଆଗକୁ ଦେଖନ୍ତୁ ତାପରେ ଆପଣଙ୍କୁ ଏହି ପ୍ରେଗନେସି କୀଟ ଆଣି ନିଯେ ନିଜର ପ୍ରେଗନେସି ଟେଷ୍ଟ କରିପାରିବେ ।
କେମିତି ବ୍ୟବହାର କରିବେ ପ୍ରେଗନେସି କୀଟ:-
-ତେବେ ପ୍ରଥମେ ଆପଣ ମାର୍କେଟ ର କୋଉ ବି ମେଡିସିନ ଷ୍ଟୋର ରୁ ଏକ ପ୍ରେଗନେସି କିଟ ନେଇ ଆସନ୍ତୁ ।ଆଉ ତାପରେ ଏହାର ଜରି କୁ ବାହାର କରି ଦିଅନ୍ତୁ ।ଦେଖିବେ ତା ଭିତରେ ଦୁଇଟି ଜିନିଷ ଥିବ ଗୋଟିଏ ଧଳା ରଙ୍ଗର କିଟ ଥିବ ଯେଉଁଥିରେ ଆପଣ ପ୍ରେଗନେସି ଟେଷ୍ଟ କରିବେ ।ତେବେ ସେହି କିଟ ଉପରେ ଦେଖିବେ C ଆଉ T ଲେଖା ଯାଇଥିବ C-Control ଆଉ T-Test ।ଆଉ ଗୋଟିଏ ପାଖକୁ ଛୋଟ ଗୋଲ ଟିଏ ଥିବ ଯେଉଁଠି ୟୁରିନ ପକେଇବାକୁ ପଡିବ ଆଉ ମଝିରେ ଥିବା ଲମ୍ବାଳିଆ ଜାଗାରେ ଯାହାର ରେଜଲ୍ଟ ଦେଖିବାକୁ ମିଳିବ ।
ତେବେ ଆଉ ଗୋଟିଏ ଡ୍ରପର ରହିଥିବ ସେଥିରେ ଆପଣ ୟୁରିନ ଆଣି ପକେଇବାକୁ ପଡିବ ।
ପ୍ରେଗନେସି କୀଟରେ ଟେଷ୍ଟ କେମିତି କରିବେ:-
-ତେବେ ପିରିୟଡ଼ ବନ୍ଦ ହେବାର ଗୋଟିଏ ସପ୍ତାହ ପରେ ଆପଣ ପ୍ରେଗନେସି ଟେଷ୍ଟ କଲେ ରେଜଲ୍ଟ ଠିକ ଆସିଥାଏ ।ତେବେ ଆପଣ ସକାଳର ପ୍ରଥମ ୟୁରିନ କୁ ସେହି ଡ୍ରପରରେ ଆଣି କିତରେ ଗୋଲ ଥିବା ଜାଗାରେ ପକାନ୍ତୁ ।କିଛି ସମୟ ପରେ ଦେଖିବେ C ଲେଖାଥିବା ତଳେ ଗୋଟିଏ ନାଲି ଗାର ଆସିବ ଯାହା ସମସ୍ତଙ୍କ ର ଆସିଥାଏ ।
ତେବେ ଏହାର ମାନେ ଆପଣଙ୍କ ଟେଷ୍ଟ ଠିକ ଅଛି, ତେବେ ଯଦି ଆପଣ ପ୍ରେଗନେଣ୍ଟ ଥିବେ ତେବେ T ଲେଖାଥିବା ତଳେ ଗୋଟିଏ ଗାଡ ନାଲି ଗାଁର ଆସିବ ।ଆଉ ଏହାର ମାନେ ଆପଣ ପ୍ରେଗନେଣ୍ଟ ଅଛନ୍ତି, ତେବେ ବେଳେବେଳେ ହାଲକା ପିଙ୍କ ରଙ୍ଗର ଗାର ବି ଆସିଥାଏ T ତଳେ ତେବେ ଏହା ବି ଠିକ ଅଟେ ଆପଣ ଜଲଦି ଟେଷ୍ଟ କରିଛନ୍ତି ସେଥିପାଇଁ ଏମିତି ଆସିଥାଏ ।
-ତେବେ ଯଦି T ତଳେ କିଛି ଗାଁର ଆସି ନଥାଏ ତେବେ ଆପଣ ପ୍ରେଗନେଣ୍ଟ ନାହାନ୍ତି ।ଆଉ T ତଳେ ସିଧା ନହେଇ ଗାର ଅଲଗା ପ୍ରକାରର ହେଇଥାଏ ତେବେ ସେହି କୀଟ ରେ ହୁଏତ କିଛି ଅସୁବିଧା ଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।