Daily news update , Real odisha local news

ଗୁଡୁଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ପ୍ରିୟଙ୍କା – ଦେଖନ୍ତୁ ଭିଡିଓ ଜାଣନ୍ତୁ ସତ୍ୟତା

0 153

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ସମ୍ପର୍କ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଯଦି ଦୁହେଁ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ହୋଇଥିବେ ଏବଂ ପରସ୍ପର ପ୍ରେମ ବିବାହ କରିଥିବେ, ତେବେ ତାଙ୍କର ବୈବାହିକ ସମ୍ପର୍କରେ କିଛି ବି ହେଲେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିବା ସାଧାରଣ ଅଟେ।

ତେବେ ବର୍ତ୍ତମାନ ଆମ ଓଲିଉଡ ସୁପରହିଟ କମେଡ଼ିଆନ ଯୋଡ଼ି ଗୁଡୁ ଓ ପ୍ରିୟଙ୍କା ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଆମ କମେଡ଼ିଆନ ଗୁଡୁ ଓ ତାଙ୍କର ସ୍ତ୍ରୀ ପ୍ରିୟଙ୍କା ଙ୍କର ପ୍ରେମ କାହାଣୀ ତଥା ତାଙ୍କର ବୈବାହିକ ଜୀବନ ତଥା ତାଙ୍କର ଜବରଦସ୍ତ ପ୍ରେମ କାହାଣୀ ବିଷୟ ରେ ଜଣେଇବା ବୁ ଯାହା ଜାଣିଲେ ଆପଣ ହସି ହସି ବେହୋସ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହେବେ। ତେବେ ଗୁଡୁ କହିଛନ୍ତି କି ଭଲ ପାଇବା ର ମାତ୍ର ୪୭ ଦିନ ପରେ ସେ ଭାଉଜ ଙ୍କୁ ତାଙ୍କ ଘରୁ ଉଠାଇ ଆଣି ବିବାହ କରିଥିଲେ।

 

ତେବେ ସେ କହିଛନ୍ତି କି, ପ୍ରଥମ ଦେଖା ରେ ପ୍ରିୟଙ୍କା ତାଙ୍କୁ ଖୁବ ପସନ୍ଦ ଆସିଥିଲେ ଏବଂ ପ୍ରିୟଙ୍କା ମଧ୍ୟ ତାଙ୍କୁ ପସନ୍ଦ କରୁଥିଲେ। ତେବେ ଉଭୟ ଙ୍କ ମଧ୍ୟରେ ପ୍ରେମ ଗଢି ଉଠିଲା , ମାତ୍ର ଭଲ ପାଇବା ର ମାତ୍ର ୪୭ ଦିନ ପରେ ହଠାତ ପ୍ରିୟଙ୍କା ଙ୍କ ର ଫୋନ ଗୁଡୁ କୁ ଆସିଥିଲା ଆଉ ସେ ତାଙ୍କୁ କହିଥିଲେ କି ତୁମେ ମୋତେ ମୋ ଘରୁ ନେଇଯାଅ ମୁଁ ତୁମ ସହ ଯିବାକୁ ଚାହେଁ ବୋଲି। ତେବେ ଏତିକି କହିବା ପରେ ଗୁଡୁ ଯେମିତି ଥିଲେ ସେହିପରି ହାଫ ପ୍ୟାଣ୍ଟ ରେ ଶୁଟିଂ ସେଟ ରୁ ତାଙ୍କର ଦୁଇ ଭାଇ ଙ୍କୁ ଫୋନ କରି ଟଙ୍କା ଆଣି ଆସିବା ପାଇଁ କହି ବାହାରିଲେ ପ୍ରିୟଙ୍କା ଙ୍କୁ ଆଣିବା ପାଇଁ।

ଆଉ ଗାଡି ରେ ପେଟ୍ରୋଲ ପକେଇ ସେ ସିଧା ସାଲେପୁର ରୁ ବାହାରିଲେ କେନ୍ଦ୍ରାପଡା ତାଙ୍କୁ ଆଣିବା ପାଇଁ। ତା ପରେ ଗାଡି ନେଇ ପ୍ରିୟଙ୍କା ଙ୍କ ଘର ଆଗରୁ ତାଙ୍କୁ ସେ ଉଠାଇ ଆଣିଥିଲେ। ତେବେ ସେ ପର୍ଯ୍ୟନ୍ତ ସେ କାହାକୁ କିଛି ଜଣେଇ ନଥିଲେ ମାତ୍ର ପରେ ଘର ପାଖାପାଖି ହେବା ରୁ ସେ ନିଜ ବାପା ମା ଙ୍କୁ ଜଣେଇ ଥିଲେ ଯାହା ଜାଣିବା ପରେ ତାଙ୍କର ବାପା ମା ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ। ମାତ୍ର ବର୍ତ୍ତମାନ ଉଭୟ ବିବାହ କରି ବେଶ ହସ ଖୁସି ରେ ରହିଛନ୍ତି। ତେବେ ତାଙ୍କର ପ୍ରେମ କାହାଣୀ ନିଶ୍ଚିତ ଭାବରେ ଖୁବ ଆକର୍ଷଣୀୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.