Daily news update , Real odisha local news

ହାତ ନାହିଁ ପାଦ ନାହିଁ “ନାଚୁଛି -ଗାଉଛି” ପାୟଲର ପାଟି ରେ ଚିତ୍ର ଆଙ୍କୁଛି ଭିଡିଓ ଦେଖିଲେ କାନ୍ଦି ପକେଇବେ

0 223

“ହାତ ନାହିଁ କିମ୍ବା ଗୋଡ଼ ବି ନାହିଁ, ତଥାପି ମୁଁହ ରେ ରହିଛି ହସ। ସାଙ୍ଗ ସାଥି ଙ୍କ ସହ ହସିଛି, ଖେଳୁଛି , ନାଚୁଛନ୍ତି ଏବଂ ଗୀତ ମଧ୍ୟ ଗାଉଛନ୍ତି। ଭଗବାନ ଏମିତି କଲେ କି ଛୋଟ ବେଳୁ ହାତ ଗୋଡ଼ ହରାଇ ଥିଲେ ମାତ୍ର ବର୍ତ୍ତମାନ ସେ ନିଜ ପାଟି ସାହାଯ୍ୟ ରେ ଏତେ ସୁନ୍ଦର ଓ ଆକର୍ଷଣୀୟ ଚିତ୍ର ଆଙ୍କିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ।

ତେବେ ସେ ହେଉଛନ୍ତି ଅନ୍ଧାର ଭିତରେ ଏକ ଆଲୋକ ର ଦୀପ କୁନୀ ଝିଅ ପାୟଲ ନାଗ ।ଆସନ୍ତୁ ଜାଣିବା ତାଙ୍କର ପ୍ରେରଣା ଦାୟକ କାହାଣୀ ବିଷୟ ରେ।

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ପ୍ରେରଣା ଦାୟକ କାହାଣୀ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ଏହିଭଳି ଏକ କାହାଣୀ ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ।

ପାୟଲ ନାଗ ହେଉଛନ୍ତି କନ୍ଧମାଳ ଜିଲ୍ଲା ର ଝିଅ , ଆଜକୁ ପ୍ରାୟ ସାତ ବର୍ଷ ତଳେ ସେ ଏକ ଦୁର୍ଘଟଣା ରେ ନିଜର ଦୁଇ ହାତ ଓ ଗୋଡ଼ ହରାଇ ବସିଥିଲେ। ତେବେ ଛୋଟ ବେଳେ ଭାଇ ଭଉଣୀ ଛାତ ରେ ଖେଳୁଥିବା ସମୟ ରେ ସେ ଇଲେକ୍ଟ୍ରି ତାର କୁ ଧରି ନେଇଥିଲେ ଆଉ ଇଲେକ୍ଟ୍ରି ଶକ ଦେହରେ ଲାଗିବା ଦ୍ବାରା ସେ ତାଙ୍କର ଦୁଇ ହାତ ଓ ଗୋଡ଼ କୁ ସବୁଦିନ ପାଇଁ ହରେଇ ଦେଇଥିଲେ। ତେବେ ଏହା ପରେ ସେ ବହୁତ ଭାଙ୍ଗି ପଡ଼ିଥିଲେ ମାତ୍ର ବର୍ତ୍ତମାନ ସେ ନିଜ ଜୀବନ ସହ ସଂଘର୍ଷ କରି ସମସ୍ତ ଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ସେ ସାଙ୍ଗ ମାନ ଙ୍କ ସହ ମିଶି ବିଦ୍ୟାଳୟ ଯାଉଛନ୍ତି , ଗୀତ ଗାଉଛନ୍ତି ଏବଂ ନାଚୁଛନ୍ତି ମଧ୍ୟ। ତା ଛଡା ସେ ନିଜ ହାତ ନଥାଇ ନିଜ ପାଟି ସାହାଯ୍ୟ ରେ ଚିତ୍ର ଅଙ୍କୁଛନ୍ତି ଆଉ ତାହା ଏତେ ସୁନ୍ଦର ଓ ଆକର୍ଷଣୀୟ ହେଉଛି ଯାହା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଏହି ଝିଅ ପାୟଲ ର ଚିତ୍ରକଳା କୁ ଦେଖି ବେଶ ପ୍ରଶଂସା କରିଛନ୍ତି ଜିଲ୍ଲା କଲେକ୍ଟର ଆଉ ସୋସିଆଲ ମିଡ଼ିଆ ରେ ନିଜେ ଏହାକୁ ସେୟାର କରିଛନ୍ତି। ତେବେ ପାୟଲ କହିଛନ୍ତି କି ତାଙ୍କର ଇଚ୍ଛା ଅଛି କି ସେ ଦିନେ ବଡ ମଣିଷ ହେବେ ଏବଂ ତାଙ୍କର ଚିତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଦେଖନ୍ତୁ ବୋଲି। ତେବେ ଏହି ଭିଡିଓ ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.