ମହା ଖୁଲାସା !Gopal Dasପୁଅ ଦେଲେ ମିଡ଼ିଆ ଆଗରେ ବିସ୍ଫାରକ ବୟାନ ମୋ ବାପାଙ୍କୁ ଜେଲରେ ବିପଦ ଅଛି, ସେଠି ରହିଲେ ତାଙ୍କୁ ମାରିଦେବେ.. Gopal Das, Naba Das
ବନ୍ଧୁମାନେ ଗୋପାଳ ଜେଲ ଯିବାପର ଠାରୁ ମନ୍ତ୍ରୀ ହତ୍ୟା କେଶର ନୂଆ ନୂଆ ତଥ୍ୟ ସଂଗ୍ରହ କରିବାରେ ଲାଗିଥିଲା କ୍ରାଇମବ୍ରାଞ୍ଚ ।ଆଉ ଏଥିପାଇଁ ବହୁତ ସମୟରେ ଗୋପାଳ କୁ ରିମାଣ୍ଡ ରେ ନେଇଥିଲା କ୍ରାଇମବ୍ରାଞ୍ଚ ।ତେବେ ବର୍ତ୍ତମାନ ଗୋପାଳ ର ପୁଅ ନିଜ ବାପା ଙ୍କୁ ଚିନ୍ତାରେ ରହିଥିବାର ଶୁଣିବାକୁ ମିଳିଛି ।
ତେବେ ଗୋପାଳ ର କହିଛି କି ମୋ ବାପାଙ୍କୁ ଜେଲରେ ବିପଦ ଅଛି,ସେଠି ରହିଲେ ତାଙ୍କୁ ମାରିଦେବେ ।ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି ଜେଲ ଭିତରେ ଗୋପାଳ ଜୀବନ ପ୍ରତି କଣ ବିପଦ ଅଛି ଆଉ ସେ ବିଷୟ ରେ ଗୋପାଳ ର ପୁଅ କେମିତି ଜାଣିଲେ ।ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା ।
ବନ୍ଧୁମାନେ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା କରିବା ପରେ ପୋଲିସ ଗୋପାଳ କୁ ଗିରଫ କରିଥିଲା ।ଆଉ ତାପରେ କ୍ରାଇମବ୍ରାଞ୍ଚ ଟିମ ଏହି କେସ କୁ ହାତ କୁ ନେଲା ପରେ ଅନେକ ତନାଘନା କରିଥିଲେ, ସେହି ଭିତରେ ଅନେକ ସୁରାକ ବି ତାଙ୍କୁ ମିଳିଥିଲା ।କେବଳ ସେତିକି ନୁହେଁ ଗୋପାଳ କୁ 3 ଥର ରିମାଣ୍ଡ ରେ ନିଆ ଯାଇସାରିଛି, ତେବେ ବର୍ତ୍ତମାନ ଝାଡସୁଗୁଡା ଜେଲ୍ରେ ଗୋପାଳ ପାଇଁ ବିପଦ ରହିଛି ବୋଲି ଗୋପାଳ ର ପୁଅ କହିଛି ।ତେବେ କିଛି ଦିନ ପୂର୍ବରୁ ଗୋପାଳ କୁ ଝାଡୁସୁଗୁଡ଼ା ଜେଲ ରେ ମାରି ଦିଆଯିବ କଥା ନିଜେ ଗୋପାଳ ବି କହିଥିଲେ ।
ତେବେ ଯେତେବେଳେ ନାରର୍କ ଟେଷ୍ଟ ପାଇଁ ଗୋପାଳ କୁ କ୍ରାଇମବ୍ରାଞ୍ଚ ନେଇଥିଲେ ସେହି ସମୟରେ ଗୋପାଳ କହିଥିଲେ କି ଝାଡ଼ସୁଗୁଡା ଜେଲ ରେ ତାଙ୍କର ବଂଚିବା ମୁସ୍କିଲ ହେଇଯାଇଛି ।ଆଉ କିଛିଦିନ ପରେ ତାଙ୍କ ମୃତ ଶରୀର ସେଠାରୁ ମିଳିବ କେବଳ ସେତିକି ନୁହେଁ ଜେଲ ଭିତରେ କିଛି ଏମିତି ଲୋକ ଅଛନ୍ତି ଯେଉଁ ମାନେ ମାରିବା ପାଇଁ ଧମକ ଦେଇ ସାରିଲେଣି ।ତେବେ ଏହି କଥା କହିବାର କିଛି ଦିନ ପରେ ଏବେ ଗୋପାଳ ର ପୁଅ ବି କହିଛି କି “ମୋ ବାପା ଝାଡ଼ସୁଗୁଡା ଜେଲ ରେ ସୁରକ୍ଷିତ ନୁହଁନ୍ତି,ଜଲଦି ଅନ୍ୟ କୋଉ ଜେଲ କୁ ନ ନେଲେ ତାଙ୍କୁ ମାରିଦେବେ” ।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ନିଜର ସବୁ ବୟାନ ପ୍ରମାଣ ପାଇ ସାରିଥିବା ବେଳେ ସୂଚନା ମିଳିଛି କି ଗୋପାଳ ଠାରୁ 164 ବୟାନ ରେକର୍ଡ ହେଲା ପରେ ଯାଇ ତାଙ୍କୁ ଚୌଦ୍ୱାର ଜେଲ କୁ ସ୍ଥାନାନ୍ତର କରାଯିବ ।ତେବେ ଏବେ କଥା ହେଉଛି କି କେବେ 164 ବୟାନ ରେକର୍ଡ ହେବ ଆଉ କେବେ ଗୋପାଳ ର ସ୍ଥାନାନ୍ତର ହେବ ।ଏହି ଭିତରେ କିଛି ଅଘଟଣା ଘଟିଗଲା ଯଦି ଗୋପାଳ ସହିତ ତାହେଲେ ଗୋପାଳ ଓ ତାଙ୍କ ପୁଅ କଥା ସତ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।