“ନେସନାଲ ଲେବରେ ଗାଇବା ଛୋଟ କଥା ନୁହେଁ, ମୋ କାମ ଭଲ ତ ମୁଁ ଭଲ, ଅଯଥା ସେଲିବ୍ରେସନ ମୁଁ କରେନି” |Dipti Rekha Padhi
ଓଲିଉଡ ର ସୁପରିଚିତ ସିଙ୍ଗର ହେଉଛନ୍ତି ଦୀପ୍ତି ରେଖା ପାଡ଼ି, ଯାହାକଙ୍କ ଗୀତ ଆଜି ଘରେ ଘରେ ବାଜୁଛି ତେବେ ଦୀପ୍ତି ତାଙ୍କ ସଫଳତା ପଛରେ ସ୍ୱାମୀ ଙ୍କର ବହୁତ ବଡ଼ ହାତ ରହିଛି ବୋଲି କହିଛନ୍ତି ।ବନ୍ଧୁମାନେ ଆପଣ ଗୋଟିଏ କଥା ଜାଣିଥିବେ କି “ପ୍ରତିଭା ପ୍ରୋତ୍ସାହନ ବିନା କେବେ ଆଗକୁ ବଡେନା” ।ତେବେ ଦୀପ୍ତି ଆଜି ଯେତେ ଭଲ ଗାଉଥିଲେ କି ଆଗକୁ ଯାଇ ଆଜି ନେସନାଲ ଲେବୁଲ ଗୀତ ଗାଇ ପାରିଛନ୍ତି ସେଥିପାଇଁ ପରିବାର ଓ ପୁରା ଅଡିଶା ବାସୀଙ୍କର ବହୁତ ବଡ଼ ପ୍ରୋତ୍ସାହନ ରହିଛି ।ତେବେ ଏହା ଆମେ ନୁହେଁ ବରଂ ଦୀପ୍ତି ନିଜେ ତାଙ୍କର ଏକ ଇନ୍ତ୍ରଭ୍ୟୁ ରେ କହିଛନ୍ତି ।
ତେବେ ନିକଟରେ ଦୀପ୍ତି ଙ୍କୁ ନେସନାଲ ଲେବୁଲ ରେ ବହୁତ ବଡ଼ ବଡ଼ ଗୀତ ସିଙ୍ଗର ମାନଙ୍କ ସହିତ ଗୀତ ଗାଇବାର ସୁଯୋଗ ମିଳିଥିଲା ।ହେଲେ ଯେତେବେଳେ ତାଙ୍କୁ ମେସେଜ ଓ ମେଲ ଆସିଥିଲା ତାହାକୁ ସେ ଜାଣି ପାରିନଥିଲେ ।ଆଉ ତାଙ୍କୁ ସୁଭାଷ ସାର ଙ୍କ ଦ୍ଵାରା ଏହି କଥା ଜଣାଇବା ପରେ ସେ ବହୁତ ଖୁସି ହେଇଥିଲେ ଯେଉଁ ଖୁସି ଆଜି ନିଜ ପରିବାର ସହିତ ସେଆର କରିଥିଲେ ।ତେବେ ଦୀପ୍ତି ଯେଉଁ ନେସନାଲ ଗୀତ ଗାଇଥିଲେ ସେଥିରେ ସେ ହିନ୍ଦୀରେ ମେ ଭାରତ କୁ ଓଡ଼ିଆରେ ମୁଁ ଭାରତ ବୋଲି ଟ୍ରାନ୍ସଲେଟ କରିଥିଲେ ।
ଏହାପରେ ସେହି ଗୀତ କୁ ରାଷ୍ଟ୍ରପତି ଆଗରେ ବି ବୋଲା ଯାଇଥିଲା ରାଷ୍ଟ୍ରପତି କିଂ ସବୁ ସିଙ୍ଗର ମାନେ ଭେଟିଥିଲେ ଯାହା ଦୀପ୍ତି ପାଇଁ ବହୁତ ବଡ଼ ଗର୍ଵ ର କଥା ।ତେବେ ଦୀପ୍ତି ପ୍ରଥମେ ଗୀତ ଗାଉଥିଲେ ପୁଣି ଅଭିନୟ କରିଲେ ପୁଣି ଗୀତ କୁ ନେଇ ଆଗେଇ ଆସିଛନ୍ତି ଆଉ ସେ ଯାହା ବି କରୁଛନ୍ତି ଯେତେ ଆଗକୁ ବି ଯାଇ ପାରୁଛନ୍ତି ସେଥିପାଇଁ ବଡ଼ ଶ୍ରେୟ ର ଅଧିକାରୀ ହେଉଛନ୍ତି ତାଙ୍କ ସ୍ୱାମୀ ।ଏହା ବ୍ୟତୀତ ଦୀପ୍ତି ନିଜ ବିଷୟରେ କହିଥିଲେ କି ସେ କୌଣସି ସଫଳତା ପରେ ପାର୍ଟି ଆଦି କରିବାକୁ ପସନ୍ଦ କରନ୍ତି ନାହିଁ ।
ତେବେ ଦୀପ୍ତି ନିଜର ଏହି ଇନ୍ତ୍ରଭ୍ୟୁ ଭିତରେ ଅନେକ ଗୁଡିଏ ତାଙ୍କର ପପୁଲାର ଗୀତ ଗାଇଥିଲେ ।ହେଲେ ଅଭିନୟ କଥା ପଚାରିବାରୁ, ସେ କହିଥିଲେ କି କେତେବେଳେ କଣ ହେବ ଜଣା ନାହିଁ କିନ୍ତୁ ଯଦି ଅଭିନୟ କରିବେ ତାହେଲେ ଗୀତ କୁ ସମୟ ଦେଇ ପାରିବେ ନାହିଁ ।ଆଉ ଅଭିନୟ ରେ ବହୁତ କଷ୍ଟ ଅଧିକ ସମୟ ବି ଯାଇଥାଏ ।ଏସବୁ ବ୍ୟତୀତ ସେ ସଙ୍ଗୀତ ପ୍ରାକ୍ଟିସ କରିବା ସହିତ ଦର୍ଶକ ଙ୍କ ଭଲପାଇବା ପାଇ ବହୁତ ଖୁସି ଅଛନ୍ତି ଆଉ ଆଗକୁ ବଲିଉଡ ରେ କାମ ମିଳିଲେ ସେହି ଖବର ଆଗ ଦର୍ଶକ ଙ୍କୁ ଜଣାଇବେ ।ଏମିତି ସବୁ କଥା କହିବା ସହିତ ନିଜ ଜୀବନର କାହାଣୀ କୁ ବତାଇଛନ୍ତି ଦୀପ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।