ବନ୍ଧୁମାନେ ଆମେ ସମସ୍ତଙ୍କୁ ଇଞ୍ଜିନ ଚଳଚିତ୍ର ଦୁନିଆ ଖୁବ ପସନ୍ଦ, ତେବେ ବର୍ତ୍ତମାନ ଆପଣ ମାନେ ସମସ୍ତେ ଜାଣିଛନ୍ତି ନିକଟରେ ଓଲିଉଡ ଫିଲ୍ମ ଦମନ କୁ ନେଇ ଖୁବ ଚର୍ଚ୍ଚା ହେଉଛି ସୋସିଆଲ ମେଡିଆରେ ।ତେବେ ଓଡ଼ିଆ ଫିଲ୍ମ ଯେତେବେଳେ ଅଧଃପତନ ଆଡ଼କୁ ଗତି କରୁଥିଲା ସେହି ସମୟରେ ଏହି ଫିଲ୍ମ ଏକ ନୂଆ ଦିଗ ପରିବର୍ତ୍ତନ କରିଛି ।
ତେବେ ଏହି ଫିଲ୍ମରେ ଏମିତି କଣ ରହିଛି କି ଆଜି ସାରା ଭାରତ ଏହି ଫିଲ୍ମ ପଛରେ ପାଗଳ ହେଇଛନ୍ତି ତାହା ବୋଧେ ଫିଲ୍ମ ଦେଖିଲେ ଜାଣି ପାରିବେ ।ତେବେ ବର୍ତ୍ତମାନ ଏହି ଫିଲ୍ମର ହିରୋ ବାବୁସାନ ଖୋଲିଛନ୍ତି ଫିଲ୍ମ ହିଟ ହେବା ପଛର ରହସ୍ୟ ।
ତେବେ ଦମନ ଫିଲ୍ମ ଯାହା ଏକ ବାସ୍ତବ କାହାଣୀ ଉପରେ ଆଧାରିତ ଆଉ ଏହି ଫିଲ୍ମରେ ବାବୁସାନ ଙ୍କୁ ହିରୋ ଭାବରେ ଦେଖିବାକୁ ମିଳିଛି ।ତେବେ ଲଗାତାର ଓଡ଼ିଆ ଫିଲ୍ମ ଗୁଡିକ ଫ୍ଲପ ହେଉଥିବା ବେଳେ ଦମନ ରେ କିଛି ଏମିତି ରହିଛି ଯାହା ପୁରା ଭାରତର ଦୃଷ୍ଟି ଆକର୍ଷଣ କରିଛି ।ତେବେ ଏକ ଇଣ୍ଟରଭ୍ୟୁ ରେ ବାବୁସାନ ଙ୍କୁ ଏହି ଫିଲ୍ମର ଏତେ ବଡ଼ ସଫଳତା କୁ ନେଇ ଯେତେବେଳେ କିଛି ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କିଛି ଏମିତି ଗୁମର ଖୋଲିଛନ୍ତି ଯାହା ବୋଧେ କାହାକୁ ବି ଜଣା ନଥିଲା ।ତେବେ ଆଜି ଆମେ ସେହି ବିଷୟରେ ଆପଣଂକୁ ଜଣାଇବୁ ।
ବାବୁସାନ ନିଜେ କହିଥିଲେ କି ଏହି ଫିଲ୍ମ ଏକ ବାସ୍ତବ କାହାଣୀ ଯେଉଁଥିରେ ପୁରା ସବୁକିଛି ବାସ୍ତବ ଘଟଣା ପରି ଦେଖିବାକୁ ମିଳିଛି ।ଆଉ ଜଣେ ଡାକ୍ତର ଯେ ନିଜ ସୀମା ବାହାରକୁ ଯାଇ ସମାଜର ମଙ୍ଗଳ ପାଇଁ କାମ କରିବା ପାଇଁ ଯେମିତି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।ଆଉ ସେ ଏହା ବି ଜଣାଇଛନ୍ତି କି ଲୋକେ ବୋକା ନୁହଁନ୍ତି ତେଣୁ ଏହି ଫିଲ୍ମ କୌଣସି ପ୍ରକାର କପି ହେଇ ନଥିବା କଥା ସେମାନେ ବି ଜାଣି ପାରୁଛନ୍ତି ।ଏହା ବ୍ୟତୀତ ଏହି ଫିଲ୍ମରେ ବାବୁସାନ ଯେଉଁ ଗୀତ ଗାଇଛନ୍ତି ସେ ସେଥି କେବେ ଟଙ୍କା ଟେ ବି ନିଅନ୍ତି ନାହିଁ ।
ତେବେ ଏହି ସବୁ କଥା ଏହି ଫିଲ୍ମ ର ମୁଖ୍ୟ ଆକର୍ଷଣ ହେଇଥିବା ସହିତ କ୍ୟାମେରା ଆଙ୍ଗଲ ଆଉ ସମସ୍ତଙ୍କ ର ଅନେକ ପରିଶ୍ରମ ବଳରେ ଏହି ଫିଲ୍ମ ସୁପରହିଟ ହେଇ ପାରିଛି ।ତେବେ ଯଦି ଆଗକୁ ଏମିତି ଫିଲ୍ମ ଆହୁରି ଆସିବ ତେବେ ଓଡ଼ିଆ ଫିଲ୍ମ କୁ ପୁରା ଭାରତ ସାରା ଲୋକେ ନିଶ୍ଚିତ ଦେଖିବେ ।ତେବେ ବାବୁସାନ ଏମିତି ଅନେକ କଥା ଏହି ଫିଲ୍ମ କୁ ନେଇ ଜଣାଇଛନ୍ତି ।ତେବେ ଆପଣ ଏହି ସବୁ କଥା ଜାଣିବା ଏହି ଫିଲ୍ମ ଟିକୁ ନିଶ୍ଚୟ ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।