ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆମ ସମାଜ ରେ ଅଧିକ ରୁ ଅଧିକ ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ଆଉ ଅନେକ ସମୟରେ ବିଷଧର ସାପ କାମୁଡିବା ଦ୍ୱାରା ବହୁତ ଲୋକଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ। ଏହା ସ୍ୱାଭାବିକ ଅଟେ କାରଣ ଲୋକ ମାନେ ବିକାଶ ନାମରେ ଧୀରେ ଧୀରେ ସମସ୍ତ ଜଙ୍ଗଲ କୁ କାଟି ସଫା କରି ଦେଉଛନ୍ତି। ଯାହା ଫଳରେ ଜଙ୍ଗଲ ର ରହିବା ସାପ ଗୁଡିକ ବାସହରା ହୋଇ ଗାଁ ତଥା ଜନବସତି ସ୍ଥାନକୁ ପଳେଇ ଆସୁଛନ୍ତି ।
ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ।
ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆବାକ କରିବା ସହ ଅତ୍ୟନ୍ତ ଭୟଭୀତ କରି ଦେଇଛି।ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଗୋଟିଏ ପିଲା ଶୋଇଥିବା ଅବସ୍ଥା ରେ ତାର ସାର୍ଟ ଭିତରେ ଏକ ଘର ଚିତି ସାପ ଟି ପଶି ଯାଇଛି। ମାତ୍ର ପିଲା ଟି ସାପ ପ୍ରବେଶ କରିବା ସମୟ ରେ ଜାଣି ପାରି ନଥିଲେ ମାତ୍ର ପରେ ଜାଣିବା ପରେ ସେ ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିଲେ ଆଉ ନିଜ ମା ଙ୍କୁ ଏ ବିଷୟରେ ଜଣେଇ ଥିଲେ। ତେବେ ମା ଏହାକୁ ଦେଖି ଖୁବ ଡରି ଯାଇଥିଲେ ମାତ୍ର ସାପ ଧରାଳି ଙ୍କୁ ସୂଚନା ଦେଇଥିଲେ।
ତେବେ ପିଲା ଟି ସେହିପରି ଧିରସେ ଶୋଇଥିଲେ ଆଉ ସାପ ଧରାଳି ଜଣ ଙ୍କ ସେଠାରେ ପହଁଚି କାହାକୁ ବି ଭୟଭୀତ ନହେବା ପାଇଁ କହିଥିଲେ। ପରେ ସେ ପିଲା ର ସାର୍ଟ ଟିକୁ ବ୍ଲେଟ ରେ ବହୁତ ସାଵଧାନତା ର ସହ କାଟି ଥିଲେ ଆଉ ସାପ ଟିକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହି ସମୟ ରେ ସାପ ଧରାଳି ଙ୍କୁ ସାପ ଟି ଚୋଟ ମାରିଥିଲା ତାହା ବି ପାଞ୍ଚ ଥର। ମାତ୍ର ସାପ ଧରାଳି ଜଣଙ୍କ ସମସ୍ତ ଙ୍କୁ ବୁଝେଇ ଥିଲେ କି ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ ଏହାର ବିଷ ବେଶୀ ଭୟଙ୍କର ନୁହେଁ ବୋଲି। ତେବେ ପରେ ସେ ସାପ କୁ ଉଦ୍ଧାର କରି ସମସ୍ତ ଙ୍କୁ କିଛି ଉପଦେଶ ଦେଇ ଚାଲିଯାଇଥିଲେ ଆଉ ପିଲା ର ଜୀବନ ବଞ୍ଚି ଯାଇଥିଲା। ତେବେ ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।