ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି , ବର୍ତ୍ତମାନ ଆମ ସମାଜ ରେ ଦିନ କୁ ଦିନ ଅଶୀଳତା ଅଧିକ ରୁ ଅଧିକ ବୃଦ୍ଧି ହେବା ରେ ଲାଗିଛି।ପ୍ରାୟ ଯୁବ ପିଢୀ ମାନେ ପାଠ ପଢା ତଥା ନିଜ କାମ ଛାଡି ମୋବାଇଲ ରେ ପ୍ରୋନ ଭିଡ଼ିଓ ତଥା ବିଭିନ୍ନ ପ୍ରକାର ର ଅଶୀଳ ଭିଡ଼ିଓ ସବୁ ଦେଖୁଛନ୍ତି।
ଯାହା ଫଳରେ ଆମ ସମାଜ ରେ ସବୁ ସେକ୍ସ ଜନିତ ହତ୍ୟାକାଣ୍ଡ , କ୍ରାଇମ ଆଦି ସବୁ ବଢିବା ରେ ଲାଗିଛି ମଧ୍ୟ। ଏବଂ ବର୍ତ୍ତମାନ ଏହା ଉପରେ ଖୁବ ଚର୍ଚ୍ଚା ଚାଲିଛି କାରଣ ଏନେଇ ଏକ ସର୍ଭେ ରିପୋର୍ଟ ଜାରି ହୋଇଛି ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
ତେବେ ଏହି ଘଟଣା କୁ ନେଇ ଆମ ଓଡ଼ିଶା ର ଜଣେ ସମାଜସେବୀ ଦୀପ୍ତିରେଖା ନିଜର ମତ ଦେଇଛନ୍ତି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି ସୋସିଆଲ ମିଡ଼ିଆ ରେ ।ତେବେ ସେ କହିଛନ୍ତି କି, “ଆମ ଦେଶ ଭାରତ ର ଯଦି ଆଜି ଏହି ସର୍ଭେ ରେ ଆଗରେ ରହିଛି ତେବେ ଏହା ପଛର କାରଣ ହେଉଛି ବେକାରୀ ଓ ହାତଶିଆ ପ୍ରେମିକ ପ୍ରେମିକା ମାନେ। ଯେଉଁ ମାନେ ବେକାର ଅଛନ୍ତି ପାଠ ପଢା କରୁ ନାହାନ୍ତି ଏବଂ ଯେଉଁ ମାନଙ୍କ ର ସବୁ ବ୍ରେକଅଫ ହୋଇ ଯାଉଛି ସେହି ମାନେ ଅଧିକ ରୁ ଅଧିକ ଅଶୀଳ ଭିଡ଼ିଓ ଦେଖନ୍ତି।
ତେବେ ପାଠ ପଢୁ ନାହାନ୍ତି କିମ୍ବା କିଛି ଚାକିରୀ ବାକିରୀ ନାହିଁ ତେବେ କଣ କରିବେ , ମୋବାଇଲ ର ତ ତିନି ମାସିଆ ରିଚରାଜ ହେଉଛି ମାଗଣା ନେଟ ମିଳୁଛି ତେଣୁ ସବୁ କଣ କରିବେ ଏହିସବୁ ଭିଡ଼ିଓ ଦେଖୁଛନ୍ତି ଏବଂ ଉଭୟ ମାନସିକ ଓ ଶାରୀରିକ ସ୍ତର ରେ ଦୁର୍ବଳ ହେଉଛନ୍ତି। ତା ସାଙ୍ଗରେ ବିଭିନ୍ନ ପ୍ରକାର ର କ୍ରାଇମ ସବୁ ଦେଖା ଯାଉଚି। ତେବେ ମୁଁ ତ ଆଶ୍ଚର୍ଯ୍ୟ କି ପାକିସ୍ତାନ କିଭଳି ଭାବରେ ଏହି ଲିଷ୍ଟ ରେ ନମ୍ବର ୱାନ ରେ ରହିଛି ଆଉ ଚାଇନା ମଧ୍ୟ ଦ୍ୱିତୀୟ ନମ୍ବର ରେ ରହିଛି।
ତେବେ ପାକିସ୍ତାନ ରେ ତ ସବୁ ମହିଳା ମାନ ଙ୍କୁ ବହୁତ ସଂମାନ ଦିଅନ୍ତି ଏପରି କି ତାଙ୍କର ସିରିଏଲ କିମ୍ବା ସିନେମା ରେ ପୁଅ ଝିଅ ମଧ୍ୟରେ ସେହିପରି କିଛି ସିନ ନଥାଏ କିମ୍ବା କେହି କାହାକୁ ଛୁଇଁନ୍ତି ନାହିଁ। ଝିଅ ମାନେ ସବୁବେଳେ ବୁର୍ଖା ରେ ମଧ୍ୟ ରୁହନ୍ତି ମାତ୍ର ତା ପରେ ବି ଏହା ପ୍ରଥମ ରହିଛି। ତେବେ ଏହି ସବୁ ଉପରେ ସର୍ଭେ ହେବା ନିହାତି ଆବଶ୍ୟକ ଏବଂ ନିଶ୍ଚିତ ଭାବରେ ଏହି ସବୁ ଭିଡ଼ିଓ ଦେଖିବା ଉପରେ କିଛି ପ୍ରତିବଧକ ରହିବା ନିହାତି ଆବଶ୍ୟକ। କାରଣ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି ଏବଂ ଏହିଭଳି ସବୁ ଭିଡ଼ିଓ ଦେଖି ନିଜ ଜୀବନ ସହ ସମାଜ କୁ ନଷ୍ଟ କରୁଛନ୍ତି। ତେଣୁ ଏହା ଉପରେ କଡାକଡି କାର୍ଯ୍ୟ ଗ୍ରହଣ କରିବା ଉଚିତ। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।