ବନ୍ଧୁମାନେ ଶୋଇଲା ବେଳେ ସମସ୍ତଙ୍କୁ ଶାନ୍ତି ନିଦ ଦରକାର ହେଇଥାଏ ତେବେ ବର୍ତ୍ତମାନ ଚୋଟରୁ ବଡ଼ ଯାଏ ଅନେକଙ୍କ ପାଖରେ ଘୁଙ୍ଗୁଡ଼ି ଏକ ସମସ୍ୟା ଦେଖା ଯାଉଚି ।ତେବେ ଜଣକ ଘୁଙ୍ଗୁଡ଼ି ଯୋଗୁ ତାଙ୍କ ପାଖରେ ଥିବା ଅନ୍ୟମାନେ ବି ଶାନ୍ତି ଶୋଇ ପାରି ନଥାନ୍ତି ।ତେବେ ଏହି ଘୁଙ୍ଗୁଡ଼ି କାହିଁକି ହୁଏ, ଏହାର ଚିକିତ୍ସା କଣ ଓ ଏହା ହେଲେ ଶରୀର ଉପରେ କଣ ପ୍ରଭାବ ପକାଇଥାଏ ତାହା ବହୁତ କମ ଲୋକ ଜାଣିଛନ୍ତି ।ତେବେ ଆଜି ଆମେ ଏହି ଘୁଙ୍ଗୁଡ଼ି ବିଷୟରେ ଆମେ ସବୁକିଚି ଆପଣଂକୁ ବତାଇବୁ ।
ଘୁଙ୍ଗୁଡ଼ି କଣ ଓ କାହିଁକି ହୁଏ:-
-ତେବେ ଯେତେବେଳେ ଆପଣ ଶୋଇଲା ବେଳେ ନିଶ୍ୱାସ ନେଉଛନ୍ତି ସେତେବେଳେ ନାକ ଦେଇ ପବନ ଯାଏ ଆଉ ବେଳେବେଳେ ସେହି ପବନ ଅଟକି ଗଲେ ସେତେବେଳେ ଯେଉଁ ଶବ୍ଦ ଆସିଥାଏ ତାହାକୁ ଘୁଙ୍ଗୁଡ଼ି କୁହାଯାଏ ।
-ତେବେ ଯେତେବେଳେ ଛୋଟ ପିଲା ବେଳେ ଥଣ୍ଡା , ଜ୍ୱର ଆଦି ହେଇଥିବା ସମୟରେ ଶ୍ଵାସ ନଳୀ ର ତନ୍ତୁ ମୋଟା ହେଇଯାଏ ଆଉ ଶୋଇଥିବା ବେଳେ ସେହି ମୋଟା ତନ୍ତୁ ଯୋଗୁ ନିଶ୍ୱାସ ଟାଣି ହେଇଯାଏ ଆଉ ସେହିଠାରୁ ଘୁଙ୍ଗୁଡ଼ି ଆରମ୍ଭ ହୁଏ ।
ଘୁଙ୍ଗୁଡ଼ି ଯୋଗୁ କଣ ଅସୁବିଧା ହୁଏ:-
-ତେବେ ବୟସ ବଡିବା ସହିତ ଘୁଙ୍ଗୁଡ଼ି ବଡ଼ିଥାଏ ଆଉ ଏମିତି ହେଲେ ବେଳେବେଳେ ନିଶ୍ୱାସ ମଝିରେ ମଝିରେ ଅଟକି ଯାଏ ।
-ତେବେ ନିଶ୍ୱାସ ନେଲା ବେଳକୁ ଶବ୍ଦ ହେବା,ନିଶ୍ୱାସ ଅଟକି ଯିବା ଆଦିକୁ ଆପନିଆ କୁହାଯାଏ ।ତେବେ ଏଥିରେ ଆପଣଙ୍କ ଶରୀର ଭିତରକୁ ଯେତିକି ଅକ୍ସିଜେନ ଯିବା କଥା ସେତିକି ଅକ୍ସିଜେନ ଯାଇ ନଥାଏ ଆଉ ମଝିରେ ମଝିରେ ପାଟିରୁ ଲାଳ ବି ବାହାରି ଥାଏ ।
ଘୁଙ୍ଗୁଡ଼ି ର ଚିକିତ୍ସା:-
-ତେବେ ଘୁଙ୍ଗୁଡିର ଚିକିତ୍ସା ପାଇଁ ଆପଣଂକୁ ପ୍ରଥମେ ଏମିତି ସମସ୍ୟା କାହିଁକି ହେଉଛି ସେ ବିଷୟରେ ଜାଣିବାକୁ ପଡିବ ।ସେଥିପାଇଁ ଆପଣଂକୁ ଅବଷ୍ଟ୍ରକଟିଭ ସ୍ଲିପ ଆପନିଆ ସ୍କିନଂ ଟେଷ୍ଟ କରିବାକୁ ପଡିଥାଏ ।ଏହି ଟେଷ୍ଟ କଲେ ଆପଣଂକୁ କେତେଥର ଘୁଙ୍ଗୁଡ଼ି ହେଉଛି ତାହା ଜାଣିହୁଏ ।
-ତେବେ ଆପଣଂକୁ ଘୁଙ୍ଗୁଡ଼ି ରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରଥମେ ଠିକ ସମୟରେ ଖାଇବା ଓ ଶୋଇବା ଆବଶ୍ୟକ ଅଟେ ।ରାତିରେ କୌଣସି ପ୍ରକାରର ଚର୍ବି ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ ।
-ଅଧିକ ଓଜନ ଥିଲେ କମାଇବାକୁ ଚେଷ୍ଟା କରନ୍ତୁ ଆଉ ରାତିରେ 10 ରୁ 11 ଭିତରେ ଶୋଇ ସକାଳେ 5 ରୁ 6 ଭିତରେ ଉଥିବାକୁ ପଡିବ ଆଉ ଶୋଇବା ସମୟରେ ତକିଆ କୁ 30 ଡିଗ୍ରୀ ରୁ 35 ଡିଗ୍ରୀ ଉଚ୍ଚରେ ରଖି ଶୋଇବେ ।
-ଏସବୁ ବ୍ୟତିତ ଏହାକୁ ଭଲ କରିବାର ସେମିତି କିଛି ମେଡିସିନ ନାହିଁ ମାତ୍ର ଡାକ୍ତର ଙ୍କ ପରାମର୍ଶ ନେଇ ମେଡିକାଲ ମ୍ୟାନେଜମେଣ୍ଟ ଓ ସର୍ଜିକାଲ ମ୍ୟାନେଜମେଣ୍ଟ ଚିକିତ୍ସା କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।